ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର ହରେକୃଷ୍ଣ ମହତାବ ଭବନ ସମ୍ମୁଖସ୍ଥ ଠିପି ଖୋଲା ବିଦେଶୀ ମଦ ଦୋକାନ ଚୋରୀ ଉଦ୍ୟମ

ରାଇରଙ୍ଗପୁର ହରେକୃଷ୍ଣ ମହତାବ ଭବନ ସମ୍ମୁଖସ୍ଥ ଠିପି ଖୋଲା ବିଦେଶୀ ମଦ ଦୋକାନ ଚୋରୀ ଉଦ୍ୟମ

 ମୟୂରଭଞ୍ଜ – ୧୭/୧୨ ( ମସିହା) ଶୀତ ପ୍ରକୋପରୁ ରାତି ୧୦ ଟା ପରେ ରାସ୍ତା ଘାଟ ଶୁନଶାନ୍ ।ଏହାର ଫାଇଦା ନେବାକୁ ବସିଛନ୍ତି ଚୋର ଦଳ । ସୂଚନାଯୋଗ୍ୟ ଶନିବାର ରାତି ୧୨.୫୦ ପାଖାପାଖି ସମୟରେ ରାଇରଙ୍ଗପୁର ସହରର ହରେକୃଷ୍ଣ ମହତାବ ଭବନ ସମ୍ମୁଖସ୍ଥ ଏକ ବିଦେଶୀ ଠିପି ଖୋଲା ମଦ ଦୋକାନ ବନ୍ଦ ଥିବା ସମୟରେ ଚୋରୀ ଉଦ୍ୟମ କରି ବିଫଳ ହୋଇ ଫେରି ଯାଇଛନ୍ତି ।ଚୋର ଦଳ ରାତିରେ ମଦ ଦୋକାନରେ ତାଲା କାଟି ସଟର ଖୋଲିବା ଉଦ୍ୟମ ରଥ ସମୟରେ ପୋଲିସ ପେଟ୍ରୋଲିଂ ହେଉ ଅବା କାହାକୁ ଦେଖି ହେଉ ଅବା ସଟର ଖୋଲିବା ବିଫଳ ହୋଇ ଛୁ ମାରି ଖସି ପଳାଇଥିଲେ ।ଆଜି ସକାଳୁ ମଦ ଦୋକାନ କର୍ମଚାରୀ ଦୋକାନ ଖୋଲିବାକୁ ଯାଇ ଦେଖନ୍ତି ତ ତାଙ୍କ ଦୋକାନର ଦୁଇଟି ତାଲାକୁ କାଟି ଦେଇଛନ୍ତି । ଚୋରମାନେ ସଟରର ହେଣ୍ଡଲ ନ ଥିବାରୁ ସଟର ଖୋଲିବା ଉଦ୍ୟମରେ ବିଫଳ ହୋଇଥିଲେ । କିନ୍ତୁ ରବିବାର ସଂନ୍ଧ୍ୟା ସୁଦ୍ଧା ଦୋକାନୀ ତରଫରୁ ଥାନାରେ ଲିଖିତ ଅଭିଯୋଗ କରାଯାଇ ନାହିଁ ।ସିସି କେମେରାରେ ଦୁଇ ଜଣ ଯୁବକ ମୁହଁରେ କପଡ଼ା ବାନ୍ଧିଥିବା ଦେଖା ଯାଉଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଲକ୍ଷାଧିକ ଟଙ୍କା ର ଚୋରି ସାମଗ୍ରୀ ଉଦ୍ଧାର ସହ ଚାରି ଗିରଫ 

Sunil Chandra Nayak

4000 ଟଙ୍କାକୁ ନେଇ ମାରଣାତ୍ମକ ଆକ୍ରମଣ

masiha

ଅଧିକ୍ଷଣ ଯନ୍ତ୍ରୀ ଗିରଫ ନେଇ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!