ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ବାଦାମପାହାଡ଼ ରେଳ ଷ୍ଟେସନରୁ ୩ଟି ନୂଆ ଟ୍ରେନ ଏବଂ ରାଇରଙ୍ଗପୁର ଡାକଘର ଡିଭିଜନ ଲୋକାର୍ପିତ 

 ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ବାଦାମପାହାଡ଼ ରେଳ ଷ୍ଟେସନରୁ ୩ଟି ନୂଆ ଟ୍ରେନ ଏବଂ ରାଇରଙ୍ଗପୁର ଡାକଘର ଡିଭିଜନ ଲୋକାର୍ପିତ 

ମୟୂରଭଞ୍ଜ- ୨୧/୧୧ ( ମସିହା) ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଆଜି ତା ୨୧.୧୧.୨୦୨୩ ରିଖ ମଙ୍ଗଳବାର ଦିନ ବାମନଘାଟି ଉପଖଣ୍ଡସ୍ଥ ବାଦାମପାହାଡ ରେଲୱେ ଷ୍ଟେସନରେ ତିନୋଟି ନୂତନ ଟ୍ରେନ ଚଳାଚଳ ଶୁଭାରମ୍ଭ କରିବା ସହିତ ପୋଷ୍ଟାଲ ବିଭାଗର ସ୍ବତନ୍ତ୍ର ସ୍ମାରକୀ ଲଫପା ଏବଂ ସ୍ବତନ୍ତ୍ର ରାଇରଙ୍ଗପୁର ପୋଷ୍ଟାଲ୍ ଡିଭିଜନକୁ ଲୋକାର୍ପିତ କରିଥିଲେ। ଏହି ତିନୋଟି ଟ୍ରେନ ଯଥାକ୍ରମେ ଟାଟାନଗର୍- ବାଦାମପାହାଡ଼ ମେମୁ, ବାଦାମପାହାଡ଼-ରାଉରକେଲା ଏକ୍ସପ୍ରେସ, ଆଜି ମହାମହିମ ରାଷ୍ଟ୍ରପତି ଓ ଓଡ଼ିଶା ର ରାଜ୍ୟପାଳ ଶ୍ରୀ ରଘୁବର ଦାସ ସବୁଜ ପତାକା ଦେଖାଇ ବାଦାମ ପାହାଡ ରେଲୱେ ଷ୍ଟେସନ ଠାରୁ ଶୁଭାରମ୍ଭ ସହ ଲୋକାର୍ପିତ କରିଥିଲେ।ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ତଥା ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ଵର ଟୁଡୁ, ଏବଂ ଓଡ଼ିଶା ରାଜ୍ୟ ଗଣଶିକ୍ଷା ତଥା ରାଜସ୍ବ ବିଭାଗ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ଉଦଘାଟନ ସମାବେଶରେ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ ଯେକୌଣସି କ୍ଷେତ୍ରର ବିକାଶ ସେହି ଅଞ୍ଚଳର ସଂଯୋଗ ଉପରେ ନିର୍ଭର କରେ। ସେ ରେଳ, ସଡକ କିମ୍ବା ଡାକ ସେବା ହେଉ – ଏହି ସମସ୍ତ ସେବା ଲୋକଙ୍କ ଜୀବନକୁ ସହଜ କରିଥାଏ | ସେ କହିଛନ୍ତି ଯେ ଆଜି ଆରମ୍ଭ ହୋଇଥିବା ତିନୋଟି ଟ୍ରେନ୍ ସ୍ଥାନୀୟ ଲୋକଙ୍କୁ ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗ ପରି ପଡୋଶୀ ରାଜ୍ୟ ସହ ଯୋଗାଯୋଗରେ ସାହାଯ୍ୟ କରିବ।

ରାଷ୍ଟ୍ରପତି କହିଛନ୍ତି ଯେ ମୋବାଇଲ୍ ଫୋନ୍ ଏବଂ ବିଭିନ୍ନ କୋରିୟର ସେବା ଉପଲବ୍ଧ ହେଲେ ମଧ୍ୟ ଇଣ୍ଡିଆ ପୋଷ୍ଟ ଏହାର ପ୍ରାସଙ୍ଗିକତା ହରାଇ ନାହିଁ। ରାଇରଙ୍ଗପୁରରେ ଏକ ନୂତନ ଡାକ ଡିଭିଜନ ଉଦଘାଟନ ଏହି ଅଞ୍ଚଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା | ସେ କହିଛନ୍ତି ଯେ ଏହି ଅଞ୍ଚଳର ଲୋକମାନେ ବର୍ତ୍ତମାନ ଡାକ ସେବା ସହଜରେ ପାଇପାରିବେ।ପରେ ରାଷ୍ଟ୍ରପତି ଶାଲିମାର ଏକ୍ସପ୍ରେସରେ ବାଦାମ ପାହାଡ଼ରୁ ୩୨ କିମି ଦୂର ଛାତ୍ରଛାତ୍ରୀଙ୍କ ସାମିଲ ହୋଇ ରାଇରଙ୍ଗପୁର ଯାତ୍ରା କରିଥିଲେ । ରାଇରଙ୍ଗପୁରରେ ପହଞ୍ଚି ଡିଭିଜନ ଡାକଘର ପରିଦର୍ଶନ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପ୍ରଦୀପ ଜେନା ହେଲେ ମୁଖ୍ୟ ଶାସନ ସଚିବ, ମାର୍ଚ୍ଚ ୧ରୁ ଦାୟିତ୍ୱ ଗ୍ରହଣ କରିବେ

Sunil Chandra Nayak

ନାର୍କୋ ଓ ପଲିଗ୍ରାଫ ଟେଷ୍ଟ୍ କିଭଳି କରାଯାଏ ? 

Sunil Chandra Nayak

ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ….

Sunil Chandra Nayak

Leave a Comment

error: Content is protected !!