ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ମାନଙ୍କ ଧର୍ମଘଟ ଆରମ୍ଭ

ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ମାନଙ୍କ ଧର୍ମଘଟ ଆରମ୍ଭ

ବାଲେଶ୍ଵର,୧୨/୧୨/୨୩- ବିଭିନ୍ନ ଦାବି ନେଇ ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ ବାଲେଶ୍ଵର ଶାଖାର ସମସ୍ତ ଡାକ ସେବକ ମାନେ ଧର୍ମଘଟକୁ ଉହ୍ଲାଇଛନ୍ତି । ଏହି ଦାବିରେ ଜିଲ୍ଲାର ବିଭିନ୍ନ ସବ୍ ପୋଷ୍ଟ ଅଫିସ ଆଗରେ ଧର୍ମଘଟ ଆରମ୍ଭ ହୋଇଛି । ସେମାନଙ୍କର ଦାବି ଗୁଡିକ ମଧ୍ୟରେ ଗ୍ରାମୀଣ ଡାକ ସେବକ ମାନଙ୍କୁ ସରକାରୀ ଚାକିରୀର ମାନ୍ୟତା ଦେଇ ୮ ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ କରିବା ସଂଗେ ସଂଗେ ପେନସନ ବ୍ଯବସ୍ଥା, ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ବ୍ଯବସ୍ଥା, ୫ ଲକ୍ଷ ଟଙ୍କାର ଗୃପ୍ ଇନସୁରାନସ୍ ବ୍ଯବସ୍ଥା, ୫ ଲକ୍ଷ ଟଙ୍କାର ଗ୍ରାଚୁଇଟି ବ୍ଯବସ୍ଥା, ୧୮୦ ଦିନର ସବୈତନିକ ଛୁଟି ଦେବା ବ୍ଯବସ୍ଥା, କମଳେଶ ଚନ୍ଦ୍ରା କମିଟି ଦେଇଥିବା ୧୨ ବର୍ଷ, ୨୪ ବର୍ଷ ଓ ୩୬ ବର୍ଷରେ ପଦୋନ୍ନତି ବ୍ଯବସ୍ଥା, କମଳେଶ ଚନ୍ଦ୍ରା କମିଟି ତା ୦୧/୭/୧୮ ରିଖ ପରିବର୍ତ୍ତେ ତା ୦୧/୦୧/୧୬ ରିଖରୁ କାର୍ଯ୍ୟକାରୀ ବ୍ଯବସ୍ଥା, ଅବସର ନେଇଥିବା ଡାକ ସେବକ ମାନଙ୍କୁ ପେନସନ ବ୍ଯବସ୍ଥା, ଟାର୍ଗେଟ ଦେବା ଆଳରେ ଗ୍ରାମୀଣ ଡାକ ସେବକ ମାନଙ୍କୁ ହଇରାଣ ହରକତ କରିବା ବନ୍ଦ ବ୍ଯବସ୍ଥା ଓ RICT device ପରିବର୍ତ୍ତେ ଲାପଟପ୍, ପ୍ରିଣ୍ଟର ଦେବା ସଂଗେ ସଂଗେ ବ୍ରୋଡବ୍ଯାଣ୍ଡ ନେଟୱାର୍କ ବ୍ଯବସ୍ଥା ଅନ୍ତର୍ଭୁକ୍ତ । ଯେ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଦାବି ଗୁଡିକ ପୂରଣ ନ କରିଛନ୍ତି ସେତେ ଦିନ ପର୍ଯ୍ୟନ୍ତ ଏ ଧର୍ମଘଟ ଚାଲୁ ରହିବ ବୋଲି ଖଇରା ସବ୍ – ପୋଷ୍ଟ ଅଫିସ ଆଗରେ ଧାରଣାରେ ବସିଥିବା ଗ୍ରାମୀଣ ଡାକ ସେବକମାନେ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଖଇରା ସବ୍ ପୋଷ୍ଟ ଅଫିସ ଅଧିନରେ ମୋଟ ୮ ଗୋଟି ଗ୍ରାମୀଣ ଡାକ ସେବକ କେନ୍ଦ୍ର ଅଛି । ଏହି ଧର୍ମଘଟ ଦ୍ବାରା ସାଧାରଣ ଜନତା ଡାକ ସେବା ନପାଇ ଫେରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଡାକ ସେବାରୁ ବଞ୍ଚିତ ହେଉଥିବା ଲୋକ ମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଡାକ ସେବକ ମାନଙ୍କ ଦାବି ଗୁଡିକୁ ବିଚରକୁ ନେଇ ସମସ୍ୟାର ସମାଧାନ କରନ୍ତୁ ବୋଲି ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଖଡଖାଇ ସାହିତ୍ୟ ସଂସଦ, ରାଇରଙ୍ଗପୁର ଆନୁକୂଲ୍ୟରେ ଉତ୍କଳ ଭାରତୀ କୁନ୍ତଳାକୁମାରୀ ସାବତଙ୍କ ପୂଣ୍ଯତିଥି ପାଳିତ

masiha

A DAY OF UNBRIDLED JOY  AT SERVICE TO HUMANITY FOUNDATION……. CHILDRENS DAY CELEBRATION

Sunil Chandra Nayak

ଜନନାଟ୍ୟ ମଞ୍ଚ ର ବିଶ୍ବ ନାଟ୍ୟ ଦିବସ ପାଳନ

masiha

Leave a Comment

error: Content is protected !!