ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳଚୁରି କଳାର ସମାଜ ପକ୍ଷରୁ ଶ୍ରୀ ଶହସ୍ରାର୍ଜୁନ ଜନ୍ମ ଜୟନ୍ତୀ ଓ ବନ୍ଧୁ ମିଳନ ଉତ୍ସବ ପାଳନ

କଳଚୁରି କଳାର ସମାଜ ପକ୍ଷରୁ ଶ୍ରୀ ଶହସ୍ରାର୍ଜୁନ ଜନ୍ମ ଜୟନ୍ତୀ ଓ ବନ୍ଧୁ ମିଳନ ଉତ୍ସବ ପାଳନ

କୋକସରା,୧୯/୧୧ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ କଳାହାଣ୍ଡି କଳଚୁରି କଳାର ସେନା ଆୟୋଜନରେ ରବିବାର ଇଷ୍ଟ ଦେବତା ଶ୍ରୀ ଶହସ୍ରାର୍ଜୁନ ଜନ୍ମ ଜୟନ୍ତୀ ଉତ୍ସବ ମହା ଆଡମ୍ବରରେ ପାଳନ କରାଯାଇଛି। ଛତିଶଗଡ ସନ୍ଧିମୁଣ୍ଡାରୁ ଏକ ଶୋଭାଯାତ୍ରା ବାହାରି ଗୋତମୁଣ୍ଡା ପହଞ୍ଚିଥିଲେ। ଭଗବାନ ଶହସ୍ରାର୍ଜୁନଙ୍କ ପୂଜା ପରେ , ଅତିଥିଙ୍କୁ ସ୍ବାଗତ କରାଯାଇଥିଲା। କଳଚୁରି କଳାର ସେନାର ସଭାପତି ଚୁଡାମଣି ନାଏକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଆମପାଣି ଯୋନ ଜିଲ୍ଲା ପରିଷଦ ସଭାପତି ହେମନ୍ତ ମାଝୀ, ସରପଞ୍ଚ ଅଁଳାଭଟା ଭଗବତୀ ନାଏକ, ପ୍ରଦେଶ ସଦସ୍ୟ ବିରୋନାଞ୍ଚଳ ନାଏକ, ସମ୍ପାଦକ ଭରତ ବିଶି, ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ନାଏକ, ବିନ୍ଦୁ ସାଗର ବିଶି ପ୍ରମୁଖ ମଞ୍ଚରେ ଉପସ୍ଥିତ ରହି କଳଚୁରି କଳାର ସମାଜର ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ଶ୍ରୀ ରାଜ ରାଜେଶ୍ୱର ଶ୍ରୀ ଶହସ୍ରାର୍ଜୁନ ଜନ୍ମ ଜୟନ୍ତୀ ଅବସରରେ ଉପସ୍ଥିତ କଳଚୁରି କଳାର ସମାଜର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। କଳାହାଣ୍ଡି, ନୂଆପଡା, ଛତିଶଗଡ ଅଞ୍ଚଳରୁ ୬୦୦ ରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଉପସ୍ଥିତ ରହିଥିଲେ। ଏଥିରେ ପ୍ରଦେଶ ସଂଯୋଜକ ବିରଞ୍ଜନ ନାୟକ, କଲଚୁରି ସେନା ସମ୍ପାଦକ ବାଳକୃଷ୍ଣ ବିଶି, କୋଷାଧ୍ୟକ୍ଷ ହେମନ୍ତ ବିଶି, ତରେଶ ବିଶି, ଗଜାନନ ସିହ୍ନା, ସନ୍ଧିମୁଣ୍ଡା ସଭାପତି ଲକ୍ଷ୍ମଣ ସିହ୍ନା, ସୋମନାଥ ବିଶି, ନରସିଂହ ବିଶି , ହୁକିମ ବିଶି ପ୍ରମୁଖ ଉପସ୍ଥିତ ରହିଥିଲେ। ଶିକ୍ଷାବିତ ଜନ୍ମେଜୟ ବିଷି ମଞ୍ଚ ପରିଚାଳନା କରିଥିବା ବେଳେ ନାରୀ ନେତ୍ରୀ ଭାରତୀ ବିଶି ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆର କେ ଜୁନିୟର କଲେଜ,ଲୁହାଶିଳାରେ”ପ୍ରବେଶ ଉତ୍ସବ” ପାଳିତ

Sunil Chandra Nayak

ପାଟଣାଗଡ଼ ଅଞ୍ଚଳରେ ପୁଣି ଏକ ଦାଦନ ଶ୍ରମିକ ର ମୃତ ଶରୀର ଫେରିଛି

masiha

ସାଇବର ଠକେଇ ବିରୋଧରେ ସୁରକ୍ଷା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ “ଡିଜିରକ୍ଷା” ଅଭିଯାନ ଆରମ୍ଭ

masiha

Leave a Comment

error: Content is protected !!