ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୂର୍ଚ୍ଛନା ସାହିତ୍ୟ ଓ ପାଠାଗାର ର ଶୀତକାଳୀନ ଅଧିବେଶନ ,  ସାଗର ଗର୍ଭ ଉନ୍ମୋଚିତ

ମୂର୍ଚ୍ଛନା ସାହିତ୍ୟ ଓ ପାଠାଗାର ର ଶୀତକାଳୀନ ଅଧିବେଶନ ,  ସାଗର ଗର୍ଭ ଉନ୍ମୋଚିତ

ଜୁନାଗଡ଼,୧୯/୧୨(ମ ନି ସ) ମୂର୍ଚ୍ଛନା ସାହିତ୍ୟ ଓ ପାଠାଗାରର ଶୀତ କାଳୀନ ପ୍ରଥମ ଅଧିବେଶନରେ କୈଳାଶ ଚନ୍ଦ୍ର ରାଉତଙ୍କ ସଭାପତିତ୍ୟରେ କବି ଭାଗୀରଥି ସାଗରଙ୍କ ପ୍ରଥମ କବିତା ସଂକଳନ ସାଗର ଗର୍ଭ ଉନ୍ମୋଚିତ ହେଇ ଥିଲା।ଏଥିରେ ମଞ୍ଚ ଉତଘାଟନ କରିଥିଲେ ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ମୁଖ୍ୟ ଅତିଥି ଥିଲେ ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରା,ସମ୍ମାନୀୟ ଅତିଥି ସୁଦର୍ଶନ ଦାସ,ଉଦ୍ଧବ ଚରଣ ସାହୁ,ସତ୍ୟ ନାରାୟଣ ରାଜପୁତ, ମୁଖ୍ୟ ବକ୍ତା ଥିଲେ ବିଶିଷ୍ଟ ଶିକ୍ଷାବିତ୍ ଡ଼. ଉମେଶ ଚନ୍ଦ୍ର ଶତପଥୀ,ପୁସ୍ତକ ସମୀକ୍ଷା କରିଥିଲେ ବିଶିଷ୍ଟ ଶିକ୍ଷାବିତ୍ ଓ ସାହିତ୍ୟିକ ବିରଞ୍ଚି ନାରାୟଣ ମୁଣ୍ଡ।ଏଥିରେ ସଂପାଦକୀୟ ବିବରଣୀ ପାଠ କରିଥିଲେ ସମ୍ପାଦକ ଅଜୟ ଦାସ।ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ସୁଧୀର ମେହେରଙ୍କ ସଭାପତିତ୍ୟରେ ସ୍ଵର୍ଣ୍ଣ ଦାସ,ନେପାଳ ଚନ୍ଦ୍ର ବାଗ, ତ୍ରିଲୋଚନ ସିଂହ,ତୀର୍ଥରାଜ ଦଳପତି ମଞ୍ଚାସନ ଥିଲେ। କବି ପ୍ରଶାନ୍ତ ଦାସ ,ହେମନ୍ତ ସାହୁ, ସୁମତି ମୁଣ୍ଡ ଓ ବନଶ୍ରୀ ଦାସଙ୍କ ସଂଯୋଜନାରେ ୧୦୨ ଜଣ କବି କବିତା ପାଠ କରିଥିଲେ।କାର୍ଯ୍ୟକ୍ରମକୁ ନିରଞ୍ଜନ ସାହାଣୀ, ପ୍ରେମଲାଲ ବାଗ,ପ୍ରାମୋଦ ଛତ୍ରିଆ,ଚନ୍ଦ୍ର ଶେଖର ସିଂ,ନବଘନ ସାହୁ ସହଯୋଗ କରିଥିବା ବେଳେ ବ୍ରଜ କିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଉତ୍କଳ ଆଲୁମିନା ପକ୍ଷରୁ ସୌରଚାଳିତ ଶୀତଳ ଭଣ୍ଡାର ଉଦଘାଟିତ

masiha

ଟେକ୍ନୋ ୱାର୍ଲ୍ଡ କଲେଜ ନେତାଜୀ ଜୟନ୍ତୀ ପାଳିତ

Sunil Chandra Nayak

ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ,ଘୁମୁରା ୨୦୨୫। କଳା, କଳାକାର ଓ ଦର୍ଶକଙ୍କ ମହାମିଳନର ପର୍ବ କଳାହାଣ୍ଡି ଉତ୍ସଵ

masiha

Leave a Comment

error: Content is protected !!