ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାର୍ଷିକ ସମ୍ମିଳନୀ ପାଇଁ ବାଣାୟତ ସମାଜ ର ପ୍ରସ୍ତୁତି ବୈଠକ.

ବାର୍ଷିକ ସମ୍ମିଳନୀ ପାଇଁ ବାଣାୟତ ସମାଜ ର ପ୍ରସ୍ତୁତି ବୈଠକ.

ରାଉରକେଲା /ନିଖିଳ ଓଡ଼ିଶା ବାଣାୟତ ଓଡ଼ିଆ ସମାଜ, ରାଉରକେଲା ତାଲୁକା ର ଆସନ୍ତା ୨୮ ଜାନୁୟାରୀ’୨୦୨୪ ରେ ବାର୍ଷିକ ସମ୍ମିଳନୀ ର ଆୟୋଜନ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ସମାଜର ସଭାପତି ଅଭିରାମ ପ୍ରଧାନଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଅଜୟ କୁମାର ପ୍ରଧାନଙ୍କ ଆହ୍ବାନ କ୍ରମେ ସେକ୍ଟର-୩ ସ୍ଥିତ ଅହିରାବନ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା । ପ୍ରତ୍ୟେକ ବର୍ଷ ପରି ଏଥର ବିଭିନ୍ନ ପ୍ରତିଯୋଗିତା ସହିତ ସମାଜର ମହିଳା ମାନଙ୍କ ମଧ୍ୟରେ ଶଙ୍ଖ ଫୁଙ୍ଖା, ହୁଳହୁଳି ଓ ଝୋଟି ପକା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥି ନିମନ୍ତେ ବିଭିନ୍ନ କମିଟି ମାନ ଗଠନ କରାଯାଇଥିଲା । ଏବର୍ଷ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାଧାରୀ ମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯିବାକୁ ଉକ୍ତ ବୈଠକରେ ନିଷ୍ପତ୍ତିର ନିଆଯାଇଥିଲା। ସର୍ବପ୍ରଥମେ ଇଷ୍ଟ ଦେବୀ ମା ନାରାୟଣୀ ଙ୍କ ସ୍ତୁତି ପାଠକରି ବୈଠକ ଆରମ୍ଭ ହୋଇଥିଲା ।ଏହି ଅବସରରେ କାର୍ଯ୍ୟକାରୀ କମିଟିର ଉପଦେଷ୍ଠା ବାବାନାଥ ପରିଡା ସମେତ ସର୍ବଶ୍ରୀ ବାବୁଲା ନାହାକ, ସୁଶାନ୍ତ ପ୍ରଧାନ, ଅନ୍ତର୍ଯ୍ୟାମୀ ପରିଡା, ହେଲେନ ପ୍ରଧାନ, ବିଜୟଲକ୍ଷ୍ମୀ ପ୍ରଧାନ, ସୁବାସୀନୀ ପରିଡା, ପର୍ଶୁରାମ ସ୍ବାଇଁ ପ୍ରମୁଖ ବୈଠକ ରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ 

masiha

ନିର୍ମାଣାଧୀନ ପୋଲ ର ଡାଇଭର୍ଶନ ରାସ୍ତା କାଦୁଅ ପଚ ପଚ : ପଥ ଚାରୀ ବାଇକ ଅରୋହି ବେହାଲ 

Sunil Chandra Nayak

ଜିଲ୍ଲା ସ୍ତରୀୟ ୭୭ ତମ ବନ ମହୋତ୍ସବ ସପ୍ତାହ ଦିବସ ପାଳନl

Leave a Comment

error: Content is protected !!