ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମ୍ୟ ରାସ୍ତାରେ ଶହ ଶହ ମାଲବାହୀ ଟ୍ରକ, ବେହାଲ ରାସ୍ତା ଯୋଗୁଁ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ଗ୍ରାମ୍ୟ ରାସ୍ତାରେ ଶହ ଶହ ମାଲବାହୀ ଟ୍ରକ, ବେହାଲ ରାସ୍ତା ଯୋଗୁଁ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ 

ଜୁନାଗଡ଼,୧୬/୧୨,(ମ ନି ସ),କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଗୌଡ଼ ସର୍ଗିଗୁଡା ଗ୍ରାମରେ ବନ୍ଦ ପଡ଼ିଥିବା ଚିନିକଲ ପରିସର ଭିତରେ ପାତ୍ର ଲଜିଷ୍ଟିକ ପ୍ରାଇଭେଟ୍ ଲି,ନାମକ ଏକ ଘୋରେଇ କମ୍ପାନୀ ନିଜର ଗୋଦାମ ଗୃହ ସବୁ କରିଛି। ସର୍ଗିଗୁଡା ଗ୍ରାମର ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ରାସ୍ତାକୁ ଦେଇ ଜାତୀୟ ରାଜପଥକୁ ଯୋଗାଯୋଗ କରୁଛି । ଏହି ରାସ୍ତା ଦେଇ ଶହ ଶହ ଓଭର ଲୋଡ ଟ୍ରକ୍ ଯାତାୟାତ ଯୋଗୁଁ ରାସ୍ତା ଅବସ୍ଥା ବିପର୍ଜସ୍ତ ମୁଁହା ହେଲାଣି। ଏହି ରାସ୍ତା ଦାବି ଯାଇ ରାସ୍ତାର ସ୍ଥାନେ ସ୍ଥାନେ ପିଚୁ ଉଠିଯାଇ ଖାଲଖମା ସୃଷ୍ଟି ହୋଇଛି। ଆବଡା ଖାବଡା ଓ ବିପର୍ଯ୍ୟସ୍ତ ରାସ୍ତା ଯୋଗୁଁ ଏହା ଉପରେ ନିର୍ଭରଶୀଲ ଗ୍ରାମବାସିଓ ଅଂଚଳର ଲୋକେ ବ୍ୟାପକ ହଇରାଣ ହେଉଛନ୍ତି। ଏ ସମସ୍ୟା ବିଷୟରେ ଗ୍ରାମବାସି ଓ ସରପଞ୍ଚ ଜିଲ୍ଲାପାଳଙ୍କୁ ଜଣାଇଥିବାବେଳେ ତଦନ୍ତ ନିର୍ଦ୍ଦେଶ ସତ୍ବେ ସମସ୍ୟାର ସମାଧାନ ହେଉନଥିବା ଗ୍ରାମବାସି ଦୁଃଖର ସହିତ ପ୍ରକାଶ କରିଛନ୍ତି। ଜୈନିକ ବ୍ୟବସାୟଙ୍କ ଦ୍ଵାରା ଶହ ଶହ ମକା ବୋଝେଇ ଟ୍ରକସ୍ଥାନୀୟ ଷ୍ଟେସନ ରୁ ରେଲରେକ୍ ଯୋଗେ ଆନ୍ତରାଜ୍ୟ ରପ୍ତାନି କରୁଥିଲେ ହେଁ, ଆର୍.ଏମ.ସି.କର୍ମଚାରୀ ଓ ଠିକାଦାରଙ୍କ ପ୍ରିୟା ପ୍ରୀତି ଯୋଗୁଁ ରପ୍ତାନି ପରିମାଣ କମ ଦର୍ଶାଇ ପରୋକ୍ଷରେ ବ୍ୟାପକ ଟିକସ ଫାଙ୍କୁ ଥିବା ଅଭିଯୋଗ ହେଉଛି। ଏପରିକିଏହି କମ୍ପାନୀର ସରକାରୀ ପଞ୍ଜିକରଣ ନ ଥିବା ସ୍ଥାନୀୟ ସରପଞ୍ଚ ଅଭିଯୋଗ କରୁଛନ୍ତି।.ଜୈନିକ ଟ୍ରକ୍ ମାଲିକ ଓ କିଛି ଅସାଧୁ କର୍ମଚାରୀଙ୍କ ପରୋକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟ କୁଆଡେ ନିର୍ବିଘ୍ନରେ ଚାଲିଛି। ଯାହା ଫଳରେ ସରକାରଙ୍କ ବ୍ୟାପକ ରାଜସ୍ୱ ହାନି ହେଉଥିବା ଜଣାଯାଇଛି।ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ଏଠାରେ ଏକ ଚିନିକଳ ରହିଥିଲା ।ଏହା ଦୋବଳିଆ ହେବାସହ ବନ୍ଦ ହୋଇ ଯାଇଥିଲା।ପୁନର୍ବାର ଏଠାରେ ଏକ କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରାଯାଇ ଅଂଚଳ ବାସୀଙ୍କୁ କର୍ମ ନିଯୁକ୍ତି ସୁଯୋଗ ଦେବା ନେଇ ବାରମ୍ବାର ଦାବି ହେବାରୁ ଏକ ଶିଳ୍ପ ପ୍ରତିଷ୍ଠା ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଶିଳାନ୍ୟାସ ମଧ୍ୟ କରିଥିଲେ ହେଲେ ଏହା କୌଣସି କାରଣ ବସତ ଏହାମଧ୍ୟ ହୋଇପାରିଲା ନାହିଁ। ଏଠାରେ ଥିବା ଗୃହ ସବୁ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା।ବର୍ତମାନ ପାତ୍ର ଲୋଜିଷ୍ଟିକ ପ୍ରାଇଭେଟ ଲିମିଟେଡ଼ ନାମକ ଏକ କମ୍ପାନୀ ଏଠାରେ ଗୋଦାମ କରି ଭଡା ଦେଇ ନିଜର ବ୍ୟବସାୟ ଚଳାଇଥିବା ଜଣାଯାଇଛି।ଏହି କମ୍ପାନୀ ବେଆଇନ ଭାବେ ଏହା ଚଳାଇବା ସହ ଏଠାରେ ଅନେକ ସମସ୍ୟା ସୃଷ୍ଟି କରୁଛି ।ଏଣୁଏହି ସବୁ ସମସ୍ୟାର ଆସୁ ସମାଧାନ ନ ହେଲେ ଆଗାମୀ ଦିନରେ ରାସ୍ତା ରୋକ ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ସରପଂଚ ପ୍ରଭାକର ସେଠୀ ଗ୍ରାମବାସୀ ଚାରମଚେତାବନି ଦେଇଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ପକ୍ଷରୁ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କୁ ସ୍ୱାଗତ ଉତ୍ସବ

Sunil Chandra Nayak

ଗ୍ରାମ ପରିବର୍ତନ କାର୍ଯ୍ୟକ୍ରମ ଅଧିନରେ ସ୍ଥାୟୀ ଜୀବିକା ସହ ୫୪୦୦ରୁ ଅଧିକ ପରିବାରକୁ ସଶକ୍ତ କରିଛି ଡାଲମିଆ ସିମେଂଟର ରାଜଗାଙ୍ଗପୁର ପ୍ଲାଂଟ

Sunil Chandra Nayak

ବ୍ଲକ ଅଧ୍ୟକ୍ଷା ଙ୍କ କଥା ରଖିଲେ ଉଠା ଜଳସେଚନ ବିଭାଗ,ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ଆଜିଠୁ ଜଳସେଚନ

masiha

Leave a Comment

error: Content is protected !!