ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଇକକୁ ଧକ୍କା ଦେଇ ଜାଇଲୋ କାର ଚମ୍ପଟ ମାରିଥିବା ବେଳେ ଧରିଲା ପୋଲିସ

ବାଇକକୁ ଧକ୍କା ଦେଇ ଜାଇଲୋ କାର ଚମ୍ପଟ ମାରିଥିବା ବେଳେ ଧରିଲା ପୋଲିସ

ବସ୍ତା,17/12: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥ ଗାନ୍ଧିଛକ ନିକଟରେ ବାଇକ୍ କୁ ପଛପଟୁ ଧକ୍କାଦେଇ ଚମ୍ପଟ ମାରିଥିଲା ଜାଇଲୋ କାର। ଗୋଡ଼ାଇ ଗୋଡ଼ାଇ ଦୁର୍ଘଟଣା ଘଟାଇଥିବା ଜାଇଲୋ କାର କୁ ଧରିଲା ଜାତୀୟ ରାଜପଥ ପେଟ୍ରୋଲିଂ ଭ୍ୟାନ ପୋଲିସ । ସୂଚନା ଅନୁଯାୟୀ ରବିବାର ସକାଳ ସମୟର ଜଳେଶ୍ଵର ରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଓଡ଼ି୩୩ଇ ୨୦୭୨ ବାଇକ୍ କୁ ପଛପଟୁ ଓଡ଼ି୦୧ୱାଇ୭୭୧୨ ଜାଇଲୋ କାର ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀ ଭଦ୍ରକ ବାହାଦଲପୁର ଗ୍ରାମର ପ୍ରଶାନ୍ତ ମହାନ୍ତି ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଜାତୀୟ ରାଜପଥ ପେଟ୍ରଲିଂ ଭ୍ୟାନ ପୋଲିସ ଅଧିକାରୀ ମୁରଲୀଧର ସାହୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ପଠାଇଥିଲେ। ଏଣେ ଦୁର୍ଘଟଣା ଘଟାଇଥିବା ଜାଇଲୋ କାର ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ଜାତୀୟ ରାଜପଥ ପେଟ୍ରୋଲିଂ ୨ ଭ୍ୟାନ ଅଧିକାରୀଙ୍କ ସହିତ ରୂପସା ଥାନା ଅଧିକାରୀ ଙ୍କୁ ପେଟ୍ରୋଲିଂ ୧ ଅଧିକାରୀ ଖବର ଦେବାରୁ ସଂପୃକ୍ତ ଜାଇଲୋ କାର କୁ ଫୁଲାଡ଼ି ନିକଟରୁ ଉଦ୍ଧାର କରାଯାଇଥିଲା। ଶେଷରେ ଦୁର୍ଘଟଣା ଗ୍ରସ୍ତ ବାଇକ୍ ଓ ଜାଇଲୋ କାର କୁ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇଛି ବସ୍ତା ପୋଲିସ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବସ୍ତା ଅଞ୍ଚଳ ର ସଂକ୍ଷିପ୍ତ ସମାଚାର

masiha

ଖବର ସଂଗ୍ରହ ବେଳେ ପୂର୍ବତନ ସରପଞ୍ଚ ଓ ତାଙ୍କ ଭାଇଙ୍କ ଦ୍ୱାରା ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ,ଥାନାରେ ଅଭିଯୋଗ 

Sunil Chandra Nayak

ଦିବ୍ୟାଙ୍ଗ ମହିଳା ଙ୍କୁ ବଳାତ୍କାର ଉଦ୍ୟମ,  ଧର୍ଷଣକାରୀଙ୍କୁ ୮ ବର୍ଷ କାରାଦଣ୍ଡାଦେଶ

Sunil Chandra Nayak

Leave a Comment

error: Content is protected !!