ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁବାଇରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଓଡିଆଙ୍କ ଯୋଗଦାନ 

ଦୁବାଇରେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଓଡିଆଙ୍କ ଯୋଗଦାନ 

କଟକ : ମିଳିତ ଜାତିସଂଘ ପକ୍ଷରୁ ସଂଯୁକ୍ତ ଆରବର ଦୁବାଇଠାରେ ଅନୁଷ୍ଠିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ – ସିଓପି ୨୮ରେ ଓଡିଶାର ଚାରି ଜଣ ଯୁବକ ଯୁବତୀ ସାମିଲବ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏମାନେ ହେଲେ ଜଳବାୟୁ କର୍ମୀ ବା କ୍ଲାଇମେଟ୍ ଆକ୍ଟିଭିଷ୍ଟ ଅଭିଷେକ ମଣି,ଅନ୍ୱେଷା ଦତ୍ତ,ଅଶ୍ୱିନୀ କୁମାର ପଇତାଇ ଓ ପୁଣ୍ୟଶ୍ଲୋକ ପଣ୍ଡା । ଜଳବାୟୁ ପରିବର୍ତ୍ତନ ଯୋଗୁଁ ସାରା ବିଶ୍ୱ ଭୋଗୁଥିବା ଅନିୟମିତ ବୃଷ୍ଟିପାତ ତଥା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ନେଇ ଏହି ସମ୍ମିଳନୀରେ ଆଲୋଚନା ହୋଇଥିବାବେଳେ ଓଡିଶାର ଓହି ଚାରି ଜଣ ସାମିଲ ହୋଇ ସେମାନଙ୍କ ମତ ରଖିଥିଲେ । ଦେଶ ତଥା ପ୍ରଦେଶର ବିକାଶ ପାଇଁ ଜଳବାୟୁ ପରିବର୍ତ୍ତନ ବାଧକ ସାଜିଥିବାବେଳେ ଏ ଦିଗରେ ଯୁବା ବର୍ଗ କାର୍ଯ୍ୟ କରିବା ଉପରେ ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା । “ୟୁଥ୍ ଫର୍ ୱାଟର୍ ମିଶନ”ରେ କାମ କରୁଥିବା ଏହି ଚାରି ଜଣ ଓଡିଆ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ସେମାନଙ୍କ ମତାମତ ରଖିଥିଲେ । ଏହି ଅବସରରେ ସେମାନେ କେନ୍ଦ୍ର ଶ୍ରମ,ନିଯୁକ୍ତି, ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଭୁପେନ୍ଦ୍ର ବାଘେଲଙ୍କ ସହ ମଧ୍ୟ ଏ ପ୍ରସଙ୍ଗରେ ମତ ବିନିମୟ କରିଥିଲେ । ଏମାନେ ମଧ୍ୟ ନ୍ୟାସନାଲ୍ ୱାଟର୍ ମିଶନର ନିର୍ଦ୍ଦେଶକ ଅର୍ଚ୍ଚନା ବର୍ମାଙ୍କ ସମେତ ଭାରତର ଜଳ ମଣିଷ ଭାବେ ପରିଚିତ ରାଜେନ୍ଦ୍ର ସିଂହ ଓ ମିସ୍ ନେପାଳ ୨୦୨୩ ଶ୍ରଚଚାହାଙ୍କ ସହ ସାକ୍ଷାତ କରିଥିଲେ । ଜଳବାୟୁ ପରିବର୍ତ୍ତନ ଓ ତାର କୁପ୍ରଭାବ ଉପରେ ଏହି ଆଲୋଚନା ହୋଇଥିଲା । ଏବେ ଓଡିଶାରେ ଜଳବାୟୁ ପରିବର୍ତ୍ତନ ନେଇ କାମ କରିବା ଉପରେ ଏହି ଚାରି ଜଣ ଗୁରୁତ୍ୱ ଆରୋପ କରିଛନ୍ତି । ଏବେ ଭାରତ ସରକାର ଲୋ-କାର୍ବନ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଉଥିବାରୁ ଏହି ସମ୍ମିଳନୀରେ ଓଡିଆ ପ୍ରତିନିଧିଙ୍କ ଯୋଗଦାନ ଉଲ୍ଲେଖନୀୟ । ଚଳିତ ବର୍ଷ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ପାଳିତ ହେଉଥିବାବେଳେ ଏହି ୪ ଜଣଙ୍କ ଆନ୍ତର୍ଜାତିକ ସ୍ତରରେ ଯୋଗଦାନ ମହତ୍ତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ ପାଇଛି । ଏହି ସମ୍ମିଳନୀରେ ସାମିଲ ହୋଇଥିବା ଅଭିଷେକ ମଣି ୟୁଥ୍ ଫର୍ ୱାଟର୍ ପ୍ଲସର ଇଂଟରନ୍ୟାସନାଲ୍ ରିଲେସ୍ ଅଫିସର୍ ଥିବାବେଳେ ଅନ୍ୱେଷା ଦତ୍ତ ୟୁନିସେଫ୍ ଓଡିଶାର ୱାସ୍ ଉପଦେଷ୍ଟା ଅଛନ୍ତି । ସେହିପରି ଅଶ୍ୱିନୀ କୁମାର ସାତ୍ତତ୍ୱିକ ଫାଉଣ୍ଡେସନର ସ୍ୱେଚ୍ଛାସେବୀ ଥିବାବେଳେ ପୁଣ୍ୟଶ୍ଲୋକ ପଣ୍ଡା ୟୁଥ୍ ଫର୍ ସଷ୍ଟେନେବିଲିଟିର ପ୍ରତିଷ୍ଠାତା ଅଛନ୍ତି । ଏହି ଅବସରରେ ଚାରି ଓଡିଆ ପୁଅଙ୍କୁ ସାଂସ୍କୃତିକ ସଙ୍ଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଝଡ଼େଶ୍ୱରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ 

masiha

ପି.ଏମ୍.ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ତ୍ରିଦିବସୀୟ ଅଲମ୍ପିକ୍ ମୂଲ୍ୟବୋଧ ଶିକ୍ଷା ତାଲିମ୍ କାର୍ଯ୍ୟକ୍ରମ ୨୦୨୪ ଉଦ୍ଘାଟିତ 

masiha

ଜନସାଧାରଣଙ୍କ ସମସ୍ୟାର ସମାଧାନ ନିଜେ ଉପସ୍ଥିତ ରହି ସମାଧାନ କଲେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ 

masiha

Leave a Comment

error: Content is protected !!