ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଯୁବଶକ୍ତି କ୍ଲବ ତରଫରୁ ଫୁଟବଲ ପ୍ରତିଯୋଗିତା 

ଯୁବଶକ୍ତି କ୍ଲବ ତରଫରୁ ଫୁଟବଲ ପ୍ରତିଯୋଗିତା 

ରାଉରକେଲା/ଜଲଦା ଏ ବ୍ଲକ ସ୍ଥିତ ଯୁବଶକ୍ତି କ୍ଲବ ତରଫରୁ ଏକ ଫୁଟବଲ ପ୍ରତିଯୋଗିତା ଗତ ୧୫ ତାରିଖରୁ ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗିତା ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି। ଏହି ପ୍ରତିଯୋଗିତା ନକଆଉଟ ଭିତ୍ତିକ ହୋଇଥିବା ବେଳେ ଏଥିରେ ୩୨ଟି ଯୁବ ଦଳ ଓ ୮ଟି ଭେଟେରାନ ଦଳ ଭାଗ ନେଇଛନ୍ତି। ଉଦଘାଟନୀ ଉତ୍ସବରେ ପ୍ରାକ୍ତନ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ ମୁଖ୍ୟ ଅତିଥି ଓ ଆଶା ତନ୍ତୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ। କ୍ଲବର ସଭାପତି ଆଦମାନ କନଓ୍ବଏ, ସାଧାରଣ ସମ୍ପାଦକ ରବି ବେବର୍ତ୍ତା, ଉପଦେଷ୍ଟା ପଦ୍ମନାଭ ମହାପାତ୍ର,ଭେଟେରାନ ଖେଳାଳି ଆନନ୍ଦ ବେହେରା, ସମାଜସେବୀ ସୁଦର୍ଶନ ଏକ୍କା,ଏସ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଶ୍ରୀ ତନ୍ତୀ ଏହି ଅବସରରେ କ୍ଲବର ଉଦ୍ୟମ କୁ ପ୍ରଶଂସା କରିବା ସହ ଖେଳ କେବଳ ଶାରିରୀକ ସୁସ୍ଥତା ପାଇଁ ନୁହେଁ ବରଂ ମାନସିକ ଶକ୍ତି ବୃଦ୍ଧି ସହ ଅବସାଦ ଦୂର କରେ। ଏହାସହ ଭାଇଚାରା ବଜାୟ ରଖିବା ସହ ସହାବସ୍ଥାନ ର ବାର୍ତ୍ତା ପ୍ରସାର କରିବାରେ ସହାୟକ ହୁଏ ବୋଲି ମତ ରଖିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧବଳେଶ୍ଵର କ୍ରିକେଟ କପ : ବରଗଡ଼ ଚମ୍ପିୟାନ 

masiha

କନ୍ଦରପୁର କପ୍ ରାଜ୍ୟ ସ୍ତରୀୟ କ୍ରିକେଟ : ମୁକ୍ତେଶ୍ଵରକୁ ହରାଇ ୟୁନିୟନ କ୍ଲବ ସେମିରେ 

masiha

ଚନ୍ଦୁ ସାହାଣୀ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ, ଭବାନୀପାଟଣା କୁ ହରାଇ ସମ୍ବଲପୁର ସେମି ଫାଇନାଲ ରେ

masiha

Leave a Comment

error: Content is protected !!