ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପର୍ଯ୍ୟଟନ ସ୍ଥଳୀ ଅଶୁରଘାଟୀ‌ ଜଳପ୍ରପାତକୁ ସ୍ବଚ୍ଛତା ଓ ପ୍ଳାଷ୍ଟିକ ବର୍ଜନ ନେଇ ସଚେତନତା

ପର୍ଯ୍ୟଟନ ସ୍ଥଳୀ ଅଶୁରଘାଟୀ‌ ଜଳପ୍ରପାତକୁ ସ୍ବଚ୍ଛତା ଓ ପ୍ଳାଷ୍ଟିକ ବର୍ଜନ ନେଇ ସଚେତନତା

ମୟୂରଭଞ୍ଜ -୧୭/୧୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ରାଇରଙ୍ଗପୁର ବ୍ଳକର ଗୋରୁମହିଷାଣୀ ଅଂଚଳ ଅନ୍ତର୍ଗତ ଵଡମଉଦା ପଞ୍ଚାୟତ ଅନ୍ତର୍ଗତ ଅସୁରଘାଟି ଜଳପ୍ରପାତ ଅଂଚଳକୁ ରାଇରଙ୍ଗପୁର ବନଖଣ୍ଡ କାର୍ଯ୍ୟାଳୟ ତରଫରୁ ସ୍ଵଚ୍ଛତା ଓ ପ୍ଳାଷ୍ଟିକ ମୁକ୍ତ ଅଂଚଳ ଓ ପରିବେଶ ସୁରକ୍ଷା ନେଇ ଶନିବାର ଦିନ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶ୍ରୀ ଶିବପ୍ରସାଦ ରଥ,,ବନାଞ୍ଚଳ ଅଧିକାରୀ ଜ୍ୟୋତି ରଂଜନ ସେନାପତି,, କଥାଶିଳ୍ପୀ ଲଳିତ ମହାନ୍ତ, ସହକାରୀ ବନ ସଂରକ୍ଷକ ପ୍ରଭାକର ମଲ୍ଲିକ, ଗୋରୁମହିଷାଣୀ ଆଦର୍ଶ ସ୍କୁଲରେ ଇକୋ କ୍ଳବ୍ ଅଧ୍ଯାପିକା ସୁନିତା ମାଝୀ, ବିଜୁପଟ୍ଟନାୟକ ପୁରସ୍କାର ପ୍ରାପ୍ତ ପରିବେଶବିତ୍ ଅଶୋକ ମହାନ୍ତ, ସାମ୍ବାଦିକ ସୁବ୍ରତ ମହାନ୍ତି,ତୁଷାର କାନ୍ତ ମହାନ୍ତ, ଦୟାନିଧି ମହାକୁଡ଼, ସତ୍ୟ ନାରାୟଣ ପାଲ,ନିରଜ ସାହୁ, ଜିତେନ୍ଦ୍ର ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ ।ଏହି ପରିପ୍ରେକ୍ଷୀରେ ଅତିଥିଙ୍କ ସମେତ, ଗ୍ରାମବାସୀ,ବନ ସୁରକ୍ଷା ସମିତି ସଦସ୍ୟ ବୃନ୍ଦ, ଛାତ୍ରଛାତ୍ରୀ ସମସ୍ତେ ଶୋଭାଯାତ୍ରାରେ ପ୍ଳାକାର୍ଡ ଧରି ଅସୁରଘଆଟୀ ସନ୍ନିକଟ ଗ୍ରାମ ହିକେଇସାହି,ବାଇଗଣି,କଟୁପିଟ ଗ୍ରାମ ପରିକ୍ରମା କରି ଏହି ପର୍ଯ୍ୟଟନ ଅଂଚଳକୁ ପ୍ଳାଷ୍ଟିକ ବର୍ଜନ,ସ୍ଵଚ୍ଛତା,ବୃକ୍ଷ ରୋପଣ,ପରିବେଶ ସୁରକ୍ଷା ନେଇ ସଚେତନତା ବାର୍ତ୍ତା ଦେଇଥିଲେ ।