ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଧର୍ମଗଡ ସ୍ୱଧାର ଗୃହ ଠାରେ କମ୍ବଳ ବଣ୍ଟନ

ମାନବ ସେବା ହିଁ ମାଧବ ସେବା

ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଧର୍ମଗଡ ସ୍ୱଧାର ଗୃହ ଠାରେ କମ୍ବଳ ବଣ୍ଟନ

ଧର୍ମଗଡ ସ୍ଵଧାର ଗୃହଠାରେ ୪୦ଜଣ ଅନ୍ତେଃବାସୀନୀ ମାନଙ୍କୁ ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଆଜି କମ୍ବଳ ବଣ୍ଟନ କରାଯାଇଥିଲା। ଅନୁଷ୍ଠାନ ର ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଓ ଉପଦେଷ୍ଠା ବିଦ୍ୟାଧର ସାହୁ ଉପସ୍ଥିତ ରହି କମ୍ବଳ ବଣ୍ଟନ କରିଥିଲେ। ଅନ୍ତେବାସିନୀ ମାନଙ୍କୁ ମାଗଣାରେ ଡ଼ାକ୍ତରୀ ସେବା ଉପଲବ୍ଧ କରାଇବା ସହ ଆବଶ୍ୟକୀୟ ଔଷଧ ଯୋଗାଇ ଦେବେ ବୋଲି ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଥିଲେ। ସ୍ଵଧାର ଗୃହର ସଭ୍ୟା ଗୀତା ପଟ୍ଟନାୟକ, କର୍ମୀ ରୋଜାଲିନ ନାଏକ ଓ ସୁଭାଷିନୀ ରାଉତ ଏହି ଅବସରରେ ଉପସ୍ଥିତ ଥିଲେ।

ଧର୍ମଗଡ ର ଅଗ୍ରଣୀ ଅନୁଷ୍ଠାନ ଜଗନ୍ନାଥ ସେବା ସମିତି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆର୍ଥିକ ସ୍ୱଚ୍ଛଳ ନଥିବା ଅନୁଷ୍ଠାନ ଓ ଗରିବ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ ସେବା ଆରମ୍ଭ ହୋଇଛି। 

ପ୍ରକାଶ ଯୋଗ୍ୟ ଯେ,୨୦୦୮ ମସିହାରୁ ଜଗନ୍ନାଥ ସେବା ସମିତି ଜିଲ୍ଲାରେ ସେବା କାର୍ଯ୍ୟ କରିଆସୁଛି। ଗରିବ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ, ଆର୍ଥିକ ଅସ୍ଵଚ୍ଛଳ ଲୋକଙ୍କୁ ମାଗଣାରେ ପୂରୀ ଜଗନ୍ନାଥ ଦର୍ଶନ, ମାଗଣାରେ ସ୍ଵାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ, ଗରୀବ କନ୍ୟା ରତ୍ନ ମାନଙ୍କ ବିବାହ ରେ ଆର୍ଥିକ ସହାୟତା, ଶ୍ମଶାନ ପାଇଁ ମାଗଣାରେ ଶବ ଦାହ ପାଇଁ କାଠ ଯୋଗାଣ ଏବଂ କରୋନା କାଳରେ ଗରିବ ଲୋକଙ୍କୁ ମାଗଣାରେ ରନ୍ଧା ଓ ସୁଖା ଖାଦ୍ୟ ପ୍ରଦାନ କରି ଜଗନ୍ନାଥ ସେବା ସମିତି ଅଞ୍ଚଳରେ ସମସ୍ତଙ୍କ ର ପ୍ରୀୟଭାଜନ ହୋଇ ପାରିଛି। ଆଗକୁ ମଧ୍ୟ ଏହି ସେବା ଜାରି ରହିବ ବୋଲି ଅନୁଷ୍ଠାନ ର ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଛନ୍ତି।

 ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଲକ୍ଷ୍ମୀ ବସ ଚଳାଚଳ ଓ ଭିତି ଭୂମି ନେଇ ପ୍ରସ୍ତୁତି ବୈଠକ

masiha

ଠିକା ବ୍ୟାଙ୍କ କର୍ମଚାରୀଙ୍କ ଅସନ୍ତୋଷ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ : ରବି ରଥ

masiha

ଲଡୁଗାଁରେ ବ୍ଲକ ସ୍ତରୀୟ ପର୍ଶୁରାମ ଜନ୍ମୋତ୍ସଵ, ଜୟ ପର୍ଶୁରାମରେ ପ୍ରକମ୍ପିତ ହେଲା ସହର

Sunil Chandra Nayak

Leave a Comment

error: Content is protected !!