ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମାଧୀନ ସଂସ୍କୃତ ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ-2023 ଉଦଘାଟନ

ରାମାଧୀନ ସଂସ୍କୃତ ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ-2023 ଉଦଘାଟନ

ବ୍ରହ୍ମପୁର,21/11 : ସ୍ଥାନୀୟ ରାମାଧୀନ ସଂସ୍କୃତ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ 5-ଟି ଅନ୍ତର୍ଗତ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି ପରିଚାଳନା ପରିଷଦ ସଭାପତି ଡ଼କ୍ଟର ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଡ଼. ରମେଶ ଚରଣ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ଓଡ଼ିଶ ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହସଂଘ ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବି ରଥ, ଅତିଥି ଭାବେ ସମାଜସେବୀ ରାମଚନ୍ଦ୍ର ଜେନା, ପଣ୍ଡିତ ସୂର୍ଯ୍ୟ ନାରାୟଣ ଶତପଥୀ ଓ ମଙ୍ଗୁଳୁ ପୋଲାଇ ଯୋଗଦେଇ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଉପରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ କାର୍ଯ୍ୟକ୍ରମ ସଂଯୋଜକ ଭାବେ ଡ଼. କୃଷ୍ଣ ପ୍ରସାଦ ଦାଶ, ସାଂସ୍କୃତିକ ସଂଯୋଜିକା ଭାବେ ଡ଼. ପ୍ରୀତିସ୍ମିତା ମିଶ୍ର ନିଜ ନିଜ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ମହାବିଦ୍ୟାଳୟର ଅଧ୍ୟକ୍ଷ ହରିହର ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟାପକ ସନ୍ତୋଷ କୁମାର ରଥ, ଅଧ୍ୟାପିକା ତପସ୍ବିନୀ ପାଢ଼ୀ ପ୍ରମୁଖ ସହ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅାଲୋଚାନ ସହ ସଫଳ ରୂପାୟନ ପାଇଁ ନିଷ୍ପତ୍ତି ନେଇଥିଲେ ପ୍ରୀତିସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଭାଗ ନେବେ ଶିଳ୍ପୀ ଓମ ପ୍ରକାଶ ସାହୁ

Sunil Chandra Nayak

ବାମନଘାଟୀ ଉପଖଣ୍ଡର ମୁସଲମାନ ସଂପ୍ରଦାୟ ତରଫରୁ ଆନନ୍ଦ ଉଲ୍ଲାସର ସହ ଇଦ୍ ପର୍ବ ପାଳିତ 

Sunil Chandra Nayak

ବାଲିଗୁଡା : ଗ୍ୟାସ ହାଣ୍ଡି ଫାଟି ଚିକେନ ଦୋକାନୀ ଗୁରୁତର

masiha

Leave a Comment

error: Content is protected !!