ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ପାୱାର ଲିଫଟିଂ ପ୍ରତିଯୋଗିତା ରେ ତେନ୍ତୁଳିଖୁଣ୍ଟି ବ୍ଲକ ପାୱାର ଲିଫ୍ଟର ଙ୍କ ସଫଳତା

ପାୱାର ଲିଫଟିଂ ପ୍ରତିଯୋଗିତା ରେ ତେନ୍ତୁଳିଖୁଣ୍ଟି ବ୍ଲକ ପାୱାର ଲିଫ୍ଟର ଙ୍କ ସଫଳତା

ତେନ୍ତୁଳିଖୁଣ୍ଟି ୦୮/୧୧/୨୩ .//  ରାୟଗଡା ଠାରେ ଅନୁଷ୍ଠିତ ହୋଇଥିବା ପାୱାର ଲିଫଟିଂ ପ୍ରତିଯୋଗିତା ତେନ୍ତୁଳିଖୁଣ୍ଟି ବ୍ଲକ ର ସାତ ଜଣ ସଫଳତା ହାସଲ କରିଛନ୍ତି। ସଫଳ ପ୍ରତିଯୋଗୀ ମାନେ ହେଲେ ବାବୁନ ନାୟକ 82.5 kg ବରିଷ୍ଠ ବର୍ଗରେ 2 ଗୋଲଡ଼ ଏବଂ 1 ସିଲଭର ମେଡାଲ ପାଇଥିବା ବେଳେ ଶୁଭମ ମହାନନ୍ଦିଆ 56 କେଜି ଜୁନିୟର ବର୍ଗରେ 1 ସିଲଭର 1 ବ୍ରୋଞ୍ଜ ମେଡାଲ ମନୋଜ ନା ଗ 52kg କନିଷ୍ଠ ବର୍ଗରେ 1 ଗୋଲଡ଼ ଏବଂ ଗୋଟିଏ ସିଲଭର , ରୁଦ୍ର ନାରାୟଣ ସୁନା 56 kg କନିଷ୍ଠ ବର୍ଗରେ 1 ଗୋଲଡ଼ 1 ସିଲଭର ମେଡାଲ ସୁମିତ ଟାକ୍ରୀ  67.5 j କେଜି କନିଷ୍ଠ ବର୍ଗରେ 2 ଗୋଲଡ଼ ଏବଂ ଗୋଟିଏ ସିଲଭର ମେଡାଲ ପାଇ ଛନ୍ତି। ପ୍ରଣୟ ଟାକ୍ରୀ 60 କେଜି କନିଷ୍ଠ ବର୍ଗରେ 1 ଗୋଲଡ଼ ମେଡାଲ ,କ୍ଷିତି ରଞ୍ଜନ ସ୍ୱାଇଁ 3 ଗୋଲଡ଼ 2 ସିଲଭର ଗୋଟିଏ ବ୍ରୋଞ୍ଜ ମେଡାଲ 100 କେଜି ସବ ଜୁନିୟର ବର୍ଗରେ ସଫଳତା ପାଇ ଛନ୍ତି। ଏମାନଙ୍କ ଏହି ସଫଳତା ପାଇଁ ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ଏମାନଙ୍କ ପ୍ରଶିକ୍ଷକ ବିଶି କେଶନ ଛତ୍ରୀୟା ଙ୍କ ପ୍ରେରଣା ଯୋଗୁଁ ଏହି ସଫଳତା ମିଳୁଥିବାରୁ ରାଜ୍ୟ ତଥା ଜାତୀୟ ସ୍ତର ର ପାୱାର ଲିଫଟିଂ ରେ ସଫଳତା ପାଇଥିବା ବ୍ୟକ୍ତିତ୍ୱ ଛାତ୍ରୀୟା ଙ୍କୁ ମଧ୍ୟ ଶୁଭେଚ୍ଛା ର ସୁଅ ଛୁଟୁଛି। ଏହି ପାୱାର ଲିଫଟିଂ ଚାମ୍ପିୟାନଶୀପ ରାୟଗଡା ରେ ନେସନାଲ ସ୍ପୋର୍ଟ ଫେଡରେସନ ସୌଜନ୍ୟ ରେ ଚାରି ଓ ପାଞ୍ଚ ନଭେମ୍ବର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରାୟଗଡା ଏସ ଡି ସି ଅଧ୍ୟକ୍ଷ ଅନୁସୂୟା ମାଝୀ ଥିବା ବେଳେ ମୁଖ୍ୟବକ୍ତା ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଯୋଗ ଦେଇଥିଲେ। ଜୟ ତେନ୍ତୁଳିଖୁଣ୍ଟି ଗ୍ରୁପ , ସମେତ ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ ,ଉପାଧ୍ୟକ୍ଷ ରାଜେନ୍ଦ୍ର ବିଶୋଇ ,ସମିତି ସଭ୍ୟ ସୁଧୀର ଖୁରା ,ଦିଲିପ ପ୍ରଧାନୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି କୃତୀ ପାୱାର ଲିଫ୍ଟର ଙ୍କୁ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରୁପ୍ରାରୋଡରେ ଜିଲ୍ଲା ସ୍ତରୀୟ ବ୍ୟଡମିନ୍ତନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ,ପାଷ୍ଟିକୁଡି ଚାମ୍ପିଅନ୍

Sunil Chandra Nayak

ଜ଼ିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ 

Sunil Chandra Nayak

ମ.ରାମପୁର ବ୍ଲକସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ // ମହିଳା ବିଭାଗରେ ମ.ରାମପୁର ଓ ପୁରୁଷ ବିଭାଗରେ ମୁଡ଼ିଂ ଚମ୍ପିଅନ୍‌

Sunil Chandra Nayak

Leave a Comment

error: Content is protected !!