ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନିରାକାର ସାହୁ ହତ୍ୟା ଘଟଣା,ସୁପାରି କିଲର ଗିରଫ।ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସପି

ନିରାକାର ସାହୁ ହତ୍ୟା ଘଟଣା,ସୁପାରି କିଲର ଗିରଫ।ସାମ୍ବାଦିକ  ସମ୍ମିଳନୀରେ    ସୂଚନା ଦେଲେ ଏସପି

କାମାକ୍ଷାନଗର(ମନିସ )13/11/23 // ବହୁ ଚର୍ଚିତ ଖଣି ବ୍ୟବସାୟି ନିରାକାର ସାହୁ ହତ୍ୟା ଘଟଣା।ସୁପାରି କିଲର ରାକେଶ ନାଥ ଓ ତାର ଜଣେ ସହଯୋଗିକୁ ମୟୁରଭଞ୍ଜରୁ ଗିରଫ କଲା କାମାକ୍ଷାନଗର ପୋଲିସ।ମୁଖ୍ୟ ଅଭିଯୁକ୍ତ ଦିବ୍ୟ ଦର୍ଶନ ମାହୁନ୍ତ ପୂର୍ବରୁ ଗିରଫ ହୋଈସାରିଛି।ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଲେ ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର।ଗତ ସେପ୍ଟେମ୍ବର ମାସ ୨୭ ତାରିଖ ବିଳମ୍ବିତ ରାତିରେ ନିରାକାର ସାହୁକୁ ଆଳତୁମା ମାଳବନ୍ଧ ନିକଟରେ ଗୁଳିମାଡ କରି ହତ୍ୟା କରାଯାଇଥିଲା।ସୂଚନା ମୂତାବକ ଦିବ୍ୟଦର୍ଶନର ବାପା ଦିପକ ମାହୁନ୍ତକୁ ମୃତ ନିରାକାର ତାର ସହଯୋଗି ମାନେ ମିଶି କିଛି ବର୍ଷ ପୂର୍ବେ ଗୁଳିମାଡ କରି ହତ୍ୟା କରିଥିଲେ ।ବାପାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ପୁଅ ଦିବ୍ୟଦର୍ଶନ ରାକେଶ ନାଥ ସହିତ ୬ଲକ୍ଷ ଟଙ୍କାର ଡିଲ ହୋଇଥିବା ବେଳେ ୧ଲକ୍ଷ ଟଙ୍କା ଦେଇଥିବା ପୋଲିସ ଆଗରେ ପ୍ରକାଶ କରିଥିଲା।ନିରାକାରକୁ ହତ୍ୟା କରିବା ପରେ ସମସ୍ତ ଦୂର୍ବୁତ୍ତ ନିରାକାରର ଏକ କାରକୁ ମଧ୍ୟ ନେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ ।କିଛି ଦିନ ପରେ ପୋଲିସ କାରଟିକୁ ଜବତ କରିଥିଲା।ଦିପକ ମାହୁନ୍ତ ହତ୍ୟାକାଣ୍ଡରେ ନିରାକାର ମୁଖ୍ୟ ଅଭିଯୁକ୍ତ ଥିଲେ ।ଘଟଣାରେ ସଂପୃକ୍ତ ଅନ୍ୟମାନଙ୍କୁ ଖୁବଶିଘ୍ର ଧରାଯିବା ନେଇ ଏସପିଙ୍କ ସୂଚନା ଦେଇଛନ୍ତି।ସାମ୍ବାଦିକ ସମ୍ମିଳନୀରେ  SDPO ପ୍ରଭାତ ତ୍ରିପାଠି,ଥାନା ଅଧିକାରି ଶରତ ମହାଳିକ ଉପସ୍ଥିତ ଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମାମୁଁ ଘରେ ଭାଣିଜୀ ମୃତ;କାରଣ ଅସ୍ପଷ୍ଟ; ପୋଲିସର ତନାଘନା ଜାରି

masiha

ଗୌଡ଼ ଦେଓପାଲି ଗ୍ରାମରେ ଡକାୟତି ,  ଜଣେ ଆହତ : ତମ୍ବା ମୁଦ୍ରା ,  କଂସା ଥାଳିି,  ଭରିଏ ସୁନା ଓ ଅଶୀ ହଜାର ଲୁଟି ନେଲେ

Sunil Chandra Nayak

ଉମୁରାହାଣ୍ଡି ନଦୀକୂଳରୁ ମିଳିଲା ମୄତ ଯୁବକର ଆପାଚି ବାଇକ୍

masiha

Leave a Comment

error: Content is protected !!