ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଟାଙ୍ଗ ପଦର ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା

ଭଟାଙ୍ଗ ପଦର ଉଚ୍ଚ ବିଦ୍ୟାଳୟରେ ଆଇନ ସଚେତନତା

ଭବାନୀପାଟଣା:୧୮/୧୧ – (ମନିସ):- ରାଜ୍ଯ ଆଇନ୍ ସେବା ପ୍ରାଧିକରଣର ନିର୍ଦ୍ଦେଶ କ୍ରମେ ଭବାନୀପାଟଣା ସଦର ବ୍ଳକ ସ୍ଥିତ ଭଟାଙ୍ଗପଦର ସରକାରୀ ଉଚ୍ଚ ବିଦ୍ୟାଳୟରେ କଳାହାଣ୍ଡି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୌଳିକ କର୍ତ୍ତବ୍ୟ,ଜେଜେ(ସିପିସି) ଆଇନ ଓ ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଆଇନ ସମ୍ପର୍କରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍ (ଭିଜିଲାନ୍ସ), ଶ୍ରୀକାନ୍ତ ମିଶ୍ର,ପରିବାର ଅଦାଲତ ଜଜ୍,ଶ୍ରୀ ଲଳିତ କୁମାର ଦାସ, ଏଡହକ (FTSC) ଶ୍ରୀ ଯଦୁମଣି ମିଶ୍ର, ଅତିରିକ୍ତ ଜିଲ୍ଲା ଜଜ୍ (ପୋକସୋ) ଶ୍ରୀ ସୁଭଞ୍ଜନ ମହାନ୍ତି, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, କଳାହାଣ୍ଡି, ଶ୍ରୀ ଶୁଭ ଗୌତମ ମିଶ୍ର, ରେଜିଷ୍ଟ୍ରା ଶ୍ରୀ ଶ୍ରୀଦୀପ ମିଶ୍ର, ଓ ଭଟାଙ୍ଗପଦର ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଝସକେତନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସତ୍ୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ୍ 

Related posts

ଏକତ୍ରିଂଶତମ ଜିଜ୍ଞାସା କର୍ମଶାଳା 

masiha

୨୯୮ ଦିବ୍ୟାଙ୍ଗ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା  

masiha

ବାଲିଆପାଳ ବିକାଶ ପରିଷଦ ଦ୍ୱାରା ସାମ୍ବାଦିକ ସମିଳନୀ 

Sunil Chandra Nayak

Leave a Comment

error: Content is protected !!