ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଂଶୀଧର ଓ ଇଲପଣ୍ଡା ଫାଉଣ୍ଡେସନ ଦ୍ବାରା ରକ୍ତଦାନ ଶିବିର

ବଂଶୀଧର ଓ ଇଲପଣ୍ଡା ଫାଉଣ୍ଡେସନ ଦ୍ବାରା ରକ୍ତଦାନ ଶିବିର

ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତବୋଧ ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ବାରା ଥେରୁବାଲି ଗୋପବନ୍ଧୁ ନଗର ସ୍ଥିତ ଇମ୍ଫା ଏମ୍ପ୍ଲୋଇଜ୍ କ୍ଲବ ପରିସରରେ ଆୟୋଜିତ ହୋଇଥିବା ରକ୍ତଦାନ ଶିବିରକୁ ଇମ୍ଫାର ଉପସଭାପତି ଶ୍ରୀମାନ ଆଶିଷ କୁମାର ରାୟ , ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାୟର ବ୍ଲଡ଼ ବ୍ୟାଙ୍କ ଡାକ୍ତର ହର୍ଷବର୍ଦ୍ଧନ ଙ୍କ ଉପସ୍ଥିତି ରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିବା ସହ ନିଜେ ରକ୍ତଦାନ କରିଥିଲେ ଏବଂ ଇମ୍ଫାର କର୍ମଚାରୀ ଓ ସେମାନଙ୍କର ପରିବାରବର୍ଗ ଏବଂ ସ୍ଥାନୀୟ ଯୁବଗୋଷ୍ଠୀ ସ୍ଵେଚ୍ଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ଇମ୍ଫାର ସମସ୍ତ ବିଭାଗୀୟ ମୁଖ୍ୟ ଯୋଗଦେଇ ରକ୍ତ ଦାନ କରିଥିଲେ। କୋଲୋନରା ପଞ୍ଚାୟତ ସମିତିର ଉପା ଧକ୍ଷ୍ୟ ଶ୍ରୀମାନ ହଳଧର ହିମରିକା, ଥେରୁବାଲି ଗ୍ରାମ ପଞ୍ଚାୟତ ର ନାଏବ ସରପଞ୍ଚ ଶ୍ରୀମାନ ରବୀନ୍ଦ୍ର ପ୍ରଧାନ, ବଜାର କମିଟି ର କର୍ମକର୍ତ୍ତା ଶ୍ରୀମାନ ଅନୁପ ବିଶ୍ୱାସ, ଶ୍ରୀମାନ ଅକ୍ଷୟ ପାତ୍ର ଓ ଆଦିବାସୀ ନେତା ଶ୍ରୀମାନ ଅଶୋକ ହିଁକାକା ଯୋଗ ଦେଇଥିଲେ ।ଏହି କାର୍ଯ୍ୟକ୍ରମ କୁ ଶ୍ରୀମାନ ସ୍ୱରୂପ ନାୟକ, ବରିଷ୍ଠ ପରିଚାଳକ(କର୍ମିକ) ଓ ଶ୍ରୀମାନ ଶକ୍ତି ପାଣିଗ୍ରାହୀ (ଲୋକ ସମ୍ପର୍କ) ,ଡାକ୍ତର ପ୍ରଶାନ୍ତ କୁମାର କର ଙ୍କ ତତ୍ୱାବାଧାନ ରେ ଶ୍ରୀମାନ ବିଶ୍ବରଂଜନ, ମାନସ ,ରବି ଇତ୍ୟାଦି ବିଭାଗୀୟ କର୍ମକର୍ତ୍ତା ଓ ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ର ଶ୍ରୀମାନ ପ୍ରଭାକର , ତରୁଣ, ମାନସୀ,ଲିପ୍ସା, ଭାଗ୍ୟ ଲତା , ସସ୍ମିତା ଏହି ଶିବିରକୁ ପରିଚାଳନା କରିଥିଲେ। ରାୟଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବ୍ଲଡ ବ୍ୟାଙ୍କ ର କର୍ମଚାରୀମାନେ ଏହି ଶିବିରରେ ୫4 ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଏହି ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନ କରି ଶିବିରକୁ ସଫଳ କରିଥିବାରୁ ଈମ୍ଫା ତରଫରୁ ସମସ୍ତ ରକ୍ତଦାତା ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କାର ବାଇକ ମୁହାଁମୁହିଁ ହୋଇ 2 ଗୁରୁତର 

Sunil Chandra Nayak

ରାଇରଙ୍ଗପୁର ବ୍ଳକ ପରିସରରେ ଅତ୍ୟାଧୁନିକ ଭିଡିଓ କନଫେରେନ୍ସ ହଲ ଉଦଘାଟିତ

ଶ୍ରୀ ଯୋଗଵେଦାନ୍ତ ସମିତି ,ଭୂବନେଶ୍ବର ଆନୁକୁଲ୍ୟରେ ମହାମହିମ ରାଷ୍ଟ୍ରପତିଙ୍କ ପାହାଡପୁର ଗ୍ରାମ ଏବଂ ପୈତୃକ ଗ୍ରାମ ଉପରବେଡାରେ ତୁଳସୀ ପୂଜନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!