ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ପ୍ରେସ ଦିବସ ପାଳନ ନେଇ ଓୟୁଜେ ସଙ୍ଘ କଳାହାଣ୍ଡି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜାତୀୟ ପ୍ରେସ ଦିବସ ପାଳନ ନେଇ ଓୟୁଜେ ସଙ୍ଘ କଳାହାଣ୍ଡି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

କୋକସରା,୧୧/୧୧ // ଜାତୀୟ ପ୍ରେସ ଦିବସ ଆସନ୍ତା ୧୬ ତାରିଖରେ ରହିଥିବା ବେଳେ ଶୁକ୍ରବାର ଓଡିଶା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ସହ ଅନୁବନ୍ଧିତ ଥିବା କଳାହାଣ୍ଡି ଜିଲ୍ଲା ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ସଙ୍ଘ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର କୋକସରା ବ୍ଲକ କୁସୁମଖୁଣ୍ଟି ଡାକ ବଙ୍ଗଳା ଠାରେ ଜିଲ୍ଲା ସଭାପତି କମ୍ବୁପାଣି ମିଶ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଙ୍ଘର ଉପଖଣ୍ଡରେ କାର୍ଯ୍ୟରତ ସାମ୍ବାଦିକ ମାନେ ଅଂଶଗ୍ରହଣ କରି ଆଲୋଚନା କରିଥିଲେ ଓ ସର୍ଵ ସମ୍ମତି କ୍ରମେ ଜାତୀୟ ପ୍ରେସ ଦିବସ କୁସୁମଖୁଣ୍ଟି ଡାକ ବଙ୍ଗଳାରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଓୟୁଜେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ସିଂଦେଓ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଇଙ୍ଗିତ କୁମାର ପଣ୍ଡା, ଅଂଶୁମାନ ପାତ୍ର, କୋକସରା ବ୍ଲକ ସଙ୍ଘର ସଦସ୍ୟ ସନତ କୁମାର ପ୍ରଧାନୀ, ଭଦ୍ରାଞ୍ଚଳ ନାଏକ, ବିନୋଦ ପଟେଲ, ଦୁଷ୍ମନ୍ତ ପାଟ୍ଟଯୋଷୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

କୁକୁଡ଼ା ଚାଷ ନେଇ ତାଲିମ ଅନୁଷ୍ଠିତ

Sunil Chandra Nayak

ସ୍ୱାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳର ନେତା ବ୍ରଜ କିଶୋର ଧଳ ।

ବିଡିଓ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମନମୁଖୀ ଶାସନକୁ ବିରୋଧ କରି ପଞ୍ଚାୟତ ସମିତି ବୈଠକ ବର୍ଜନ 

masiha

Leave a Comment

error: Content is protected !!