ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୀଶୁ ଙ୍କ ଜନ୍ମ ଦିନ ପାଇଁ ଆଲୋକ ମାଳାରେ ସଜେଇ ହେଲାଣି ଗୀର୍ଜା

ଯୀଶୁ ଙ୍କ ଜନ୍ମ ଦିନ ପାଇଁ ଆଲୋକ ମାଳାରେ ସଜେଇ ହେଲାଣି ଗୀର୍ଜା

ନବରଙ୍ଗପୁର,୨୧/୧୨(ମ ନି ସ) ଯୀଶୁ ଙ୍କ ଜନ୍ମ ଦିନ ପାଳନ କରିବାକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି। ଏବେ ଠାରୁ ସଜେଇ ହେଲାଣି ଗୀର୍ଜା । ଗ୍ରାମରୁ ସହର ସବୁ ଆଡ଼େ ଚଳ ଚଞ୍ଚଳ ହୋଇ ଉଠିଛି। ନବରଙ୍ଗପୁର ଜିଲ୍ଲା ର ଯେଇଏଲ୍ ହାଲ୍ଲେଲୁୟା , ମାଝୀଗୁଡ଼ା ଯେଇଏଲ୍, ପଡ଼ାଲଗୁଡ଼ା ବେର୍ଶିବା , ଜାମ୍ୱଗୁଡ଼ା ଯେଇଏଲ୍, କାମତା ଯେଇଏଲ୍, ବନ୍ଦଗୁଡ଼ା ଯେଇଏଲ୍, ଚିତ୍ରକୋଟ କ୍ୟାଥଳିକ ଯେଇଏଲ୍, ତେନ୍ତୁଳିଖୁଣ୍ଟି କ୍ୟାଥଳିକ୍ ଯେଇଏଲ୍, ଖାତିଗୁଡ଼ା ଯେଇଏଲ୍, ବିରୀଗୁଡ଼ା ଯେଇଏଲ୍ ଗୀର୍ଜା। ପାପଡ଼ାହାଣ୍ଡି ବ୍ଲକ୍ ର ସେମଳା ଯେଇଏଲ୍, ଗବର୍ଲା ଯେଇଏଲ୍ ,ବେର୍ଶିବା ଚନ୍ଦ୍ରପୁର ଯେଇଏଲ୍ ଗୀର୍ଜା ଉମରକୋଟ ଯେଇଏଲ୍, ପୂଜାରୀଗୁଡ଼ା ଯେଇଏଲ୍ ଗୀର୍ଜା ସମେତ ଜିଲ୍ଲାର ୧୦ଟି ବ୍ଲକ୍ ର ଶତାଧିକ ଗୀର୍ଜା ସାଜ ସଜା ହୋଇସାରିଛି। ଖ୍ରୀଷ୍ଟ ଧର୍ମାବଲାମ୍ବୀ ଙ୍କ ପାଇଁ ପ୍ରଭୁ ଯୀଶୁ ଙ୍କ ଧରାବତରଣ ଦିବସକୁ ଅତ୍ୟନ୍ତ ପବିତ୍ର ଭାବରେ ଗ୍ରହଣ କରିଥାନ୍ତି। ଏହାକୁ ବଡ ଦିନ ଆକାରେ ବେଶ୍ ଆନନ୍ଦ ହର୍ଷ ଉଳ୍ଳାସ ରେ ପାଳନ କରିଥାନ୍ତି। ଡିସେମ୍ବର ୨୪ତାରିଖ ଶେଷ ଏବଂ ୨୫ତାରିଖ ଆରମ୍ଭ ସମୟ ମଧ୍ୟ ରାତ୍ରୀ ସମସ୍ତେ ଗୀର୍ଜା ରେ ସମବେତ ହୋଇ ପ୍ରଭୁ ଯୀଶୁ ଙ୍କ ସ୍ତୃତି ଆରାଧନା ଖ୍ରୀଷ୍ଟ ଜନ୍ମ ସଙ୍ଗୀତ ଗାନ କରିବା ସହିତ ଜନ୍ମ ବିଷୟରେ ବାଇବେଲ ରୁ କିଛି ଅଂଶ ପାଠ କରିଥାନ୍ତି। ଯୀଶୁ ଙ୍କ ଜନ୍ମ କୁ ବେଶ ଗୁରୁତ୍ଵପୂର୍ଣ୍ଣ ମନେ କରିଥାନ୍ତି। ବର୍ତମାନ ପ୍ରଭୁ ଯୀଶୁ ଙ୍କ ଜନ୍ମ ଦିନ ପାଇଁ ଗୀର୍ଜା କୁ ସୁନ୍ଧର ରଙ୍ଗ ବେରଙ୍ଗ ଆଲୋକ ମାଳା ରେ ସୁସଜ୍ଜିତ କରିବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ଗୀର୍ଜା ପାର୍ଶ୍ଵରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ୍ସ ମାସ୍-ଗ୍ରୀ ସ୍ଥାପନ କରାଯାଇଛି। ପ୍ରତ୍ୟେକ ଦିନ ସନ୍ଧ୍ୟା ରେ କ୍ୟାରୋଲ ଗ୍ରାମ ପରିକ୍ରମା କରୁଥିବା ବେଳେ, ପ୍ରଭୁ ଯୀଶୁ ଙ୍କ ଆଗମନ ବାର୍ତ୍ତା ଲୋକ ମାନଙ୍କୁ ଅବଗତ କରାଯାଉଛି। ଦୂର ଦୁରାନ୍ତ୍ ରେ ରହୁଥିବା ଖ୍ରୀଷ୍ଟ ଧର୍ମାବଲାମ୍ବୀ ମାନେ ଯୀଶୁ ଙ୍କ ଜନ୍ମ ଦିନ ପାଳନ କରିବାକୁ ନିଜ ନିଜ ଗ୍ରାମ ରେ ପହଞ୍ଚି ସାରିଛନ୍ତି। ନାଚ ଗୀତ ସୁନା ପଦ ମୁଖସ୍ତ କରି ଜନ୍ମ ଦିନ ରେ କହିବାକୁ ଏବେ ଠାରୁ ଲାଗି ପଡିଛନ୍ତି। ପ୍ରତ୍ୟେକ ବ୍ଲକ୍ ରେ ପି ଖ୍ରୀଷ୍ଟ ମାସ ଲାଗି ରହିଛି ।ଏହି ଦିନ ରେ ସମସ୍ତେ ନୂତନ ପୋଷାକ ପିନ୍ଧି ଗୀର୍ଜା ଆସନ୍ତି। ଜିଲ୍ଲା ର ସମସ୍ତ ସହର ଖ୍ରୀଷ୍ଟ ମାସ ପାଇଁ ବ୍ୟବସାୟୀ ମାନେ କିଛି ଅଫର ଦେଉଥିବା ମଧ୍ୟ ଦେଖିବାକୁ ମିଳୁଛି। ଜିଲ୍ଲା ରେ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିବାକୁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରା ଯାଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟ ର ଅଷ୍ଟାଦଶ ବାର୍ଷିକୋତ୍ସବ 

Sunil Chandra Nayak

ବିଜଲୀ ସାହୁଙ୍କ ପରଲୋକ

Sunil Chandra Nayak

ବରିଷ୍ଠ ଆଇନଜୀବି ଜଗନ୍ନାଥ ମୁଣ୍ଡ ଙ୍କ ପରଲୋକ ଧର୍ମଗଡ ଓକିଲ ସଙ୍ଘ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ….

masiha

Leave a Comment

error: Content is protected !!