ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ମ୍ଯୁନିସପାଲ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଡ. ଅଜୟ ମିଶ୍ରଙ୍କୁ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

ରାଉରକେଲା ମ୍ଯୁନିସପାଲ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଡ. ଅଜୟ ମିଶ୍ରଙ୍କୁ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

ରାଉରକେଲା/ ମ୍ଯୁନିସପାଲ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବରେ କାର୍ଯ୍ଯଭାର ଗ୍ରହଣ କରିଥିବା ଡ. ଅଜୟ କୁମାର ମିଶ୍ରଙ୍କୁ ମହାବିଦ୍ୟାଳୟ ଆଲୁମିନି ଆସୋସିଏସନ୍ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ସର୍ବପ୍ରଥମେ ଶ୍ରୀ ମିଶ୍ରଙ୍କୁ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସୁନୀଲ କାୟଲଙ୍କ ସମେତ ଅନ୍ୟ ଛାତ୍ରୀମାନେ ତାଙ୍କୁ ଉପଢୈାକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଅଧ୍ଯକ୍ଷ ଡ. ମିଶ୍ର କହିଥିଲେ ଯେ, ସେ ସବୁବେଳେ ଆଲୁମିନି ଆସୋସିଏସନ୍ ସଭ୍ଯମାନଙ୍କ ସହିତ ସମସ୍ତ କାର୍ଯ୍ଯରେ ସହଯୋଗ କରିବେ। ବିଶେଷ କରି ମହାବିଦ୍ୟାଳୟର ସାମୁହିକ ବିକାଶ ଓ ଛାତ୍ରଛାତ୍ରୀମାନଙ୍କ ବିକାଶକୁ ନେଇ ଯେକୌଣସି କାର୍ଯ୍ଯ କଲେ ସେ ସର୍ବଦା ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ। ବିଶେଷକରି ଏହି ମହାବିଦ୍ୟାଳୟ ରାଉରକେଲା ନୁହେଁ ସମଗ୍ର ଓଡ଼ିଶାର ବାଣିଜ୍ୟ ବିଭାଗ ଫଳାଫଳରେ ନିଜସ୍ବ ପ୍ରତିଷ୍ଠା ବଜାୟ ରଖିପାରିଛି। ଏହି ଅବସରରେ ବିଭିନ୍ନ ବ୍ଯାଚର ଆଲୁମିନି ଆସୋସିଏସନର ଅଜୟ କୁମାର ପ୍ରଧାନ, ଚଞ୍ଚଲ୍ କେଡିଆ, ସୁଶାନ୍ତ ରାଉତ, ଦିଲ୍ଲୀପ ଶର୍ମା, ରାଜେଶ ବାନାର୍ଜୀ, ରାଜଲକ୍ଷ୍ମୀ ଦାସ, ସୁଶାନ୍ତ ପରିଡା, ଦୁଷ୍ମନ୍ତ ରାଉତରାୟ, ବିକ୍ଷୋଭ ବଳଙ୍କ ସମେତ ଅନ୍ୟାନ୍ୟ ସଦସ୍ଯ ଉପସ୍ଥିତ ଥିଲେ। ତତସହିତ ମହାବିଦ୍ୟାଳୟ ତରଫରୁ ହେମନ୍ତ ପୁହାଣ ଏବଂ ଦିପ୍ତିରଞ୍ଜନ ମହାନ୍ତି ମଧ୍ଯ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ତନ କର୍କଟ ରୋଗର ସଚେତନତା ରେ କ୍ରାନ୍ତି ର ବାର୍ତ୍ତା   “କ୍ୟାନସର ଜୀବନର ଏକ ଅଧ୍ୟାୟ, ପୂରା କାହାଣୀ ନୁହେଁ’ ଯାହା ସଠିକ୍ ସମର୍ଥନ ଏବଂ ସଚେତନତା ଦ୍ୱାରା କର୍କଟ ମୁକ୍ତ ଭାରତ ସମ୍ଭବ!!!

Sunil Chandra Nayak

ଟେକ୍ନୋଓ୍ବାର୍ଲଡ ଆବାସିକ ବିଦ୍ୟାଳୟ +୨ ବି ବିଜ୍ଞାନରେ ୧୨୮ ଟି ସ୍ଥାନରେ ନାମଲେଖା ପାଇଁ ୪୦୦ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା 

Sunil Chandra Nayak

ବାଇକ ଓ ସାଇକେଲ ଦୁର୍ଘଟଣା, ଜଣେ ମୃତ 

masiha

Leave a Comment

error: Content is protected !!