ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲିଙ୍ଗ ନିର୍ଯାତନା ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ

ଲିଙ୍ଗ ନିର୍ଯାତନା ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ

 ବାଲେଶ୍ଵର,୧୦/୧୨/୨୩ – ବାଲେଶ୍ଵର ଜିଲ୍ଲା ଖଇରା ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିନସ୍ଥ ଖଇରା ଗ୍ରାମପଞ୍ଚାୟତ ଆଳଦା ଅଙ୍ଗନବାଡି କେନ୍ଦ୍ରରେ ୧୬ ଦିନର ଏକ୍ଟିଭେସନ କାର୍ଯ୍ୟକ୍ରମ ପାଳନ ଅବସରରେ ତା ୧୦/୧୨/୨୦୨୩ ରିଖ ଦିନ ଉକ୍ତ କେନ୍ଦ୍ର ଅନ୍ତର୍ଗତ ଅଞ୍ଚଳର ପାଠ ପଢୁଥିବା ଏବଂ ପାଠ ପଢୁନଥିବା କିଶୋର ବାଳକ ବାଳିକା ମାନଙ୍କ ଦ୍ବାରା ଏକ ରାଲି ଅଙ୍ଗନବାଡି କର୍ମୀ ଆଳଦାଙ୍କ ତତ୍ତ୍ୱାବଧାନରେ ଫ୍ଲା କାର୍ଡ ଧରି ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ । ତତପରେ ଅଙ୍ଗନବାଡି କେନ୍ଦ୍ର ଗୃହ ଠାରେ ଏକ କିଶୋର ବାଳକ ବାଳିକା ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଏବଂ ରଙ୍ଗେଲି କାର୍ଯ୍ୟକ୍ରମର ଏକ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥିଲା । ପ୍ରତିଯୋଗିତାରେ କାର୍ଯ୍ୟକ୍ରମ ଶେଷରେ ଅଙ୍ଗନବାଡି କେନ୍ଦ୍ର ଗୃହ ମଧ୍ୟରେ ବୈଠକ ଆୟୋଜନ ହୋଇଥିଲା । ଉକ୍ତ ବୈଠକରେ ଆଳଦା ୮ ନମ୍ବର ୱାର୍ଡ ସଭ୍ୟା ରାହାସମଣୀ ସାହୁ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ । ଆଇସିଡିଏସ କାର୍ଯ୍ୟାଳୟର ପରିଦର୍ଶିକା ଖଇରା ସେକ୍ଟର ଉପସ୍ଥିତ ଥିଲେ । ଅଦ୍ଯ ଦିବସ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦାନ କରିଥିଲେ । ବୈଠକରେ ଉପସ୍ଥିତ ଥିବା କିଶୋର କିଶୋରୀ ମାନଙ୍କ ଉଦ୍ଦେଶ୍ୟରେ ବର୍ତ୍ତମାନ ପାଇଁ ଚାଲୁଥିବା ୧୬ ଦିନ ବ୍ଯାପୀ ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଦ୍ଯ ଦିବସର ବିଷୟବସ୍ତୁ ଥିଲା ଲିଙ୍ଗ ନିର୍ଜାତନାର ପ୍ରତିରୋଧ । ଏବିଷୟରେ ଶ୍ରୀମତୀ ସ ପ୍ରାଞ୍ଜଳ ଭାବରେ ବୁଝାଇଥିବା ସହିତ ଆଇନ କିପରି ନିର୍ଜାତନା ବାବଦକୁ ସାହାଯ୍ୟ କରିବ ସେ ବିଷୟରେ ଉଦାହରଣ ଦେଇ ବୁଝାଇଥିଲେ । ଶ୍ରୀମତୀ ସ ଙ୍କ ବକ୍ତବ୍ଯରେ କିଶୋର କିଶୋରୀ ମାନେ ଆନନ୍ଦିତ ହୋଇ କରତାଳି ଦେଇ ବକ୍ତାଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କିଶୋରୀ ମାନଙ୍କ ମଧ୍ୟରେ ଆଳଦା ଗ୍ରାମର କୁମାରୀ ମୁସକାନ ଦାସ, ମନୋଲିସା ଦାସ, ବର୍ଷା ରାଣୀ କେଶୀ, ଅନ୍ୟ ମାନେ ଭାଗ ନେଇ ଥିଲେ, ଶେଷରେ ସଭାପତିଙ୍କ ବକ୍ତବ୍ୟ ପରେ ସଭା ଶେଷ ହୋଇଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବେଲପୋଷିରେ ଏସ୍.ବି.ଆଇ ଶାଖା ଉଦଘାଟିତ 

masiha

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ତରଫରୁ ସମ୍ବିଧାନ ଦିବସ ପାଳିତ

Sunil Chandra Nayak

ରାଇରଙ୍ଗପୁର ଟାଉନଥାନା ! ଅଜଣା ପିକ୍ଅପ୍ ଭେନ ଧକ୍କାରେ ସ୍କୁଟି ଆରୋହୀ ବାପପୁଅ ଗୁ୍ରୁତର

Sunil Chandra Nayak

Leave a Comment

error: Content is protected !!