ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ର ବାର୍ଷିକ ସାଧାରଣ ସଭା ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

 କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ର ବାର୍ଷିକ ସାଧାରଣ ସଭା ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ଭବାନୀପାଟଣା – – କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ର ବାର୍ଷିକ ସାଧାରଣ ସଭା ଓ କର୍ମକର୍ତ୍ତା ନିର୍ବାଚନ ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଗତ ୧୯ ତାରିଖ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଂସ୍ଥା ର ଉପ ସଭାପତି ଶ୍ରୀ ରାମ କୁମାର ଜୈନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ସୁନୀଲ କୁମାର ବେହେରା ଗତ୨୦୨୨-୨୩ ବୈଠକର ବିବରଣୀ ପାଠ କରିଥିଲେ ଏବଂ ସାଧାରଣ ସମ୍ପାଦକ ଶ୍ରୀ ଜଗମୋହନ ପଟ୍ଟନାୟକ ୨୦୨୨-୨୩ ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶ୍ରୀ କାଲୀ ପ୍ରସାଦ ପଟ୍ଟନାୟକ ଆଗାମୀ ୨୦୨୩-୨୪ ମସିହା ର ଆନୁମାନିକ ବଜେଟ ଓ ଆୟ ବ୍ୟୟ ବିବରଣୀ ଉପସ୍ଥାପନ କରିଥିଲେ। ଉପସ୍ଥିତ ସଦସ୍ୟ ମାନେ କରତାଳି ଦେଇ ଅନୁମୋଦନ କରିଥିଲେ। ଏ ଅବସରରେ ଜିଲ୍ଲା କ୍ରୀଡା ସଂସ୍ଥା ର ଆଗାମୀ ଚାରିବର୍ଷ (୨୦୨୩-୨୦୨୭)ନିମନ୍ତେ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା, ଏହି ନିର୍ବାଚନ ରେ କାର୍ଯ୍ୟକାରୀ ସଭାପତି ଭାବେ ଶ୍ରୀ ସୁନୀଲ କୁମାର ବେହେରା ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ଭାବେ ଶ୍ରୀ ରାମ କୁମାର ଜୈନ ଏବଂ ଅର୍ଜୁନ ପଟ୍ଟନାୟକ ନିର୍ବାଚିତ ହୋଇଥିଲେ ସେହିପରି ସାଧାରଣ ସମ୍ପାଦକ ଭାବେ ଶ୍ରୀ ଜଗମୋହନ ପଟ୍ଟନାୟକ ନିର୍ବାଚିତ ହୋଇଥିବା ବେଳେ ସହ ସମ୍ପାଦକ ଭାବେ କାଲି ପ୍ରସାଦ ପଟ୍ଟନାୟକ ଏବଂ ଚକ୍ରଧର ସେଠୀ ନିର୍ବାଚିତ ହୋଇଛନ୍ତି। କୋଷାଧ୍ୟକ୍ଷ ଭାବେ ଶ୍ରୀ ନିର୍ମଲ ସିଂହ ନିର୍ବାଚିତ ହୋଇଛନ୍ତି। ଏତଦ୍ ବ୍ୟତୀତ ଫୁଟବଲ ସମ୍ପାଦକ ଭାବେ ମହମ୍ମଦ ଅବଦୁଲ କାଦିର, କ୍ରୀଡା ସମ୍ପାଦକ ଭାବେ ଧୀରେନ୍ କୁମାର ପଟ୍ଟନାୟକ, କ୍ରିକେଟ ସମ୍ପାଦକ ସନ୍ଥ ସିଂ, ଏଥିଲେଟିକ ସମ୍ପାଦକ ଭାବେ ରବି ପ୍ରସାଦ କାନୁନଗୋ, ଏବଂ କାର୍ଯ୍ୟ ନିର୍ବାହୀ ସଭ୍ଯ ଭାବେ ସୁବାସ ଚନ୍ଦ୍ର ପଣ୍ଡା, ପୁରନ୍ଦର ଭୋଇ, ବିପିନ ଚନ୍ଦ୍ର ମିଶ୍ର, କୁଳମଣୀ ସାହୁ, ଅଜୟ କୁମାର ପଟ୍ଟନାୟକ, ଅଶୋକ କୁମାର ପଟ୍ଟନାୟକ, ଅସିତ୍ କୁମାର ପଟ୍ଟନାୟକ, ପ୍ରମୁଖ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ ସଦସ୍ୟ ଶ୍ରୀ ଭିକାରୀ ମିଶ୍ର ନିର୍ବାଚନ ଫଳାଫଳ ଘୋଷଣା କରିଥିଲେ, ଆଗାମୀ ଦିନରେ କଳାହାଣ୍ଡି ଜିଲ୍ଲା ରେ କ୍ରୀଡାର ବିକାଶ ପାଇଁ ଜିଲ୍ଲା କ୍ରୀଡା ସଂସ୍ଥା ସବୁ ପ୍ରକାର ଉଦ୍ୟମ କରି ଜାତୀୟ ସ୍ତରରେ ସୁନାମ ନେବାକୁ ସମସ୍ତ ସଭ୍ଯ ତୃଣମୂଳସ୍ତରରୁ କ୍ରୀଡା ପ୍ରତିଭା ମାନଙ୍କୁ ପ୍ରୋତ୍ସାହିତ କରନ୍ତୁ ବୋଲି ସାଧାରଣ ସମ୍ପାଦକ ଶ୍ରୀ ଜଗମୋହନ ପଟ୍ଟନାୟକ ନିଜ ବକ୍ତବ୍ୟ ମାଧ୍ୟମରେ ଆହ୍ଵାନ ଦେଇଥିଲେ। ଅତ୍ୟନ୍ତ ଶୃଙ୍ଖଳିତ ଭାବେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲାର ବହୁ କୋଣ ଅନୁକୋଣରୁ ଯୋଗଦେଇ ଥିବା ପ୍ରତିନିଧି ମାନେ ବିପୁଳ କରତାଳି ଦେଇ ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ସ୍ୱାଗତ ଜଣାଇ ଥିଲେ।

ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ

Related posts

ଧର୍ମଗଡ ଠାରେ ଯାଦବ ସମାଜ ର ଶକ୍ତି ପ୍ରଦର୍ଶନ , ଜାତି ସଂଗଠିତ ହେଲେ ସଂସ୍କୃତି ସୁଦୄଢ ହେବ। -ପଦ୍ମଶ୍ରୀ ହଳଧର ନାଗ-

masiha

ବଡବାଣ୍ଠା ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ବର୍ଷା ପାଣି,ଘରେ ପଶୁଛି ପାଣି,ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ

Sunil Chandra Nayak

ଆସନ୍ତା ଅକ୍ଟୋବର ମାସ ୩ ତାରିଖରେ ଖଡ୍ଗ ଶୋଭାଯାତ୍ରା 

Sunil Chandra Nayak

Leave a Comment

error: Content is protected !!