ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୀଳମଣି କଲେଜରେ ନୂଆ -ଓ କାର୍ଯ୍ୟକ୍ରମ ଉଦଘାଟିତ

ନୀଳମଣି କଲେଜରେ ନୂଆ -ଓ କାର୍ଯ୍ୟକ୍ରମ ଉଦଘାଟିତ

ବସ୍ତା ,12/12 : ରୁପ୍ସା ଥାନା ଅନ୍ତର୍ଗତ ରୂପସା ନୀଳମଣି ମହାବିଦ୍ୟାଳୟରେ ନୂଆ -ଓ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି l ବିଧାୟକ ସ୍ୱରୂପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଆମ ଓଡିଶା ନବୀନ ଓଡିଶା ଯୋଜନାରେ ନୂଆ -ଓ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପ୍ରତିଭାର ବିକାଶ କରିବ ବୋଲି ବକ୍ତବ୍ୟରେ କହିଥିଲେ l ମୁଖ୍ୟ ବକ୍ତା ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା,ଜିଲା ପରିଷଦ ସଭ୍ୟ ସଞ୍ଜୟ କୁମାର ସେଠୀ ଓ ଯୁବ ନେତା ଜଗଦୀଶ ବେହେରା ପ୍ରମୁଖ ମଞ୍ଚାସିନ ହୋଇ କ୍ରୀଡା ହିଁ ପିଲାମାନଙ୍କ ଜୀବନର ଅବିଚ୍ଛଦ୍ୟ ଅଙ୍ଗ ବୋଲି ବକ୍ତବ୍ୟରେ କହିଥିଲେ l ଅଧ୍ୟକ୍ଷ ଡ଼. ତପନ କୁମାର ବେହେରା ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରି ଯୁବ ସମାଜର ବିକାଶ ଦିଗରେ ଗୁରୁତ୍ୱାରୋପ କରିଥିଲେ l ଯୁକ୍ତ 2 ଓ ଯୁକ୍ତ 3 ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ୟାରେଡ ଓ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଥିଲା l ବରିଷ୍ଠ ପ୍ରାଧ୍ୟାପକ ସରୋଜ କୁମାର ପାଣି,ନୋଡାଲ ଅଫିସର ତପନ କୁମାର ଦାସ, ଅଧ୍ୟାପକ ଲlଖିରାମ ହାଁସଦା, ଅଧ୍ୟାପକ ପ୍ରଭାକର ମହାଳିକ, ଡ଼. ଶାନ୍ତନୁ ଜେନା, ଅଧ୍ୟାପକ ସତ୍ୟେନ୍ଦ୍ର କୁମାର ପାଲ, ସ୍ୱତନ୍ତ୍ର ନୋଡାଲ ଅଫିସର ଅଧ୍ୟାପକ ଶମ୍ଭୁନାଥ ଗିରି ପ୍ରମୁଖ ଉପସ୍ଥିତ ଥିଲେ l କ୍ରୀଡା ପ୍ରତିନିଧି ଜସ୍ମିନ ଭୋଇ ଓ ରତ୍ନାକର ବେହେରା,ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିନିଧି ଅନିତା ସାହୁ ଓ ରଞ୍ଜିତ ତପସ୍ୱୀ,ସାମାଜିକ କାର୍ଯ୍ୟକ୍ରମ ପ୍ରତିନିଧି ଯଜ୍ଞେଶ୍ୱର ଗିରି ଓ ନେହା ରାଉତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କୃତଜ୍ଞତା ଜ୍ଞାପନ

masiha

କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ଙ୍କ ଉଦ୍ୟମ ରେ ଜିଲ୍ଲା ଶିକ୍ଷାବ୍ୟବସ୍ଥା ସୁଧୃଢ଼ ହେବା ରେ ଲାଗିଛି

Sunil Chandra Nayak

ତାଲୁକ ଆଇନ ସେବା ସମିତି ପକ୍ଷରୁ ଧର୍ମଗଡରେ ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!