ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵହଳଦା ତହସିଲ ଠାରୁ ଅଗ୍ନିଶମ କାର୍ଯ୍ୟାଳୟ ରାସ୍ତା ମରଣଯନ୍ତା ; ମରାମତି ପାଇଁ ଗ୍ରାମବାସୀଙ୍କ ଦାବି 

ଵହଳଦା ତହସିଲ ଠାରୁ ଅଗ୍ନିଶମ କାର୍ଯ୍ୟାଳୟ ରାସ୍ତା ମରଣଯନ୍ତା ; ମରାମତି ପାଇଁ ଗ୍ରାମବାସୀଙ୍କ ଦାବି 

ମୟୂରଭଞ୍ଜ -୧୮/୧୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ଵହଳଦା ତହସିଲ ଅଫିସରୁ ଅଗ୍ନିଶମ କାର୍ଯ୍ୟାଳୟ ୫୦୦ ମିଟର ସିମେଣ୍ଟ କଂକ୍ରିଟ ରାସ୍ତା ମରଣଯନ୍ତା ।ଏହା ଏକ ଅଣ ଓସାରିଆ ରାସ୍ତା । କଂକ୍ରିଟ ଉଠି ରାସ୍ତା ଫାଟି ଆଁ ହେଲାଣି ।ଏହି ରାସ୍ତା ପାର୍ଶ୍ବରେ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ପ୍ରାଥମିକ ବିଦ୍ୟାଳୟ ଅଛି ।ଛୋଟଛୋଟ ପିଲାମାନେ ପାଠ ପଢ଼ୁଛନ୍ତି । ରାସ୍ତା ସାରା ଖାଲି କମାଲ ।ଅଗ୍ନିଶମ ଗାଡ଼ି ଯିବା ମଧ୍ୟ କଷ୍ଟ ।କୁନି ପିଲାମାନେ ରାସ୍ତାରେ ଯିବା ସମୟରେ ପଡ଼ି ଖଣ୍ଡିଆ ଖାବରା ହେଉଛନ୍ତି ।ଏହା ମରାମତି ଅଭାବରୁ ମରଣଯନ୍ତା ପାଲଟିଛି ।ତେଣୁ ବ୍ଳକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା ତୁରନ୍ତ ମରାମତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ରାଜ୍ଯ ସରକାର ଙ୍କୁ ଚରମ ପତ୍ର ପ୍ରଦାନ କଲା ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ସ୍ବାସ୍ଥ୍ୟ ସଂପର୍କୀତ କାର୍ଯ୍ୟକ୍ରମ

Sunil Chandra Nayak

ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ : ଜନ୍ମସ୍ଥାନରେ ପାଳିତ ହେବ ଜନ୍ମଜୟନ୍ତୀ 

Sunil Chandra Nayak

Leave a Comment

error: Content is protected !!