ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଚନ୍ଦୁ ସାହାଣୀ ମେମୋରିଆଲ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ ଆରମ୍ବ

ଚନ୍ଦୁ ସାହାଣୀ ମେମୋରିଆଲ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ ଆରମ୍ବ

ଜୁନାଗଡ଼ ୧୬/୧୨(ମ ନି ସ)ଆସନ୍ତା ୧୭ ଡ଼ିସେମ୍ବର ରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଆୟୋଜିତ ଚନ୍ଦୁସାହାଣୀ ମେମୋରିଆଲ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ ଆରମ୍ଭ ହେବ l ଏଥିରେ ଓରିୟନ କ୍ରିକେଟ କ୍ଲବ ଜୟପୁର, ନାୟକ ଏକାଡେମୀ ବଲାଙ୍ଗୀର, ବ୍ଲୁ ଡାଇମଣ୍ଡ ବରଗଡ, ଯେ କେ ପୁର, ପାଟଣାଗଡ଼, ନବରଙ୍ଗପୁର, ଟିଟିଲାଗଡ଼, କେ ଡ଼ି ସି ଏ ଭବାନୀପାଟଣା,୪ସି ସମ୍ବଲପୁର ସହ ଜୁନାଗଡ଼ ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ରୁ ଦୁଇ ଗୋଟି ଟିମ ଅଂଶ ଗ୍ରହଣ କରିବେ ବୋଲି ସଭାପତି ହିମାଂଶୁ ଶେଖର ବରାଡ଼ ସୂଚନା ଦେଇଛନ୍ତି l ବହୁ ପ୍ରତିକ୍ଷୀତ ଏହି ଟୁର୍ନାମେଣ୍ଟ ଟି ୨୦୧୬ ରୁ ପଡିଆ ର ଉନ୍ନତି କରଣ ପାଇଁ ବନ୍ଦ ଥିଲା l ଏ ବର୍ଷ ପୂଣି ଆରମ୍ବ ହେଉ ଥିବାରୁ କ୍ରୀଡା ପ୍ରେମୀ ଓ ଜୁନାଗଡ଼ ବାସି ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି l ଟୁର୍ନାମେଣ୍ଟ ଆୟୋଜନ ରେ କ୍ଲବ ସଭାପତି ହିମାଂଶୁ ଶେଖର ବରାଡ଼, ସମ୍ପାଦକ କାଳିନ୍ଦ୍ରି ପାଣିଗ୍ରାହୀ, ଚିଫ ଏକଜିକୁଟିଭ ସମୀର ସାହୁ, ଉପସଭାପତି ସରୋଜ ପଣ୍ଡା, କ୍ୟାସିଅର ଦିଲୀପ ପଣ୍ଡା, ଟିମ କୋଚ ମାନସ ସାହୁ ଦିପେନ ସାହୁ ଫିଲଡ ମାର୍ସଲ ସତୀଶ ପ୍ରଧାନ ବବଲୁ ଖେମକା, ରମଣୀ ପଣ୍ଡା, ନିହାର ପଣ୍ଡା, ମନୁ ସାହୁ, ସୁଜିତ ପଣ୍ଡା, କାନ୍ନେହୀ ରାହୁଲ, ରୁନା ପଣ୍ଡା, ସୁଶୀଲ ଠାକୁର ,ଖେଳାଳି ମୁକେଶ ପୋଡ଼, ବଣ୍ଟି ସୋନି,ସୁରଜ ବାଗ, ରାଜା ମାଝୀ, ମୁନା ପରିଡା, ରଞ୍ଜନ ରାଉତ, ଜିତୁ ନାଏକ, ଭୁଜ ପୋଟା, କୃଷ୍ଣ ନାୟକ, ସନ୍ତୋଷ ପୃଷ୍ଟି, ବାପୁନି,ପ୍ରମୁଖ ଟୁର୍ନାମେଣ୍ଟ କୁ ସଫଳ ପାଇଁ ପ୍ରସ୍ତୁତି ଜାରି ରଖିଥିବା କହିଛନ୍ତି l ପିଚ କୁରେଟର ସୁବ୍ରତ ପାଢ଼ୀ ସମସ୍ତ ଙ୍କୁ ସୁହାଇଲା ପରି ପିଚ ଓ ପଡିଆ ତିଆରି କାରୀଥିବା ପ୍ରକାଶ କହିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ମା ଠାକୁରାଣୀ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ

masiha

କରଚଳା ଉଚ୍ଚ ମାଧ୍ୟମିକ ବିଦ୍ୟଳୟରେ ଆତ୍ମାସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ଦେଉଳି ମିନି ଷ୍ଟାଡିୟମରେ “ବିକ୍ରମ ଓ ମିନତୀ ମେମୋରିଆଲ” ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

masiha

Leave a Comment

error: Content is protected !!