ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟାଟା ମେଜିକ ସହିତ ବାଇକ ଧୋକ୍କା ରେ ଜଣେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର

ଟାଟା ମେଜିକ ସହିତ ବାଇକ ଧୋକ୍କା ରେ ଜଣେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର 

ବନ୍ଧୁଗାଁ ତା ୮/୧୧/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସାନଗାଦାବାଲସା ମୂଖ୍ୟ ରାସ୍ତା ନିକଟରେ ବାଇକ ଓ ଟାଟା ମେଜିକ୍ ଦୁର୍ଘଟଣା ଗ୍ରସ୍ତ ଜଣେ ଘଟଣାରେ ମୃତ୍ୟୁ ଓ ଦୁଇଜଣ ଗୁରୁତର। ମୃତ ବ୍ୟକ୍ତି କୁଟ୍ରାବେଡ଼ା ପଞ୍ଚାୟତ ମହାଗୁଡା ଗ୍ରାମର ଯୁଧିଷ୍ଟି ମେଲେକା( ପୂ ) ୨୩ ବର୍ଷ ଅଟନ୍ତି । ମୃତ ବ୍ୟକ୍ତି ଜଣକ ଆଧାର କାର୍ଡ କରିବା ପାଇଁ ବାଇକ ନମ୍ବର ଓଡ଼ି ୧୦ ଟି ୪୫୧୭ ଚଳାଇ ବନ୍ଧୁଗାଁ ବ୍ଲକକୁ ସାଥିରେ କାନ୍ତା ଜାକାକା (ମ) ୪୦ ବର୍ଷ , ମାଳତୀ ପ୍ରସାକା (ମ) ୪୦ ବର୍ଷ ଆସୁଥିଲେ । ବିପରୀତ ଦିଗରୁ ଆସୁଥିବା ଟାଟା ମେଜିକ୍ ଗାଡ଼ି ଓଡି ୧୮ ଏଲ ୦୪୧୨ ସହିତ ଧକ୍କା ହୋଇଥଲା । ଯାହା ଦ୍ୱାରା ଘଟଣା ସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ହୋଇଯାଇ ଥିବା ବେଳେ ଦୁଇ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଘଟଣା ସ୍ଥଳରେ କୋରାପୁଟ ଜିଲ୍ଲା ବିଜେଡି ସଭାପତି ଓ ପୁର୍ବତନ ସାଂସଦ ଝୀନ ହିକକାଙ୍କ ସହଯୋଗ ରେ ମୃତ ବ୍ୟକ୍ତିଙ୍କ ଶବକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗାଡ଼ି ଗୁଡିକ ଜବତ କରି ଥାନାରେ ରଖିଥିବା ଜାଣିବାକୁ ମିଳିଛି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ବେଲଘର ରେଞ୍ଜରେ ହାତୀ ମୃତ୍ୟୁ ଘଟଣା ରେ ଡି ଏଫ ଓ ଙ୍କ ଖବରଦାତା ସମ୍ମିଳନୀ

Sunil Chandra Nayak

ଜାଲ ଜନଜାତି ଜମି ପଟ୍ଟା ରଦ୍ଦ କରିବା ପାଇଁ ତହସିଲଦାରଙ୍କୁ ଦାବିପତ୍ର 

masiha

ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ବୁଲି ଦେଖିଲେ କଲେ କାୟାକଳ୍ପ ଟିମ

masiha

Leave a Comment

error: Content is protected !!