ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଂଲାଦେଶୀ ଝିଅ ବାଲେଶ୍ଵରରେ, ଦାବି କଲେ ବାଲେଶ୍ଵର ବୋହୂ ହେବାକୁ

ବାଂଲାଦେଶୀ ଝିଅ ବାଲେଶ୍ଵରରେ, ଦାବି କଲେ ବାଲେଶ୍ଵର ବୋହୂ ହେବାକୁ

ବାଲେଶ୍ଵର,୦୫/୧୨/୨୩// ବାଙ୍ଗ୍ଲାଦେଶୀ ଝିଅ ଏବେ ବାଲେଶ୍ବରରେ । ଜିଦ୍ କଲେ ହେବି ବାଲେଶ୍ଵର ବୋହୂ । ସେ ଯାହାକୁ ବାହାହେଲେ ମୋର କିଛି ଅସୁବିଧା ନାହିଁ ଏମିତି କହି ବାଲେଶ୍ବର ଏସପିକୁ ଭେଟିବା ପାଇଁ ଅପେକ୍ଷା କରି ରହିଛି ବାଙ୍ଗ୍ଲାଦେଶୀ ଯୁବତୀ ରୁମା ମ୍ୟାରିଆମ୍ । ଫେସବୁକରୁ ହେଲା ପ୍ରେମ, ସେହି ପ୍ରେମ ଏତେ ନିବିଡ ହେଲା ଯେ ଦେଶ ପାରି ହୋଇ ଓଡିଆ ଯୁବକ ପହଂଚି ଗଲେ ବାଙ୍ଗ୍ଲାଦେଶରେ । ବିଦେଶୀ ମୁସଲିମ ଝିଅ ସହ ଓଡିଆ ହିନ୍ଦୁ ପୁଅର ହେଲା ବାହାଘର । ବାଙ୍ଗ୍ଲାଦେଶର ଏକ ମସଜିଦରେ ବିବାହ ପରେ ଏକାଠି ରହିଲେ । ଆଉ ମଝିରେ ମଝିରେ ନିଜ ଦେଶ ଭାରତକୁ ଫେରିଆସେ ପୁଣି ବାଙ୍ଗ୍ଲାଦେଶ ଫେରିଯାଏ । ଏହି ପାଂଚ ମାସ ପୂର୍ବରୁ ସାଙ୍କ ସ୍ବାମୀ ଦ୍ବିତୀୟ ବିବାହ କରିବା ପରେ ସେ ଆସି ପହଂଚିଛି ବାଲେଶ୍ବରରେ ବାଙ୍ଗ୍ଲାଦେଶୀ ଯୁବତୀ ରୁମା ମ୍ୟାରିଆମ୍ । ବାଲେଶ୍ବରରେ ଓଡିଆ ପୁଅ ବିରେନ୍ଦ୍ର ପ୍ରତାପ ଭଂଜ ତାଙ୍କ ସ୍ବାମୀ, ଆଉ ଛଅ ବର୍ଷର ସଂପର୍କ । ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅଂଚଳର ଭୁଦକୁସୁମୀ ଗ୍ରାମରେ ଘର । ଏବେ ସେ ଆଉ ଜଣଙ୍କୁ ବିବାହ କରିବା ପରେ ରୁମା ଧାଇଁ ଆସିଛନ୍ତି ବାଲେଶ୍ଵରକୁ । ସ୍ବାମୀ ଯାହାକୁ ବାହା ହୁଅନ୍ତୁ ଆଉ ଯେତେଟା ବାହା ହୁଅନ୍ତୁ, ମୁଁ ମୋ ସ୍ବାମୀଙ୍କ ପାଖରେ ରହିବି । ଦୀଘାରୁ କମର୍ଦା, ଆଉ କମର୍ଦା ବାଲେଶ୍ବର ଧାଉଁଛନ୍ତି ରୁମା । ତାଙ୍କ ସ୍ବାମୀ ବିରେନ୍ଦ୍ର ପ୍ରତାପ ଧରାଛୁଆଁ ଦେଉ ନାହାଁନ୍ତି । ସେ ଦୀଘାର ପାଓାର ହାଉସରେ ଚାକିରି କରେ । ଅତୀତ ଦିନର ସ୍ମୃତିକୁ ମୋବାଇଲରେ ସାଇତି ରଖିଛନ୍ତି ରୁମା । ତାଙ୍କ ପ୍ରେମ ସତ, ସେ ତାଙ୍କ ସ୍ବାମୀକୁ ଫେରି ପାଇବେ, ଏହି ବିଶ୍ବାସ ନେଇ ସେ ବାଲେଶ୍ବରରେ ଡେରା ପକାଇଛନ୍ତି ବୋଲି ଖବର ସଂଗ୍ରହରୁ ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଓଡ଼ିଶା ପଛୁଆ ର ସର୍ଭେ

Sunil Chandra Nayak

ବକ୍ସିତୁଳସିପାଲି ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ରୋପଣ

masiha

ବାଲେଶ୍ଵର ଜିଲ୍ଲା ର କୁମ୍ଭ କ୍ଷେତ୍ର ରେ “ପରିବେଶ ବୀମା” ର ଶୁଭାରମ୍ଭ 

masiha

Leave a Comment

error: Content is protected !!