ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଭାବନୀୟ ଚିତ୍ର… ପରିବାରର ୬ ଜଣ ଙ୍କ ମଧ୍ୟରୁ ୪ ଜଣ ପୁରୁଷ ଲୋକ ଦିବ୍ୟାଙ୍ଗ

ଅଭାବନୀୟ ଚିତ୍ର…

ପରିବାରର ୬ ଜଣ ଙ୍କ ମଧ୍ୟରୁ ୪ ଜଣ ପୁରୁଷ ଲୋକ ଦିବ୍ୟାଙ୍ଗ
୨୫ କେଜି ଚାଉଳ ରେ ବଞ୍ଚୁଛି ଜୀବନ

ଧର୍ମଗଡ: ଗୋଟାଏ ପରିବାର ର ୬ ଜଣ ଙ୍କ ମଧ୍ୟରୁ ୪ ଜଣ ଦିବ୍ୟାଙ୍ଗ।ତାହା ପୁଣି ପରିବାରର ସମସ୍ତ ପୁରୁଷ ଲୋକ। ବାପା ଙ୍କ ଠାରୁ ଆରମ୍ଭ କରି ଦିବ୍ୟାଙ୍ଗ ତିନିପୁଅ ଏବେ ଅଭିଶପ୍ତ ଜୀବନ ବିତାଉଛନ୍ତି।ଆବଦ୍ଧ ଚାରି କାନ୍ଥ ଭିତରେ ବଞ୍ଚିବା ର ରାହା ଖୋଜୁ ଥିବା ମଣିଷ କୁ ସାହା ମାସକୁ ମିଳୁଥିବା ୨୫ କେଜି ଚାଉଳ। ଏଭଳି ଦରଦ ପୂର୍ଣ୍ଣ ଦୃଶ୍ୟ ଦେଖି ବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପର୍ଲା ଗ୍ରାମର ବାରିକ ପଡା ଠାରେ। 

 କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପର୍ଲା ଗ୍ରାମ ପଞ୍ଚାୟତ ବାରିକ ପଡା ର ରମେଶ ବାରିକ ବୟସ ପାଖାପାଖି ୬୬ ହେବ ତାଙ୍କ ସ୍ତ୍ରୀ ଗନ୍ଧର୍ବୀ ବାରିକ ବୟସ ପ୍ରାୟ ୬୨ । ଏମାନ ଙ୍କ 

 ୩ଟି ସନ୍ତାନ କିନ୍ତୁ ଏମାନେ ସମସ୍ତେ ଦିବ୍ୟାଙ୍ଗ।ମନୋଜ ବାରିକ ବୟସ ୩୨ ,ଫିରୋଜ ବାରିକ ବୟସ ୩୦ ଓ ଅଜିତ ବାରିକ ବୟସ ୨୭ ସମସ୍ତେ ୭୫% ପ୍ରତିଶତ ଦିବ୍ୟାଙ୍ଗ ଅଟନ୍ତି। ବଡ଼ ମନୋଜ ଓ ସାନ ବିବାହ କରି ନ ଥିବା ବେଳେ କେଵଳ ଫିରୋଜ କେବଳ ବିବାହ ହୋଇଛନ୍ତି ଓ ତାଙ୍କ ର ଗୋଟିଏ ୪ ବର୍ଷ ର କନ୍ୟା ସନ୍ତାନ ରହିଛି।

