ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାୟିତ୍ବ ନେଲେ ଅଧକ୍ଷ୍ୟ ମୁକେଶ ଅଗ୍ରୱାଲ

ଜୁନାଗଡ଼,୩୦/୩(ନି.ପ୍ର) ଜୁନାଗଡ଼ଏନଏସି ନଗରପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନବନିର୍ବାଚିତ ଅଧକ୍ଷ୍ୟ ମୁକେଶ ଅଗ୍ରୱାଲ। ଆଜି ଏନଏସି ପରିସର ମଧ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନବନିର୍ବାଚିତ ନଗରପାଳ ମୁକେଶ ଅଗ୍ରୱାଲ ସପଥ ପାଠ କରି ଅଧକ୍ଷ୍ୟ ଦାୟିତ୍ବ ଗ୍ରହଣ କରିଥିଲେ।ସହରର ସାମ୍ବାଦିକ ସମୂହ, ହେମାଲ ସଂଘ, ଠିକାଦାର ସଂଘ, ଟେଣ୍ଟ ହାଉସ ସଂଘ, ମାର ବାଡ଼ି ମହିଳା ମୋର୍ଚ୍ଚା, ମାର ବାଡ଼ି ଯୁବାମାଞ୍ଚ ,ବ୍ୟବସାୟୀ ସଂଘ ପ୍ରଭୃତି ସଂଗଠନ ଏବଂ ଦଳୀୟ କର୍ମକର୍ତାଙ୍କ ତରଫରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ।ଜୁନାଗଡ଼ ସହରକୁ ଏକ ବିକଶିତ ଓ ଆଦର୍ଶ ସହର ଭାବେ ଗଢିତୋଳିବାକୁ ସେ ସଂକଳ୍ପ ବଦ୍ଧ ଏବଂ ଏଥିନେଇ ସମସ୍ତଙ୍କ ସହଯୋଗ କାମନା କରୁଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।ଏହି କାର୍ଯ୍ୟକ୍ରମରେ ଜୁନାଗଡ଼ କାର୍ଯ୍ୟନିର୍ବାହୀ ଅଧିକାରୀ ବିସମ୍ବର ମିଶ୍ର ,ପୂର୍ବତନମନ୍ତ୍ରୀ ହିମାଂଶୁ ମେହେର,ଜିଲ୍ଲା ବିଜେପି ଉପସଭାପତି ଅଜୟ ପାଣିଗ୍ରାହୀ,ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଈଶ୍ୱର ପୁଝାରୀ ,ଧର୍ମଗଡ଼ ନଗରପାଳ ଅଶୋକ ମହାନ୍ତି ,ଜୁନାଗଡ଼ ବାର ସଭାପତି ଦିପେନ ସାହୁ,ପ୍ରମୁଖ ଉପସ୍ଥିତ ରହି ଏକ ନିର୍ଭୀକ ଓ ସେବାକାରି ନଗରପାଳ ଯିଏକି ଏଠାରେ ପାରିଷଦ ଭାବେ ରହିଥିଲେ ସେ ସମାଜସେବା ଓ ସମ୍ବାଦିକରୁ ବର୍ତମାନ ନିର୍ବାଚିତ ହୋଇ ଏହି ଦାୟିତ୍ୱ ନେଇଥିବାରୁ ଜୁନାଗଡ଼ ସହର ନିଶ୍ଚିତ ଭାବେ ବିକାଶ କରିବ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନବନିର୍ବାଚିତ ୱାର୍ଡ ସଭ୍ୟ ମାଧବୀ ବାଗ, ମଞ୍ଜୁଳତା ସେଠି ଉପସ୍ଥିତ ରହିଥିବାବେଳ ବରିଷ୍ଠ ସଦସ୍ୟ କାଳିନ୍ଦ୍ରୀ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବୁଦ୍ଧିଜୀବୀ, ନାଗରିକ ଜନସାଧାରଣ ଉପସ୍ଥିତ ରହିଥିଲେ। ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ଦୈନିକ ଖବର କାଗଜ ‘ସକାଳ’ ଓ ଜୁନିଅରରେଡ଼କ୍ରସ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

Sunil Chandra Nayak

ଉଦଯାପିତ ହେଲା ସ୍ବଚ୍ଛତା ପକ୍ଷ ପାଳନ ଦିବସ 

Sunil Chandra Nayak

କୌଶଲ୍ୟା ଦୀପ ନୂଆପଡା ଜିଲ୍ଲା ଭାଇସ ପ୍ରେସିଡେଣ୍ଟ ନିର୍ବାଚିତ

Sunil Chandra Nayak

Leave a Comment

error: Content is protected !!