ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବସ୍ତା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟରୁ ଚୋରି

ବସ୍ତା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟରୁ ଚୋରି

ବସ୍ତା, ୮।୧୨: ବସ୍ତା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚୋରି ହୋଇଛି।ଦୁର୍ବୃତ୍ତ ମାନେ କାର୍ଯ୍ୟାଳୟର ମୁଖ୍ୟ ଦ୍ବାରର ତାଲା ଭାଙ୍ଗି ଭିତରେ ପଶି କମ୍ପ୍ୟୁଟର, ପ୍ରିଣ୍ଟର,ସିପିୟୁ,ଇନଭର୍ଟର,୨ଟି ବ୍ୟାଟେରୀ ସହ ଅନ୍ୟାନ୍ୟ ଜିନିଷ ଚୋରି କରି ନେଇ ପୁନର୍ବାର ମୁଖ୍ୟ ଦ୍ବାରରେ ଅନ୍ୟ ଏକ ଚାବି ପକାଇ ଚମ୍ପଟ ମାରିଥିଲେ।ସକାଳେ କର୍ମଚାରୀମାନେ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟ ଦ୍ବାରର ଚାବି ବଦଳ ହୋଇଥିବାର ଦେଖି ମନରେ ସନ୍ଦେହ ହେବାରୁ ଝରକା ଦେଇ ଦେଖିବାରୁ ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ।ଏନେଇ ସହକାରୀ ଯନ୍ତ୍ରୀ ବିନୋଦ କୁମାର ଦାସ ଘଟଣା ସମ୍ପର୍କରେ ବସ୍ତା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି।ଚୋରି ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୧ଲକ୍ଷ ଟଙ୍କା ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବିପୁଳ ପରିମାଣର ମହୁଲ ଫୁଲ ଜବତ, ଜଣେ ଗିରଫ 

masiha

ଷ୍ଟେଟ ବ୍ୟାଙ୍କ ଏଟିଏମ ରୁ ଟଙ୍କା ଲୁଟ, ଘଟଣା ବର୍ତ୍ତମାନ ସୁଦ୍ଧା  ପୁଲିସର ହାତ ଖାଲି

masiha

ଭଇଁରୀଗୁଡା-ବାଗଡୁଙ୍ଗରୀ ହାତୀ ନଦୀ ଉପରେ ହେବ ପୋଲ। ଖର୍ଚ୍ଚ ହେବ ୨୧.୫୮ କୋଟି , ଆଟିଗାଁ-ଜୁନାଗଡ଼-ଗୋଲାମୁଣ୍ଡା ମଧ୍ୟରେ ଦୂରତ୍ୱ କମିବ

Sunil Chandra Nayak

Leave a Comment

error: Content is protected !!