ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାନ୍ତ ସେଠୀ ଙ୍କ ଦକ୍ଷିଣ ରାଉରକେଲା ଗସ୍ତ

ରାଉରକେଲା/ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ଦକ୍ଷିଣ ରାଉରକେଲା ର ଲକ୍ଷ୍ମୀମାର୍କେଟ ବସ୍ତି ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳ ର ବିଭିନ୍ନ ସମସ୍ୟା ବସ୍ତି ବାସିନ୍ଦା ଙ୍କ ପାଖରୁ ଅବଗତ ହୋଇଥିଲେ।ଅଞ୍ଚଳ ର ମୁଖ୍ୟ ସମସ୍ୟା ଫେଟକଲ ପେଟ୍ରୋଲପମ୍ପ ରୁ ମଡର୍ଣ୍ଣଇଣ୍ଡିଆ ଛକ ଯାଏଁ ରୋଡ଼ ମରମତି ଟେଣ୍ଡର ପ୍ରକ୍ରିୟା ହୋଇଥିବା ସତ୍ୱେ କାହିଁକି ହୋଇପାରୁନାହିଁ, ଏବଂ ଏହି ରାସ୍ତା ମରାମତି ନହେବା ସତ୍ୱେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଅଞ୍ଚଳ ବାସି ଅବଗତ କରାଇଥିଲେ,ଏହି ଦାବି କୁ ସରକାରୀ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟିଆକର୍ଷଣ କରି ରାସ୍ତା ର ମରାମତି କିପରି ଯଥାଶୀଘ୍ର ଆରମ୍ଭ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ଜଣାଇଥିଲେ । ଅଞ୍ଚଳ ରେ ବସବାସ କରୁଥିବା ବୁଢା, ବୁଢ଼ୀ, ବିଧବା, ଭିନ୍ନକ୍ଷମ ଯେଉଁ ମାନେ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ଏବଂ ଅର୍ଥ ଅଭାବ ରୁ ରୋଗଗ୍ରସ୍ତ ହୋଇ ଚିକିତ୍ସା ରୁ ବଞ୍ଚିତ ଅଛନ୍ତି, ସେମାନଙ୍କୁ କିପରି ସରକାରୀ ସ୍ତରରେ ସାହାଯ୍ୟ କରିହେବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଅଶୋକ ଜେନା, ସୁଧୀର ପରିଡା, ସନ୍ତୋଷ ରଥ, ଗୌରାଙ୍ଗ ନାୟକ, ଅଭିଜିତ ମଲ୍ଲିକ, ନିଲୁ ସେଠୀ, ସରୋଜ ନାୟକ, ବିଶ୍ୱ ରଞ୍ଜନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶିଖା ଟ୍ରଷ୍ଟ ପକ୍ଷରୁ ହରିଜନ ଓ ଆଦିବାସୀ ଛାତ୍ର ଛାତ୍ରୀ ମାନଙ୍କୁ ନିଶୁଳ୍କ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ

Sunil Chandra Nayak

ବଲାଙ୍ଗୀର ଜିଲ୍ଲା ରେ ଭାରତ ବନ୍ଦ ଡାକରା ପ୍ରଭାବ ଏସ. ସି /ଏସ. ଟି ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ବିଶାଳ ଶୋଭାଯାତ୍ରା. ଦାବିପତ୍ର ପ୍ରଦାନ 

masiha

ବରିଷ୍ଠ କିରାଣି ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!