ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଷ୍ଟେଟ ବ୍ୟାଙ୍କ ଏଟିଏମ ରୁ ଟଙ୍କା ଲୁଟ, ଘଟଣା ବର୍ତ୍ତମାନ ସୁଦ୍ଧା  ପୁଲିସର ହାତ ଖାଲି

ଷ୍ଟେଟ ବ୍ୟାଙ୍କ ଏଟିଏମ ରୁ ଟଙ୍କା ଲୁଟ, ଘଟଣା ବର୍ତ୍ତମାନ ସୁଦ୍ଧା  ପୁଲିସର ହାତ ଖାଲି

ନୂଆପଡ଼ା, ଏଟିଏମ କାଉଣ୍ଟର ରୁ ୧୪ ଲକ୍ଷ୍ୟ ରୁ ଉର୍ଦ୍ଧ ଟଙ୍କା ନେଇ ଲୁଟେରା ଫେରାର ମାରିଥିବା ବେଳେ ୧୪ ଦିନ ବିତିଗଲା ହେଲେ ଖଡ଼ିଆଲ ପୁଲିସ ର ହାତ ଖାଲି ,ସୂଚନାଥାଉକି ଖଡ଼ିଆଲ ଥାନା ରୁ ଦୁଇ କିମ ଦୂରରେ ଅବସ୍ଥିତ ୩୫୩ ଜାତୀୟରାଜ ପଥ ଉପରେ ଏକ ଘରୋଇ ଡାକ୍ତରଖାନା ମିଶନ ପାଖରେ ରହିଛି ଷ୍ଟେଟବ୍ୟଙ୍କ ର ଏଟିଏମ କାଉଣ୍ଟର ।ଏହି ଏଟିଏମ ରୁ ଚଳିତ ମାସ ୪ ତାରିଖ ରାତ୍ରି ସମୟ ରେ ଘଟିଥ‌ିବା ଗୋଟିଏ ଏଟିଏମ ଲୁଟ ଘଟଣା ସାଧାରଣରେ ଅସନ୍ତୋଷ ବଢ଼ାଇ ଥିବାବେଳେ ପୁଲିସର ପାରିବା ପଣିଆକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଖଡ଼ିଆଲ ସହରରେ ପୁଲିସ ସୁରକ୍ଷା ଥାଇ ମଧ୍ୟ ଏଭଳି ଜାତୀୟ ରାଜପଥ ରେ ପ୍ରଥମ ଚର୍ଚ୍ଚିତ ଘଟଣା ଡିସେମ୍ବର ୪ ତାରିଖ ରାତ୍ରି ରେ ଘଟିଥିଲା ଓ ଡିସେମ୍ବର ୫ ରେ ସକାଳେ ଘଟଣା ଲୋକଲୋଚନକୁ ଆସିଥିଲା। ତାହା ଥିଲା ଖଡ଼ିଆଲ ମିଶନ ଡାକ୍ତରଖାନା ଏସବିଆଇ ଏଟିଏମ କାଉଣ୍ଟର ରୁ ଚୋରି ସେଠାରୁ ମାତ୍ର ୨ କିମି ଦୂରରେ ଥାନା ରହିଥ‌ିବାବେଳେ ଏଟିଏମ ମେସିନକୁ କାଟି ଲୁଟେରା ୧୪ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଲୁଟି ନେଇ ଫେରାର ମାରିଥିଲେ । ସେ ଘଟଣା ଆଜି ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଛି, ଯାହା ଉପରୁ ପର୍ଦ୍ଦା ହଟାଇ ପାରିନି ପୁଲିସ।