ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାୟନ୍ସ କ୍ଲବର ଦ୍ଵିତୀୟ ଜିଲ୍ଲା କ୍ୟାବିନେଟ୍ ବୈଠକ ଓ ଶୀତ ବସ୍ତ୍ର ବଣ୍ଟନ

ଲାୟନ୍ସ କ୍ଲବର ଦ୍ଵିତୀୟ ଜିଲ୍ଲା କ୍ୟାବିନେଟ୍ ବୈଠକ ଓ ଶୀତ ବସ୍ତ୍ର ବଣ୍ଟନ

ନବରଙ୍ଗପୁର:- ଲାୟନ୍ସ କ୍ଲବ୍ ଜିଲ୍ଲା ୩୨୨ ସି-୪ର ଦ୍ଵିତୀୟ ଜିଲ୍ଲା କ୍ୟାବିନେଟ୍ ବୈଠକ ଜିଲ୍ଲା ସଭାପତି ଲାୟନ୍ ଜଗନ୍ନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରକାଶ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ବିତ୍ତୀୟ ବର୍ଷ ପାଇଁ ବଜେଟ ଉପସ୍ଥାପନା କରାଯିବା ସହ ଭବିଷ୍ୟତ ରେ ହେବାକୁ ଥିବା ସାମାଜିକ ପ୍ରକଳ୍ପ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥଲା। ନୂତନ ସଭ୍ୟ ଗ୍ରହଣ, ନୂତନ କ୍ଲବ୍ ପ୍ରତିଷ୍ଠା, ଜିଲ୍ଲାର ପ୍ରତି ଲାୟନ୍ସ କ୍ଲବ୍ ଗୁଡ଼ିକର ସାମୁହିକ କାର୍ଯ୍ୟକଳାପ କିପରି ସୁଚାରୁ ରୁପେ ପରିଚାଳନା ହୋଇ ପାରିବ, ଆନ୍ତର୍ଜାତୀୟ ସ୍ଥରରେ କିପରି ନିଜ ନିଜର କାର୍ଯ୍ୟ ଦକ୍ଷତା ଉପସ୍ଥାପନା କରିବେ ଇତ୍ୟାଦି ବିଷୟରେ ଆଲୋଚନା ହୋଇଥିଲା। ନବ ନିର୍ବାଚିତ ଦୁଇ ଜିଲ୍ଲା ଗଭର୍ଣ୍ଣର ଲାୟନ ଇଂ. ଦିଲ୍ଲୀପ ଦାଶ ଓ ଲାୟନ ଡ଼ଃ. ସଂଯୁକ୍ତା ପଣ୍ଡା ଦ୍ବୟଙ୍କ ଜିଲ୍ଲା ସଭ୍ୟ ଲାୟନ ସୁରେଶ ପାଢ଼ୀ ପିଡିଯି, ଲୟନ ହରିହର ଦାସ ପିଡ଼ିଯି, ଲାୟନ ସୁରେଶ ନାୟକ ପିଡିଯି ଲାୟନ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପିଡ଼ିଜି, ଲାୟନ ସରସ୍ୱତୀ ପାତ୍ର ଭିଡ଼ିଯି ୧, ଲାୟନ ହେମନ୍ତ ଖୁଣ୍ଟିଆ ଭିଡିଯି ୨, ଲାୟନ ଅଶ୍ଵିନୀ ଦାସ, ଲାୟନ ତନ୍ମୟ ମିଶ୍ର, ଲାୟନ ଡକ୍ଟର କେ. ଡି. ପଟ୍ଟନାୟକ , ଲାୟନ ବି. କେ. ପଟ୍ଟନାୟକ, ଲାୟନ ଶ୍ରୀକାନ୍ତ ମହାନ୍ତି ଲାୟନ ଭୁବନେଶ୍ୱର ସୁର ସଭ୍ୟ ମାନେ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ଲାୟନ୍ସ ଇଣ୍ଟରନେସନାଲ ଜିଲ୍ଲା ୩୨୨ସି-୪ (ନବରଙ୍ଗପୁର) ତରଫରୁ ନବ ନିର୍ବାଚିତ ଲାୟନ୍ସ ଗଭର୍ଣ୍ଣର୍ ଲାୟନ ଈଂ. ଦିଲ୍ଲୀପ ଦାଶଙ୍କ ଦ୍ଵାରା ନବରଙ୍ଗପୁର ସହର ଓ ଆଖପାଖ ମାଝିଗୁଡ଼ା, ତୁରିଞ୍ଜା ଗୁଡା, ଚୁଟିଆଗୁଡ଼ା, ଗାନ୍ଧି ନଗର, ବାଦାମ ସାହି, ଭଗବତୀ ସାହି ଠାରେ ରାସ୍ତା କଡ ଦୋକାନୀ ମାନଙ୍କୁ ଶୀତ ବସ୍ତ୍ର ବଣ୍ଟା ଯାଇଥିଲା। ଏଥିରେ ନବରଙ୍ଗପୁର ତରଫରୁ ଜିଲ୍ଲା ସଭାପତି ଜଗନ୍ନାଥ ମହାପାତ୍ର, ଭୁବନେଶ୍ଵର ସୁର, ପିଏସଆର ଶେଖର, ରବି ରେଡ୍ଡୀ, ଭୁବନେଶ୍ୱର ଲାୟନ୍ସ କ୍ଲବର ସୁରେଶ ନାୟକ, ମାୟା ସ୍ୱାଇଁ, ନିର୍ମଳ ବେହେରା, ବ୍ରହ୍ମପୁର ଲାୟନ୍ସ କ୍ଲବ ତରଫରୁ ସୁରେଶ୍ ପାଢ଼ୀ, ହରିହର ଦାସ, ସରସ୍ୱତୀ ପାତ୍ର, ନନ୍ଦାହାଣ୍ଡି ଲାୟନ୍ସ କ୍ଲବର ତନ୍ମୟ ମିଶ୍ର, ପ୍ରଶାନ୍ତ ମିଶ୍ର ଆଦି ସଭ୍ୟ ଗଣ ଉପସ୍ଥିତ ହୋଇ ବଣ୍ଟନ କାର୍ଯ୍ୟ ସୁଚାରୁ ରୁପେ ସମ୍ପାଦାନ କରିଥଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଉରକେଲାରେ ଗଡ଼ିଲା ବିକାଶ ବାହନ

masiha

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା l l ଅଧିକାରୀଙ୍କ ଅନୁପସ୍ଥିତରେ ଖୁଲମ୍ ଖୁଲା ଚାଲିଛି କାର୍ଯ୍ୟ  

Sunil Chandra Nayak

ମଣ୍ଡି ରେ ଧାନ ବିକ୍ରୟ ନିମନ୍ତେ ଗଡ଼ିଲା କୃଷକ ସଚେତନତା ରଥ

masiha

Leave a Comment

error: Content is protected !!