ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଟସର୍କିଟରୁ ଆକ୍ବାରିୟମରେ ଲାଗିଲା ନିଆଁ ,ଶ୍ବାସରୁଦ୍ଧରୁ ୩ ପକ୍ଷୀ ମୃତ

ସଟସର୍କିଟରୁ ଆକ୍ବାରିୟମରେ ଲାଗିଲା ନିଆଁ ,ଶ୍ବାସରୁଦ୍ଧରୁ ୩ ପକ୍ଷୀ ମୃତ

ବସ୍ତା , 13/12: ବାଲେଶ୍ବର ଜିଲା ରୂପସା ଷ୍ଟେସନ ବଜାର ସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖ ମା ଦୁର୍ଗା ଆକ୍ବାରିୟମ ଆଣ୍ଡ ପେଟ୍ସ ହାଉସରେ ବୁଧବାର ସଟସର୍କିଟ୍ ଯୋଗୁଁ ନିଆଁ ଲାଗି ଶ୍ବାସରୁଦ୍ଧ ହୋଇ ୩ ପକ୍ଷୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆକ୍ବାରିୟମର କାଚ ଫ୍ରେମ ମଧ୍ୟରେ ଥିବା ମାଛ ଗୁଡ଼ିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ସୂଚନା ଅନୁସାରେ ଦୋକାନର ମାଲିକ ତଥା ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସୁବ୍ରତ କୁମାର ପ୍ରଧାନ ଆଜି ସକାଳ ସମୟରେ ଦୋକାନ ଖୋଲିବାକୁ ଆସି ଦୋକାନ ଭିତରୁ ଧୂଆଁ ବାହାରୁଥିବାର ଦେଖିବାକୁ ପାଇଥିଲେ।ସଙ୍ଗେ ସଙ୍ଗେ ପାଖ ଦୋକାନୀଙ୍କ ସହାୟତାରେ ଦୋକାନର ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରି ଦୋକାନରେ ପାଣି ଢାଳି ନିଆଁକୁ ଆୟତ କରିଥିଲେ।ଏହି ଅଗ୍ନିକାଣ୍ଡ ଧୂଆଁରେ ତାରଜାଲି ମଧ୍ୟରେ ଥିବା ୩ଟି ପକ୍ଷୀ ଶ୍ବାସରୁଦ୍ଧ ହୋଇ ମୃତ ପଡ଼ିଥିବା ଦେଖିବାକୁ ମିଳିଥିବା ବେଳେ ଆକ୍ବାରିୟମର କାଚ ଫ୍ରେମ ମଧ୍ୟରେ ଥିବା ମାଛ ଗୁଡ଼ିକ ଅଳ୍ପକେ ବର୍ତ୍ତି ଯାଇଥିଲେ। ପରେ ଶ୍ରୀ ପ୍ରଧାନଙ୍କ ସମେତ ସ୍ଥାନୀୟ ଦୋକାନୀମାନେ ସଟସର୍କିଟ୍ ହେବାର ପ୍ରକୃତ କାରଣକୁ ଅନୁସନ୍ଧାନ କରିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପୋଖରୀରେ ବୁଡି ୯ ବର୍ଷର ଶିଶୁ ମୃତ

Sunil Chandra Nayak

ଗୋପାଳ ସ୍ମୃତି ବିଦ୍ୟାପୀଠ ୧୯୭୮ ମାଟ୍ରିକ ବ୍ୟାଚର ବାର୍ଷିକୋତ୍ସବ 

Sunil Chandra Nayak

ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!