ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂସାଡିହି ପଞ୍ଚାୟତ କାର୍ଯ୍ୟାଳୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ମୁଖ୍ୟମନ୍ତ୍ରୀଙ୍କ ଆଭାଷୀ ମାଧ୍ୟମରେ ଉଦଘାଟିତ

ନୂସାଡିହି ପଞ୍ଚାୟତ କାର୍ଯ୍ୟାଳୟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ମୁଖ୍ୟମନ୍ତ୍ରୀଙ୍କ ଆଭାଷୀ ମାଧ୍ୟମରେ ଉଦଘାଟିତ

 ମୟୂରଭଞ୍ଜ -୨୮/୧୧ ( ମସିହା) ଗ୍ରାମୀଣ ପ୍ରଗତି ତଥା ଦେଶର ପ୍ରଗତିରେ ବ୍ୟାଙ୍କର ଭୂମିକା ଅନନ୍ୟ । ଯେଉଁ ଦେଶର ବ୍ୟାଙ୍କ ବ୍ୟବସ୍ଥା ସୁଦୃଢ଼ ସେ ଦେଶର ପ୍ରଗତି ଓ ବିକାଶ ସେତେ ସୁଦୃଢ । ପ୍ରତ୍ୟେକ ନାଗରିକ ବ୍ୟାଙ୍କ ସହ ଯୋଡ଼ି ହୋଇ ବ୍ୟାଙ୍କ ତରଫରୁ ସାହାଯ୍ୟ ନେଇ ନିଜର ଆର୍ଥିକ ବୃଦ୍ଧି କରିବା ଉଚିତ । ସରକାର ଏବେ ଵ୍ଯାଙ୍କକୁ କେବଳ ସହର ଏବଂ ବ୍ଳକ ସଦର ଛାଡି ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଶାଖା ଖୋଲି ଲୋକମାନଙ୍କୁ ସେବା ଯୋଗାଇବା ପାଇଁ ତତ୍ପର ହୋଇଛି । ସରକାରଙ୍କ ନିର୍ଦ୍ଦେଶ ଦେଶର କୋଣସି ନାଗରିକ ଯେଭଳି ବ୍ୟାଙ୍କ ଆକାଉଣ୍ଟ ଖୋଲିବା ହେବାରୁ ବଂଚିତ ନ ହୁଅନ୍ତି ସେଥିପାଇଁ ଗ୍ରାମାଞ୍ଚଳରେ ବ୍ୟାଙ୍କ ଶାଖା ଖୋଲିବାକୁ ଅନୁମତି ଦେଇଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଳକର ନୂସାଡିହି ପଞ୍ଚାୟତ ସମେତ ଲୁହାଶିଳା ଏବଂ ଚଢେଇପାହାଡିର ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖା ମୁଖ୍ୟମନ୍ତ୍ରୀଙ୍କ ଆଭାଷୀ ମାଧ୍ୟମରେ ଆଜି ଶୁଭ ଉଦ୍ଘାଟିତ ହୋଇଯାଇଛି । ଆଭାଷୀ ସମୟରେ ଵିଜାତଳା ବ୍ଳକର ବିଡ଼ିଓ ଶ୍ରୀ ବଂଶୀଧର ଖୋସଲା ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ ପୂଜକ ପୂଜାର୍ଚ୍ଚନା କରିଥିଲେ । ପରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଦୁଖୀଶ୍ଯାମ ହେମ୍ବ୍ରମ, ବିଡ଼ିଓ ଶ୍ରୀ ବଂଶୀଧର ଖୋସଲା,ସମିତି ସଭ୍ଯା ବାସନ୍ତୀ ସୋରେନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଚିତ୍ତରଞ୍ଜନ ସେଠୀ,ସମସ୍ତ ଓ୍ବାର୍ଡ ସଦସ୍ୟ,ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ନୂସାଡିହି ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ,ଆଖପାଖ ଅଞ୍ଚଳର ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ । ବ୍ୟାଙ୍କ ଷ୍ଟାଫ୍ କହିଥିଲେ ବଣକାଟୀ ଠାରୁ ବ୍ୟାଙ୍କ ଗୁଡିକ ୧୫ କିମି ଉର୍ଦ୍ଧ୍ବ ଦୂରରେ ଅବସ୍ଥିତ । ତେଣୁ ଅଂଚଳବାସୀଙ୍କ ସ୍ବାର୍ଥ କୁ ରଖି ନିକଟରେ ବ୍ୟାଙ୍କ ସେବା ଲୋକେ ପାଇଁ ପାରିବେ ।ରାଜ୍ୟ ଏବଂ କେନ୍ଦ୍ର ସରକାର ବ୍ୟାଙ୍କସେବା ଯେମିତି ପଞ୍ଚାୟତ ବାସୀ ସୁବିଧାରେ ପାଇ ପାରିଵେ ସେଥିପାଇଁ ପ୍ରତି ପଞ୍ଚାୟତରେ ଯେମିତି ଶିଘ୍ର ବ୍ୟାଙ୍କ ଖୋଲିବା ସେଥିପାଇଁ ତତ୍ପର ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏଠାରେ ବ୍ୟାଙ୍କ ମଙ୍ଗଳବାର ଦିନ ଅପରାହ୍ନ ୫ ଘଟିକାରେ ଖୋଲାଯାଇଛି ।ଅଂଚଳବାସୀ ବ୍ୟାଙ୍କ ଆସି ଆକାଉଣ୍ଟ ଖୋଲିବା ସହ ସମସ୍ତ ବ୍ୟାଙ୍କର ବ୍ୟବସ୍ଥା ପ୍ରତି ସଚେତନ ହେବା ସହ ଅନ୍ୟ ମାନଙ୍କୁ ମଧ୍ୟ ଜଣାନ୍ତୁ । ବ୍ୟାଙ୍କ ସବୁବେଳେ ଗ୍ରାହକଙ୍କୁ ଉତ୍ତମ ଓ ତ୍ଵରିତ ସେବା ଯୋଗାଇବାକୁ ପ୍ରଚେଷ୍ଟା କରିବ ।ଶେଷରେ ସେ ଅଂଚଳବାସୀଙ୍କର ସହଯୋଗ କାମନା କରିଥିଲେ । ସମସ୍ତେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ସଫଳ କରାଇଥିବାରୁ ଶ୍ରୀମତୀ ଚନ୍ଦ୍ରମଣି ଲୋହାର ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ନୂସାଡିହି ପଞ୍ଚାୟତ ରେ ବ୍ୟାଙ୍କ ଶାଖା ଖୋଲିଥିବାରୁ ଅଂଚଳବଆସଈ ଖୁବ ଖୁସି ହେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପରଲୋକଗତ ହେଲେ ରାଜଗାଙ୍ଗପୁର କଂଗ୍ରେସର ବରିଷ୍ଠ ନେତା

Sunil Chandra Nayak

ସରକାରୀ ବିମାନ ଚାଳନା ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାଙ୍ଗିଲେ ହାତୀପଲ

Sunil Chandra Nayak

ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ‘ବାମନଘାଟୀ ବ୍ରାହ୍ମଣ ମହାସଭା’ ଆନୁକୁଲ୍ୟରେ ନିଃଶୁଳ୍କ ଖେଚୁଡ଼ି ଅନ୍ନ ପ୍ରସାଦ ବଣ୍ଟନ ସେବା 

Sunil Chandra Nayak

Leave a Comment

error: Content is protected !!