ପରେ ପରିବେଶବିତ୍ ଅଶୋକ ମହାନ୍ତଙ୍କ ପ୍ରଚେଷ୍ଟାରେ ନିର୍ମିତ ହୋଇଥିବା ଶ୍ରୀ ହନୁମାନ ମୂର୍ତ୍ତି ନିକଟରେ ଏକ ପରିବେଶ ସୁରକ୍ଷା ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।ଡିଏଫଓ ଶ୍ରୀ ଶିବ ପ୍ରସାଦ ରଥ ପ୍ଳାଷ୍ଟିକ ବ୍ୟବହାରର ବିଜ୍ଞାନ ସମ୍ମତ ତଥ୍ୟ ଉପସ୍ଥାପନ କରିବା ସହ ପ୍ଳାଷ୍ଟିକ ମାଟି ଓ ଜଳ ଉପରେ ତାର କୁପ୍ରଭାବ ନେଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନେ ପର୍ଯ୍ୟଟନର ବିକାଶ ଏବଂ ଏହାର‌ ପ୍ରଚାର , ପ୍ରସାର,ଏହାର ଜଳଧାରାର ସ୍ରୋତ କିଭଳି ଖଣି ଖନନ ପାଇଁ ପୋତି ହୋଇ ନ ଯାଏ ତାହା ଉପରେ ଗୁରୁତ୍ବ ଦେଇଥିଲେ ।ତଦସହ ଏଠାରେ ଅନ୍ୟାନ୍ୟ ପର୍ଯ୍ୟଟନ ଭଳି ଅଧିକ ଆକର୍ଷଣ ଏବଂ ସ୍ଥାନୀୟ ଲୋକଙ୍କ ରୋଜି ରୁଟି କିଭଳି ମିଳି ପାରିବ ତାହା ଉପରେ ସରକାର ପଦକ୍ଷେପ ନେବା ଉଚିତ ବୋଲି କହିଥିଲେ । ସମସ୍ତେ ଦିନଟିକୁ ପିକନିକ୍ ଋତୁ ଭଳି ପାଳିବା ସହ ବନ ବିଭାଗ ତରଫରୁ ଖାଦ୍ୟପେୟ ବ୍ୟବସ୍ଥା କରାଯାଇଥିଲା ।କାର୍ଯ୍ୟକ୍ରମ ପରିଚାଳନାରେ ଫରେଷ୍ଟର କାଶୀନାଥ ହେମ୍ବ୍ରମ,ଫରେଷ୍ଟ ଗାର୍ଡ ଆଲୋକ ସେଠୀ, ଯଶଵନ୍ତ ମହାକୁଡ଼, ରତିକାନ୍ତ ମହାନ୍ତ, ପରମାନନ୍ଦ ମହାନ୍ତ,ସଂଞ୍ଜୁ ମହାନ୍ତ,ପାରା କର୍ମଚାରୀ,ଵନସୁରକ୍ଷା ସଭାପତି ଶାଙ୍ଖ ମାଝୀ, କାଶୀନାଥ ମାଝୀ, ହିନ୍ଦୁ ମାଝୀ ଏବଂ ଅନ୍ୟମାନେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଅସ୍ତିତ୍ବ ହରାଇଛି ଜୁନାଗଡ଼ କେନାଳ,,ଦୁର୍ଗତିରେ ଚାଷୀଙ୍କ ସ୍ଥିତି 

Sunil Chandra Nayak

ସମାଜସେବୀ ଦ୍ୱାରା ଡାଳିମ୍ବଦେଇ ମହାବିଦ୍ୟାଳୟ କୁ ଭିବିନ୍ନ ଉପକରଣ ବଣ୍ଟନ 

masiha

ତୁଜୁଙ୍ଗ ଗ୍ରାମ ରେ ୫୬ତମ ଶ୍ରୀରାମଲୀଳା ମହୋତ୍ସବ ତଥା ସୀତା ବିବାହ ସମ୍ପନ୍ନ

Sunil Chandra Nayak

Leave a Comment

error: Content is protected !!