ବୃଦ୍ଧବାପା ରମେଶ ବାରିକ ଆଗରୁ ଏ ମାନଙ୍କ ଲାଳନ ପାଳନ ପାଇଁ ଏ ଗାଁ ରୁ ସେ ଗାଁ ଯାଇ ବାରିକ କାମ କରି ଯାହା ଆଣୁଥିଲେ ସେଥିରେ ପରିବାର କଷ୍ଟେ ମଷ୍ଟେ ଚଳି ଯାଉଥିଲା।କିନ୍ତୁ ଗତ ତିନି ବର୍ଷ ହେବ ସେ ନିଜେ ମଧ୍ୟ ପକ୍ଷାଘାତ ରୋଗ ରେ ଶିକାର ହୋଇ ସେ ବି ଜଣେ ଦିବ୍ୟାଙ୍ଗ ହୋଇ ଯାଇଛନ୍ତି।ସେହିଦିନ ଠାରୁ ପରିବାର ଉପରେ ଦୁଃଖ ଦ୍ଵିଗୁଣିତ ହେବାରେ ଲାଗିଛି।ଗୋଟାଏ ପଟେ ଦିବ୍ୟାଙ୍ଗ ପୁଅ ମାନଙ୍କ ଚିନ୍ତା ଅନ୍ୟପଟେ ପରିବାର ପ୍ରତିପୋଷଣ ଭାର ନେଇ ଚିନ୍ତାରେ ରହିଛନ୍ତି ଏହି ପରିବାର।

ସରକାର ଏହି ପରିବାର କୁ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଦେବା ସହିତ ଜଣେ ଲୋକଙ୍କୁ ମାସକୁ ୫ ଜେଜି ଚାଉଳ ମୋଟ ୫ ଜଣ ଙ୍କୁ ମାସକୁ ୨୫ କେଜି ଚାଉଳ ରାସନ କାର୍ଡ ମାଧ୍ୟମରେ ମିଳୁଥିବା ବେଳେ ଏହି ପରିବାର କୁ ବାର୍ଦ୍ଧକ୍ୟ ଭତ୍ତା ଓ ଆବାସ ଗୃହ ମିଳିନାହିଁ ତେଣୁ ଲୋକଙ୍କ ସହଯୋଗ ଓ ମାସିକ ୨୫ କେଜି ଚାଉଲ ରେ ବଞ୍ଚୁଛି ଏହି ଦିବ୍ୟାଙ୍ଗ ପରିବାର।

କିଛି ମାସ ତଳେ ପର୍ଲା ଗ୍ରାମ ପଞ୍ଚାୟତ ସରପଞ୍ଚ ବ୍ରିଜଲାଲ ନାଏକ ଏହି ଖବର ଶୁଣି ପରିବାର ପାଖରେ ପହଞ୍ଚି ୩ଜଣ ଦିବ୍ୟାଙ୍ଗ ନାଁରେ ବିକଳାଙ୍ଗ ବାର୍ଦ୍ଧକ୍ୟ ଭତ୍ତା ଲାଗି ଆବେଦନ କରିଛନ୍ତି ଓ ଏହି ପରିବାର ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯୁଦ୍ଧ କାଳୀନ ଭିତ୍ତି ରେ ବିଭିନ୍ନ ଯୋଜନାରେ ସାମିଲ କରି ସରକାରୀ ସହାୟତା ଯୋଗାଇ ଦେବାକୁ ସରକାର ଙ୍କୁ ଅନୁରୋଧ କରିଛନ୍ତି ସରପଞ୍ଚ ବ୍ରିଜ ଲାଲ। ଏହି ଘଟଣା ବିଷୟରେ ଧର୍ମଗଡ ବିଡ଼ିଓ ଡ଼,ହିମାଞ୍ଚଳ ମାଝୀ ଙ୍କୁ ଯୋଗାଯୋଗ କରିବାରୁ ତଦନ୍ତ କରି ପ୍ରତିକାର ଵ୍ୟଵସ୍ଥା କରାଯିବ ବୋଲି କହିଥିବା ଜଣାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆମ ପୁଲିସର ଶାନ୍ତି ବୈଠକ ଅନୁଷ୍ଠିତ

Sunil Chandra Nayak

ଧର୍ମପାରାୟଣ ମହିଳାଙ୍କ ପରଲୋକ

Sunil Chandra Nayak

ବଡ଼ବିଲରେ ଅବୈଧ ନିର୍ମାଣ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ

Sunil Chandra Nayak

Leave a Comment

error: Content is protected !!