ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନବ ସେବା ହିଁ ମାଧବ ସେବା…  ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଡୁମେରଗୁଡା ଗ୍ରାମ ପଞ୍ଚାୟତରେ କମ୍ବଳ ବଣ୍ଟନ

ମାନବ ସେବା ହିଁ ମାଧବ ସେବା…

 ଧର୍ମଗଡ ଜଗନ୍ନାଥ ସେବା ସମିତି ପକ୍ଷରୁ ଡୁମେରଗୁଡା ଗ୍ରାମ ପଞ୍ଚାୟତରେ କମ୍ବଳ ବଣ୍ଟନ

ଧର୍ମଗଡ ର ଅଗ୍ରଣୀ ଅନୁଷ୍ଠାନ ଜଗନ୍ନାଥ ସେବା ସମିତି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗରିବ ବୃଦ୍ଧ ବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ ସେବା ଆରମ୍ଭ ହୋଇଛି। ଆଜି ଡୁମେରଗୁଡା ଗ୍ରାମ ପଞ୍ଚାୟତର ମୁଖିଗୁଡା,ବେଲପଡା, କିର୍କାକାନି ଓ ଡୁମେରଗୁଡା ଗ୍ରାମ ୧୫୦ ଜଣ ଗରିବ ବୃଦ୍ଧ ବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷୀ, ସମାଜସେବୀ ମନୋଜ କୁମାର ପଟ୍ଟଯୋଷୀ ଉପସ୍ଥିତ ରହି କମ୍ବଳ ବଣ୍ଟନ କରିଥିଲେ। ଜଗନ୍ନାଥ ସେବା ସମିତି ର ସଂପାଦକ ବୈଦ୍ୟନାଥ ବେହେରା, ଅଞ୍ଜନ କୁମାର ରଥ ଏହି ସେବା କାର୍ଯ୍ୟରେ ସହଯୋଗ କରିଥିଲେ।ଆସନ୍ତା ଦିନରେ ମହିଚଲା,ବଡ ଘୁମର,ତଥା ଅନ୍ୟାନ୍ୟ ଅଞ୍ଚଳରେ ଆର୍ଥିକ ଅନଗ୍ରସର ଥିବା ଲୋକଙ୍କୁ ଏହି ସେବା ଜାରି ରହିବ ବୋଲି ଜଗନ୍ନାଥ ସେବା ସମିତିର ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆଦିବାସୀ ମହାବିଦ୍ଯାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା 

Sunil Chandra Nayak

ରାଉରକେଲା ମହାବିଦ୍ୟାଳୟ ଓ ଡିଏଭି ପବ୍ଲିକ୍ ସ୍କୁଲ୍ ତରଫରୁ ବିଶ୍ୱକପ୍ ହକି ଟ୍ରଫିକୁ ଭବ୍ୟ ସ୍ବାଗତ

Sunil Chandra Nayak

ନାରାୟଣପାଟଣା ଓଡିଆପେଣ୍ଠ ନିକଟରେ ବାଇକ ଅଟୋ ଧକ୍କା ଜଣେ ମୃତ୍ୟୁ ଜଣେ ଗୁରୁତ୍ବର 

masiha

Leave a Comment

error: Content is protected !!