ଏଟିଏମ ଲୁଟି ନେବା ଘଟଣା ଘଟିଥିଲେ ବି ସେ ସମ୍ପର୍କରେ ପୁଲିସର ନିଷ୍କ୍ରିୟତା ପ୍ରକାଶ,ଏଟିଏମ ଲୁଟ ଖବର ପାଇ ଥାନା ଅଧିକାରୀ ସହ ଖଡ଼ିଆଲ ଏସଡ଼ିପିଓ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ଏନେଇ ଆମେ ଖଡ଼ିଆଲ ଥାନା ଅଧିକାରି ପ୍ରଦୀପ କୁମାର ଧରୁଆ ଙ୍କୁ ପଚାରିବାରୁ ଵର୍ତମାନ ସୁଦ୍ଧା ଜିଲ୍ଲା ସହିତ ଅନ୍ୟ ଜିଲ୍ଲା କୁ ମଧ୍ୟ ଲୁଟେରା ଙ୍କ ସର୍ଚ୍ଚ କରାଯାଉଛି, ଲୁଟେରା ମାନେ ପ୍ରଥମେ ଏଟିଏମ ରେ ଲାଗିଥିବା ସିସି ଟିଭି କ୍ୟାମରା କୁ ନଷ୍ଟ କରିଥିଲେ ପରେ ଏଟିଏମ କାଉଣ୍ଟର କୁ ପଶିଥିଲେ ଏଟିଏମ କୁ ଧାର ଯନ୍ତ୍ରପାତ ରେ କାଟି ଟଙ୍କା ବାହାର କରିଛନ୍ତି । ତଦନ୍ତ ପ୍ରକ୍ରିୟା ଚାଲିଛି ଶ୍ରୀ ଧରୁଆ ପ୍ରକାଶ କରିଥିଲେ, ଖଡ଼ିଆଲ ଏସଡ଼ିପିଓ ଅରୂପ ଅଭିଷେକ ବେହରା ଙ୍କ ନେତୃତ୍ୱ ରେ ଡାକୟତ ଙ୍କୁ ଧରିବା ପାଇଁ ଛାନଭିନ୍ନ ଚାଲିଥିବା କୁହାଯାଇଛି, ସେହିପରି ଏଟିଏମ ଲୁଟ ହେଇଥିବା ଆଖପାଖ ଓ କୌଣସି କାର୍ଯାଳୟ ରେ ସିସି ଟିଭି ତଥା କୌଣସି ସିକୁରୀଟି ମଧ୍ୟ ନ ଥିବା ବେଳେ ପୁଲିସ ଲୁଟେରା ଙ୍କ ଧରିବା ସମ୍ଭବ ହେଉନାହିଁ! ତଥାପି ଖଡ଼ିଆଲ ପୁଲିସ ତଦନ୍ତ ପ୍ରକ୍ରିୟା ଚଳାଇଛି ଖୁବ ଶୀଘ୍ର ଜଣାପଡିବ ବୋଳି କୁହାଯାଇଛି ଖଡ଼ିଆଲ ପୁଲିସ କହିଛି ! ଖଡ଼ିଆଲ ଅଞ୍ଚଳରେ ରେ ଏଭଲି ଡକାୟତ ପୂର୍ବରୁ ମଧ୍ୟ ହୋଇ ସାରିଛି, ବର୍ତ୍ତମାନ ଚର୍ଚ୍ଚା ର ବିଷୟ ଯେ ଏଟିଏମ ଲୁଟ ଘଟଣା କୁ ୧୪ ଦିନ ବିତିଯାଇଥିଲେ ସୁଦ୍ଧା ପୁଲିସ ହାତ ଖାଲି ପଡିଛି ଆହୁରି କେତେ ଦିନ ଲାଗିବ ଏହି ଡକାୟତ ଙ୍କୁ ଧରିବା ପାଇଁ ତାହା ଦେଖିବାକୁ ବାକି ରହିଲା ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ଦୁଇଟି ମଟର ସାଇକେଲ ସହ ଗଞ୍ଜେଇ ଚାଲାଣ ବେଳେ ଜବତ: ଘଟଣା ସ୍ଥଳରୁ ୧୦ ଚାଲାଣ କାରୀ ଚମ୍ପଟ 

Sunil Chandra Nayak

ନିଶାସକ୍ତ ପୁଅର ଉନ୍ମକ୍ତ କାଣ୍ଡ , ବାଡ଼େଇ ବାଡ଼େଇ ମା କୁ ହତ୍ୟା

Sunil Chandra Nayak

ବନ ବିଭାଗ ପକ୍ଷରୁ ବଜ୍ରକାପ୍ତା ଜବତ ,ଜଣେ ଗିରଫ 

Sunil Chandra Nayak

Leave a Comment

error: Content is protected !!