ପାୱାର ଲିଫଟିଂ ପ୍ରତିଯୋଗିତା ରେ ତେନ୍ତୁଳିଖୁଣ୍ଟି ବ୍ଲକ ପାୱାର ଲିଫ୍ଟର ଙ୍କ ସଫଳତା
ତେନ୍ତୁଳିଖୁଣ୍ଟି ୦୮/୧୧/୨୩ .// ରାୟଗଡା ଠାରେ ଅନୁଷ୍ଠିତ ହୋଇଥିବା ପାୱାର ଲିଫଟିଂ ପ୍ରତିଯୋଗିତା ତେନ୍ତୁଳିଖୁଣ୍ଟି ବ୍ଲକ ର ସାତ ଜଣ ସଫଳତା ହାସଲ କରିଛନ୍ତି। ସଫଳ ପ୍ରତିଯୋଗୀ ମାନେ ହେଲେ ବାବୁନ ନାୟକ 82.5 kg ବରିଷ୍ଠ ବର୍ଗରେ 2 ଗୋଲଡ଼ ଏବଂ 1 ସିଲଭର ମେଡାଲ ପାଇଥିବା ବେଳେ ଶୁଭମ ମହାନନ୍ଦିଆ 56 କେଜି ଜୁନିୟର ବର୍ଗରେ 1 ସିଲଭର 1 ବ୍ରୋଞ୍ଜ ମେଡାଲ ମନୋଜ ନା ଗ 52kg କନିଷ୍ଠ ବର୍ଗରେ 1 ଗୋଲଡ଼ ଏବଂ ଗୋଟିଏ ସିଲଭର , ରୁଦ୍ର ନାରାୟଣ ସୁନା 56 kg କନିଷ୍ଠ ବର୍ଗରେ 1 ଗୋଲଡ଼ 1 ସିଲଭର ମେଡାଲ ସୁମିତ ଟାକ୍ରୀ 67.5 j କେଜି କନିଷ୍ଠ ବର୍ଗରେ 2 ଗୋଲଡ଼ ଏବଂ ଗୋଟିଏ ସିଲଭର ମେଡାଲ ପାଇ ଛନ୍ତି। ପ୍ରଣୟ ଟାକ୍ରୀ 60 କେଜି କନିଷ୍ଠ ବର୍ଗରେ 1 ଗୋଲଡ଼ ମେଡାଲ ,କ୍ଷିତି ରଞ୍ଜନ ସ୍ୱାଇଁ 3 ଗୋଲଡ଼ 2 ସିଲଭର ଗୋଟିଏ ବ୍ରୋଞ୍ଜ ମେଡାଲ 100 କେଜି ସବ ଜୁନିୟର ବର୍ଗରେ ସଫଳତା ପାଇ ଛନ୍ତି। ଏମାନଙ୍କ ଏହି ସଫଳତା ପାଇଁ ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏମାନଙ୍କ ପ୍ରଶିକ୍ଷକ ବିଶି କେଶନ ଛତ୍ରୀୟା ଙ୍କ ପ୍ରେରଣା ଯୋଗୁଁ ଏହି ସଫଳତା ମିଳୁଥିବାରୁ ରାଜ୍ୟ ତଥା ଜାତୀୟ ସ୍ତର ର ପାୱାର ଲିଫଟିଂ ରେ ସଫଳତା ପାଇଥିବା ବ୍ୟକ୍ତିତ୍ୱ ଛାତ୍ରୀୟା ଙ୍କୁ ମଧ୍ୟ ଶୁଭେଚ୍ଛା ର ସୁଅ ଛୁଟୁଛି। ଏହି ପାୱାର ଲିଫଟିଂ ଚାମ୍ପିୟାନଶୀପ ରାୟଗଡା ରେ ନେସନାଲ ସ୍ପୋର୍ଟ ଫେଡରେସନ ସୌଜନ୍ୟ ରେ ଚାରି ଓ ପାଞ୍ଚ ନଭେମ୍ବର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରାୟଗଡା ଏସ ଡି ସି ଅଧ୍ୟକ୍ଷ ଅନୁସୂୟା ମାଝୀ ଥିବା ବେଳେ ମୁଖ୍ୟବକ୍ତା ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇଥିଲେ। ଜୟ ତେନ୍ତୁଳିଖୁଣ୍ଟି ଗ୍ରୁପ , ସମେତ ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ ,ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ,ସମିତି ସଭ୍ୟ ସୁଧୀର ଖୁରା ,ଦିଲିପ ପ୍ରଧାନୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି କୃତୀ ପାୱାର ଲିଫ୍ଟର ଙ୍କୁ।