ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ ପୋଲିସ କନେଷ୍ଟବଳ ମୃତ

ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ ପୋଲିସ କନେଷ୍ଟବଳ ମୃତ

ମୟୂରଭଞ୍ଜ – ୧୩/୧୧ ( ମସିହା) ରାଇରଙ୍ଗପୁରର କାର୍ଯ୍ୟରତ କନଷ୍ଟେବଳ ଦାମୋଦର ନାଏକ(୩୯) ରବିବାର ଦିନ ବାରିପଦାରୁ ପଦୋନ୍ନତି ପରୀକ୍ଷା ଦେଇ ବାଇକ୍ ଯୋଗେ ରାଇରଙ୍ଗପୁର ଫେରୁଥିବା ସମୟରେ ରାଇରଙ୍ଗପୁର ଠାରୁ ୫କିମି ଦୂର ରାଇରଙ୍ଗପୁର – ବିଶୋଇ ରାସ୍ତାରେ ଅସନବଣଇ ଛକ ପୋଲ ନିକଟରେ ରାସ୍ତା ପାର ହେଉଥିବା ଏକ ମହିଳା ଶ୍ରମିକ ସାଇକେଲ ଆରୋହୀକୁ ରକ୍ଷା କରିବାକୁ ଯାଇ ଦୁର୍ଘଟଣାର ଶୀକାର ହୋଇଥିଲେ । ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ । ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଅଣା ଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ ।ଘଟଣାଟି ସନ୍ଧ୍ୟା ବେଳେ ଘଟିଥିଲା ।ସେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁରର ମହୁଲଡିହାସ୍ଥିତ ଵାସଭବନ

 ଜଗିବା ଡିଉଟିରେ ଥିଲେ । ହାବିଲଦାର ପରୀକ୍ଷା ପାଇଁ ବହୁ ଆଶା ବାନ୍ଧି ଯାଇଥିଲେ । ପଦୋନ୍ନତି ହେଲେ ଦୁଇ ପଇସା ଦରମା ଅଧିକା ମିଳିବ । ଏଣେ ଘରକୁ ଗଲେ କାଳୀପୂଜାରେ ପରିବାର ସହିତ ହସଖୁସିରେ ଦାବିଲି ମାନିବେ !ହେଲେ ସତେ ଯମ ଜଗିଥିଲା ଅସନଵଣି 

 ପୋଲ ନିକଟରେ ।ସେ ୨୦୧୧ ରେ କନଷ୍ଟେବଳ ପଦବୀରେ ନିଯୁକ୍ତି ହୋଇଥିଲେ ।ଦାମୋଦରଙ୍କ ଘର ମୟୂରଭଞ୍ଜ ଜିଲ୍ଲାର କୁସୁମୀ ବ୍ଳକର ତେଣ୍ଟପୋଷି ଗ୍ରାମ ।ବାଇକ ଦୁର୍ଘଟଣାରେ ମହିଳା ଶ୍ରମିକ ସାଇକେଲ ଆରୋହୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଖଵର ପାଇ ମୟୂରଭଂଜ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ମହାରଣା, ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ଥାନା ଆଇଆଇସି ରୋଜାଲିନ ବେହେରା ପ୍ରମୁଖ ରାଇରଙ୍ଗପୁର ହସ୍ପିଟାଲରେ ପହଞ୍ଚି ମୃତକଙ୍କ ପରିବାରକୁ ସାନ୍ତ୍ଵନା ଦେବା ସହ ଅନ୍ୟାନ୍ୟ ହାଲଚାଲ ବୁଝାବୁଝି କରୁଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଗୁଣୁପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ଚତୁର୍ଥ ବାର୍ଷିକୋତ୍ସବ 

masiha

ଜଳପ୍ରପାତରେ ବୁଡ଼ିଗଲେ ଯୁବକ: ଏକ ମାସରେ ଦ୍ୱିତୀୟ ଅଘଟଣ, ପର୍ଯ୍ୟଟନ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

Sunil Chandra Nayak

Leave a Comment

error: Content is protected !!