ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ମଦ କାରବାର ନେଇ ମହିଳାଙ୍କୁ ବାନ୍ଧିଲା ଅବକାରୀ ବିଭାଗ

ବେଆଇନ ମଦ କାରବାର ନେଇ ମହିଳାଙ୍କୁ ବାନ୍ଧିଲା ଅବକାରୀ ବିଭାଗ

 ମୟୂରଭଞ୍ଜ – ( ମସିହା)ଆସିଗଲା ପାର୍ବଣ ଋତୁ ।ପଲ୍ଲୀ ରୁ ସହର ସଵୁ ଚଳ ଚଞ୍ଚଳ । ସମସ୍ତେ ଗାଁ ମୁହାଁ ।ବାହାରେ ଯିଏ ଯେଉଁଠି ଥାନ୍ତୁ ନା କାହିଁକି ଦୁଇ ପଇସା ରୋଜଗାର କରି ଘରକୁ ଏହି ଗଣପର୍ବ ଦୀପାବଳିରେ ଘରକୁ ଆସନ୍ତି ।ଏହାର ସୁଯୋଗକୁ ଅନେଇ ଥାଆନ୍ତି ମଦ ମାଫିଆମାନେ ।ଏଥି ନେଇ ମଦ ମାଫିଆ ମାନେ ସକ୍ରିୟ ସୋଇ ଉଠିଛନ୍ତି ।ମହିଳା ମାନଙ୍କୁ ହାତ ବାରାହୀ କରିଛନ୍ତି ମଦ ମାଫିଆମାନେ । ମହିଳା ମାନଙ୍କୁ ହାତ କରି ଗାଁ ଗାଁ ରେ ଚୋରା ମଦ କାରବାର ବଢାଇଛନ୍ତି ମଦ ମାଫିଆମାନେ ।ଆଇନ ଯେତେ କଠୋର ହେଲେ ମଧ୍ୟ ଆଇନକୁ ଫୁ କରିଦେଇଛନ୍ତି ସେମାନେ । ଅବକାରୀ ବିଭାଗ ତରଫରୁ ଚଢ଼ାଉ କରାଯାଇ ଏକ କଳା ରଙ୍ଗର ହୋଣ୍ଡା ଆଭଇଏଟର ସ୍କୁଟି ଜବତ କରି ୨୨ .୫ ଲିଟର ବେଆଇନ ଦେଶୀ ମଦ ଜବତ କରିଛନ୍ତି । ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଛି । ମହିଳାଙ୍କ ନାମ ପ୍ରମିଳା ମାଝୀ(୩୭) ଘର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପିଠାକୁଟୁଣୀ ଗ୍ରାମ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କୋଟି କୋଟି ଟଙ୍କା ଠକେଇ ମାମଲାରେ ଷ୍ଟେଟବ୍ୟାଙ୍କ ଡେପୁଟି ମ୍ୟାନେଜର ଙ୍କୁ ଗିରଫ କଲା ଇଓଡ଼ବ୍ଲ

Sunil Chandra Nayak

ପୂର୍ବତନ ପିଇଓଙ୍କ ଆତ୍ମହତ୍ୟା ଉଦ୍ୟମ; ସରକାରୀ ଅର୍ଥ ହଡପ ଅଭିଯୋଗରେ ହୋଇଥିଲେ ନିଲମ୍ବିତ

Sunil Chandra Nayak

କ୍ରିକେଟ୍ ବେଟିଂ ପାଇଁ ୩ କୋଟି ଟଙ୍କା ସରକାରୀ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଆଉ ଜଣେ ପିଇଓ ଗିରଫ

masiha

Leave a Comment

error: Content is protected !!