ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ପତ୍ରକାର ସଂଘର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ପାଳିତ

ଓଡିଶା ପତ୍ରକାର ସଂଘର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ପାଳିତ

ଗଣତନ୍ତ୍ରରେ ଗଣମାଧ୍ଯମ ଏକ ଜାଗ୍ରତ ପ୍ରହରୀ

ରାୟଗଡ(ମ ନି ସ) ଓଡିଶା ପତ୍ରକାର ସଂଘର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ, ସ୍ଥାନୀୟ ହୋଟେଲ ବଂଶୀକ୍ରିଷ୍ଣା ସମ୍ମିଳନୀ କକ୍ଷରେ ରାଜ୍ଯ ସଭାପତି ଅବିନାଶ ମିଶ୍ରଙ୍କ ସଭାପତିତ୍ବରେ ୨୦ ତାରିଖ ସନ୍ଧ୍ଯାରେ ଅନୁଷ୍ଠିତ ଉତ୍ସବ ସମାରୋହରେ ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ମୁଖ୍ଯ ଅତିଥି ଭାବେ ଯୋଗଦେଇ ଗଣମାଧ୍ଯର ଭୁମିକା ସମ୍ପର୍କରେ ନିଜ ବକ୍ତବ୍ଯରେ କହିଥିଲେ, ଗଣତନ୍ତ୍ରରେ ଗଣମାଧ୍ଯମ ଏକ ଜାଗ୍ରତ ପ୍ରହରୀ, ସାମ୍ବାଦିକଙ୍କ କଲମ ମୂନରେ ସରକର ଭାଙ୍ଗିବ ଓ ଗଢିବ, ତେବେ ନିଷ୍ଠାର ସହ ସାମ୍ବାଦିକତା କରିବାକୁ ପ୍ରବର୍ତ୍ତାଇଥିଲେ | ପିଡି, ଓ୍ବାଟେର ସେଡ୍, ରାୟଗଡ, ଡଃ. ଦୟାନିଧି ବାଗ୍, ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକ ମାନଙ୍କ କାର୍ଯ୍ଯକଳାପକୁ ପ୍ରସଂଶା କରିବା ସହ ଗୁଣବତ୍ତାକୁ ବଂଚାଇ ରଖିବା ସମ୍ପର୍କରେ ଆଲୋକପାତ କରିଥିଲେ | ଡେପୁଟି କମାଣ୍ଡାଣ୍ଟ୍, ସିଆରପିଏଫ୍ 4ର୍ଥ ବାଟାଲିୟନ, ରାୟଗଡ, ସୌମ୍ଯ ଆଚାର୍ଯ୍ଯ, ସମ୍ମାନିତ ଅତିଥି ରୂପେ ଯୋଗଦେଇ ସାମ୍ବାଦିକର କଲମ ମୂନର ମହତ୍ବ ଓ ରୁରୁତ୍ବ ସମ୍ପର୍କିତ ଅନୁଭୂତି ରଖିଥିଲେ | ସିନିଅର ମେନେର (ପିଆର ଏଣ୍ଡ୍ ସିଏସ୍ଆର), ଇମ୍ଫା କାରଖାନା ଥେରୁବାଲି, ଶକ୍ତି ପ୍ରସାଦ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକଙ୍କ ବିଭିନ୍ନ ସମସ୍ଯା ଓ କାର୍ଯ୍ଯକ୍ରମ ଉପରେ ନିଜର ଯୋଗଦାନ ସମ୍ପର୍କରେ କହିଥିଲେ | ନିର୍ଦ୍ଧେଶକ, ସେଂଚୁରିଆନ୍ ୟୁନିଭରସିଟି, ରାୟଗଡ, ଡଃ. ରାଜେଶ କୁମାର ପାଢୀ, ସମ୍ମାନିତ ଅତିଥି ରୂପେ ଯୋଗଦେଇ ସାମ୍ବାଦିକଙ୍କ ସମସ୍ଯା ସମ୍ପର୍କରେ ନିଜ ଅଭିଜ୍ଞତା କଣ ରହିଛି ସେସମ୍ପର୍କରେ ଆଲୋକପାତ କରିଥିଲେ | ବୟଜ୍ଯୋଷ୍ଠ ସାମ୍ବାଦିକ ଡଃ ବାଦଲ କୁମାର ତା, ମୁଖ୍ଯ ବକ୍ତା ଭାବେ ଯୋଗଦେଇ, ସାମ୍ବାଦିକଙ୍କ ବିଭିନ୍ନ ସମସ୍ଯା ସମ୍ପର୍କରେ ଉପସ୍ଥାପନ କରିବା ସହ ବର୍ତ୍ତମାନର ପରିସ୍ଥିତିରେ ବ୍ଯୁରୋକ୍ରାସୀର କାର୍ଯ୍ଯକଳାପ ଉପରେ ଆଲୋକପାତ କରିଥିଲେ | ଓଡିଶା ପତ୍ରକାର ସଂଘର ରାଜ୍ଯ ସଭାପତି ଅବିନାଶ ମିଶ୍ର ନିଜ ବକ୍ତବ୍ଯରେ କହିଲେ ପ୍ରିଂଟ୍, ଇଲକ୍ଟ୍ରୋନିକ୍ ଏବଂ ଡିଜିଟାଲ ଗଣମାଧ୍ଯମର ସାମ୍ବାଦିକ ମାନେ ଖବର ପରିବେଶଣ କରିବା ବେଳେ ଟିଆରପି, ଭିଓର୍ସ ର ପଛରେ ନପଡି ଖବରର ସତ୍ଯତାକୁ ପ୍ରାଧାନ୍ଯ ଦେବା ସହ ସାମ୍ବାଦିକତା କ୍ଷେତ୍ରରେ ଶାଳିନତା ରକ୍ଷା କରିବାକୁ ଗଣମାଧ୍ଯ ପ୍ରତିନିଧି ମାନଙ୍କୁ ପ୍ରବର୍ତ୍ତାଇଥିଲେ | ଓଡିଶା ପତ୍ରକାର ସଂଘର ରାଜ୍ଯ ସାଧାରଣ ସମ୍ପାଦକ ରାମଦାସ ଲିମା ଅତିଥି ପରିଚୟ ପ୍ରଦାନ ପୂର୍ବକ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ ଏବଂ ସଭାକାର୍ଯ୍ଯକୁ ପରିଚାଳନା କରିବା ସହ ସଂଯୋଜନା କରିଥିଲେ | ଏହି ଉତ୍ସବ ପାଳନ ଅବରରେ ବିଭିନ୍ନ କ୍ଷେତ୍ରରେ ନିଜର ଉଲ୍ଲେଖନିୟ ଅବଦାନ ପାଇଁ ଜିଲ୍ଲାର କେତେକ ବରିଷ୍ଠ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା କରାଯାଇଛି, ସେମାନଙ୍କ ମଧ୍ଯରେ ଡେପୁଟି ମେନେଜର (ପିଆର ଆଣ୍ଡ ସିଏସ୍ଆର) ଜେକେ କାଗଜ କଳ, ଜେକେପୁର, ହରିହର ଖମାରୀ, ବରିଷ୍ଠ ସାମ୍ବାଦିକ ରଂଜନ କୁମାର ରଥ, ଜିଏଚ୍ ନାଗାରାଜୁ, ଶିବସାଇ ବକ୍ସିପାତ୍ର, ରାଜେନ୍ଦ୍ର କୁମାର ମିଶ୍ର ଏବଂ କ୍ରୀଡାରେ ମିସ୍ ଏ ନେହା ପଟ୍ଟନାୟକଙ୍କୁ ସମ୍ବୋର୍ଦ୍ଧିତ କରାଯାଇଛି | ରାଜ୍ଯ ସମ୍ପାଦକ ନଳିନୀ କୁମାର ପାଣି ଧନ୍ଯବାଦ ଅର୍ପଣ କରିଥିବା ବେଳେ ରାଜ୍ଯର ବିଭିନ୍ନ ପ୍ରାନ୍ତରରୁ ଆସି ଯୋଗଦେଇଥିବା ସାମ୍ବାଦିକ ମାନଙ୍କ ମଧ୍ଯରେ ରାଜ୍ଯ ଉପସଭାପତି ସୁରେଶ ଦାସ, ହର ଦାସ, ରାଜ୍ଯ ସାଂଗଠନିକ ସମ୍ପାଦକ କିଶୋର ଚନ୍ଦ୍ର ରଥ ପ୍ରମୁଖ ଯୋଗଦେଇଥିବା ବେଳେ ସଂଘ ସଦସ୍ଯ ତଥା ରାୟଗଡ ଜିଲ୍ଲା କମିଟି ସଭାପତି ରଘୁନାଥ କାମ୍ବା ସମେତ ସମ୍ପାଦକ ଉମାଶଙ୍କର ପାଢୀ, ସଦସ୍ଯ ସୁନିଲ ପାତ୍ର, ଆଲୋକ ମହାରଣା, ରାଜେଶ କୁମ୍ବାର, ସୁଶାନ୍ତ ଦାସ, ବିଜୟ ଦାସ, ଶିବ ପାଢୀ, ଗୌରୀ ଶଙ୍କର ପଟ୍ଟନାୟକ ଏବଂ ଦୀପକ କୁମାର ପୃଷ୍ଠୀ ପ୍ରମୁଖ ସହଯୋଗ କରିଥିଲେ |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୪୨ମୌଜ଼ା ବଣିକ ମହାସଙ୍ଘ ତରଫରୁ ଯୁବ ସଙ୍ଗଠକ ଇଂ. ପ୍ରକାଶ ଚଂଦ୍ର ସେଠୀଙ୍କ ନେତୃତ୍ୱରେ କଟକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ପାଟଣାଗଡ କ୍ରିମିନାଲ କୋର୍ଟ ବାର ଆସୋସିଏସନ୍ ପକ୍ଷରୁ ୪୧ ତମ ବାର୍ଷିକ ପ୍ରତୀଷ୍ଠା ଦିବସ ପାଳିତ 

masiha

ଓଡ଼ିଶା ୟୁଏସ୍ଆଇ ସଂଗଠନ ଓ ଜାମଦା ଥାନା ପକ୍ଷରୁ ବିଭିନ୍ନ ପ୍ରକାରର ସରବତ ବଣ୍ଟନ

Leave a Comment

error: Content is protected !!