ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଶଳ ମହା ବନ୍ଦ ଜୁନାଗଡ ରେ ପ୍ରଭାବ ଶୂନ୍ୟ

କୋଶଳ ମହା ବନ୍ଦ ଜୁନାଗଡ ରେ ପ୍ରଭାବ ଶୂନ୍ୟ

ଜୁନାଗଡ଼,୧୮/୧୧(ମ ନି ସ)ମିଳିତ ମଞ୍ଚ ତରଫରୁ କୋଶଳ ମହା ବନ୍ଦ ଡ଼ାକରା ଜୁନାଗଡ ଠାରେ ପ୍ରଭାବ ଶୂନ୍ୟ ଦେଖିବାକୁ ମିଳିଛି l ଏଠାରେ ସାଧାରଣ ଜୀବନ ଯାତ୍ରା ସହ ଯାନବାହାନ ଚଳାଚଳ ସ୍ଵାଭାବିକ୍ ରହିଥିଲା l ଏହି ବନ୍ଦ ଡାକରା ରେ ଜିଲ୍ଲା ର ସଦର୍ ମହକୁମା ସହ କେତେକ ଆଞ୍ଚଲ ରେ ବନ୍ଦ ପାଳନ କରାଯାଇଥିବା ବେଳେ ଜୁନାଗଡ ସହର୍ ରେ ଏହା ପ୍ରଭାବ ଶୂନ୍ୟ ଥିଲା l ସ୍ତାନୀୟ ବସ୍ ଷ୍ଟାଣ୍ଡ ସଦର ମହକୁମା ରୁ ବସ୍ ଚଳାଚଳ ବନ୍ଦ ଥିବାରୁ ସ୍ତାନୀୟ ବସ୍ ଷ୍ଟାଣ୍ଡ ରେ ଯାତ୍ରୀ ମାନଙ୍କୁ ସାମାନ୍ୟ ଅସୁବିଧା ହେଇଥିଲା l ହେଲେ ସରକାରୀ ଓ ଲକ୍ଷ୍ମି ବସ୍ ଚଳାଚଳ ହେତୁ ଯାତ୍ରୀ କୋଣସି ସମସ୍ୟା ର ସମୁଖୀନ ହେଇନଥିଲା l ଏଠାରେ ରହିଥିବା ସରକାରୀ କାର୍ଯ୍ୟାଳୟ ବ୍ଯାଙ୍କ, ସ୍କୁଲ କଲେଜ, ଦୋକାନ ବଜାର, ସବୁ ଖୋଲା ରହି ଥିବା ଦେଖିବାକୁ ମିଳିଥିଲା l ମୋଟା ମୋଟି ଭାବେ ଜୁନାଗଡ ରେ କୋଶଳ ମହା ବନ୍ଦ ଡ଼ାକରା ପ୍ରଭାବ ଶୂନ୍ୟ ଦେଖିବାକୁ ମିଳିଥିଲା l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଚପ୍ରିଆ ପେକ୍ସର ତିନି ଧାନ ମଣ୍ଡି ଶୁଭାରମ୍ଭ

masiha

ମହା ଆଡମ୍ବରରେ ପାଳିତ ହେଲା ହର ଘର ତିରଙ୍ଗା ଯାତ୍ରା

masiha

ଜାତୀୟ ଦିବସ ପାଳନ କମିଟି (ଏନ୍ ଡି ସି ସି) ଜୟପାଟଣା ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

masiha

Leave a Comment

error: Content is protected !!