ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ଦ୍ଵାରା ଵିଶୋଇ ଧାନମଣ୍ଡି ଶୁଭ ଉଦଘାଟିତ

ଜିଲ୍ଲାପାଳଙ୍କ ଦ୍ଵାରା ଵିଶୋଇ ଧାନମଣ୍ଡି ଶୁଭ ଉଦଘାଟିତ

ମୟୂରଭଞ୍ଜ -୧୧/୧୨ ( ମସିହା)ଧାନ ଅମଳ ହୋଇଗଲାଣି । ଚାଷୀମାନେ କିଭଳି ଧାନ ମଣ୍ଡି ରେ ଧାନ ବିକ୍ରୟ କରି ଦୁଇ ପଇସା କମାଇ ନିଜର ଆବଶ୍ୟକତାକୁ ମେଣ୍ଟାଇବେ ସେଥିପାଇଁ ଚିନ୍ତିତ ।ଚାଷୀ କିଭଳି ଧାନ ଧାନ ମଣ୍ଡିରେ ବିକ୍ରୟ କରି ଦୁଇ ପଇସା ଲାଭ ପାଇବେ ସେଥିପାଇଁ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଲ୍ଯାମ୍ପରେ ଖୋଲିଥିବା ଧାନମଣ୍ଡିକୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଶୁଭ ଉଦଘାଟିତ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସ,ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ କୃଷ୍ଣଚନ୍ଦ୍ର ସେଠୀ,,ଡିଆରସିସି କୃଷ୍ଣଚନ୍ଦ୍ର ଦାସ,ବିଡ଼ିଓ ସଂଯୁକ୍ତା ଵା, ତହସିଲଦାର ମିତାଲି ମଧୁସ୍ମିତା ଦଳେଇ, ରାଇରଙ୍ଗପୁର ଏଆରସିସି ସୀମା ମୁର୍ମୁ,ବିଶୋଇ ଲ୍ଯାମ୍ପ ସଭାପତି ଗୁରୁବା ମୁର୍ମୁ,ବିଶୋଇ ଲ୍ଯାମ୍ପ ଏମଡି, କର୍ମଚାରୀ,ରାଜସ୍ବ ଅଧିକାରୀ, ଗ୍ରାମସେବକ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ବିଭିନ୍ନ ଅଂଚଳର ଚାଷୀମାନେ ଉପସ୍ଥିତ ଥିଲେ ପ୍ରମୁଖ ଉପସ୍ଥିତ ଥିଲେ ।ଚାଷୀମାନେ ପରିଷ୍କାର,ପରଇଛନ୍ନ ଏଫ୍ କର୍ମୀ ମାନର ଧାନ ଆଣିବାକୁ ପରାମର୍ଶ ଦିଆଯାଇଥିଲା ।ଚଳିତ ବର୍ଷ ବିଶୋଇ ଲ୍ଯାମ୍ପରେ ୭୫୩ ଜଣ ଚାଷୀ ପଂଜିକୃତ କରିଛନ୍ତି । ଚଳିତ ବର୍ଷ ଧାନର ମୂଲ୍ୟ କ୍ଯୁଣ୍ଟାଲ ପିଛା ୨୧୮୩ ଟଙ୍କା ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି ।ଚାଷୀମାନେ ଟୋକନ ଅନୁସାରେ ଲ୍ଯାମ୍ପ ପରିଚାଳକଙ୍କ ବୁଝି ଧାନମଣ୍ଡି କୁ କେବଳ ସୋମବାର ଏବଂ ବୁଧବାର ଦିନ ଧାନ ବିକ୍ରୟ ପାଇଁ ଧାନ ଆଣିବେ ।ଏଠାରେ ଶୃଙ୍ଖଳାକୁ ଗୁରୁତ୍ବ ଦେବେ ।ଵିଶୋଇରେ ଧାନ ମଣ୍ଡି ଖୋଲି ଥିବାରୁ ଚାଷୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଆଜି ପ୍ରଥମ ଦିନରେ ସାଗଯୋଡି ଗ୍ରାମର ମଦନ ମୋହନ ଦଳ,କେଶରଗାଡିଆ ଗ୍ରାମର କାନ୍ତି ସୋରେନ ଏବଂ ବଡବାଲିଚୁଆ ଗ୍ରାମର ଲେଙ୍ଗା ଚରଣ ନାଏକ ଧାନମଣ୍ଡିକୁ ଧାନ ଆଣିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍

Related posts

ଏକ ପେଡ଼ ମା’ଙ୍କ ନାମ – ୨.୦ ରାୟଗଡାରେ ୧୭ ସେପ୍ଟେମ୍ବରରେ ହେବ ଏକଦିବସୀୟ ସମୂହ ବୃକ୍ଷରୋପଣ

Sunil Chandra Nayak

ପ୍ରଯୋଜନା ଭିତ୍ତିକ ନାଟ୍ୟ କର୍ମଶାଳା ଉଦଯାପିତ ଏବଂ ନାଟକ ଅମରଗାଥା ମଂଚସ୍ଥ

Sunil Chandra Nayak

ଦୁର୍ଗମ କୁଟରୁ ଗାଁକୁ ସଂଯୋଗ କରୁଥିବା ପୋଲ ବିପଦ ଶଙ୍କୁଳ, ମରାମତି କରିବା ପାଇଁ ବନବାସୀଙ୍କ ଦାବି

Sunil Chandra Nayak

Leave a Comment

error: Content is protected !!