ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁଡିଆ ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ , ଉତ୍କଳିନୀ ଶ୍ରେଷ୍ଠ ଛାତ୍ରୀ, ଆରାବଳୀ ଦଳ ଚାମ୍ପିଅନ 

ଜୁଡିଆ ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ,

ଉତ୍କଳିନୀ ଶ୍ରେଷ୍ଠ ଛାତ୍ରୀ, ଆରାବଳୀ ଦଳ ଚାମ୍ପିଅନ 

 ମୟୂରଭଞ୍ଜ -୨୨/୧୨ ( ମସିହା)  ମୟୂରଭଞ୍ଜ ଜିଲ୍ଲାର ବଇଜଆତଳଆ ବ୍ଳକ ଅନ୍ତର୍ଗତ ସରକାରୀ ଉପ୍ରା ସ୍କୁଲ, ଜୁଡିଆ ଓ କାଣାପାଟ ସରକାରୀ ହାଇସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ମୁଖ୍ୟବକ୍ତା ଭାବେ ବିଇଓ ନେପାଳ ମୁଣ୍ଡା, ସମ୍ମାନିତ ଅତିଥି ଭାବେ ଏବିଇଓ ରଞ୍ଜନ କୁମାର ସାଣ୍ଡିଲ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନୀଳକଣ୍ଠ ଗିରି,ପ୍ରଧାନ ଶିକ୍ଷକ ଟୁକୁଲୁ ବାସ୍କେ,ମିନାକ୍ଷୀ ଗିରି,ସିଆରସିସି ଦେବବ୍ରତ ମଙ୍ଗଲ,ଶିକ୍ଷକ ମଳୟ ସୁର ମଞ୍ଚାସୀନ ଥିଲେ l ମୁଖ୍ୟ ଅତିଥି ଶ୍ରୀମତୀ ହାଁସଦା ସଫଳ କ୍ରୀଡ଼ାବିତ ଅବା ଉତ୍ତମ ପାଠ ପଢି ଉପରେ ଆଲୋକପାତ କରିଥିଲେ l ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା l ଉପ୍ରା ସ୍କୁଲର ବାଳକ ବର୍ଗରେ ସମୀର ଦାସ ଓ ବାଳିକା ବର୍ଗରେ ଶୁଚିସ୍ମିତା ହାଁସଦା ଏବଂ ହାଇସ୍କୁଲର ବାଳକ ବର୍ଗରେ ଆବ୍ରାହମ ନାଏକ, ବାଳିକା ବର୍ଗରେ ରୀନା ମାଝୀ ଚାମ୍ପିଅନ ହୋଇଥିଲେ l ଶିକ୍ଷକ ରଜନୀକାନ୍ତ ମହାନ୍ତି, ଭବାନୀ ଶଙ୍କର ଗିରି, ସାମନ୍ତ ଗିରି, ପ୍ରୀତି ରଞ୍ଜନ ସାହୁ, ନଳିନୀ ମହାନ୍ତି, ବାବୁରାମ ହେମ୍ବ୍ରମ, ନନ୍ଦନ ଭରଦ୍ୱାଜ, ସୁମିତା ସି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଶେଷରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ସ୍କୁଲ ପିଲା,ଅଭିଭାବକ ଓ ସ୍ଥାନୀୟ ଲୋକେ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଭିଜନ ଓଡିଶା 2036 ଓ ବିକଶିତ ଭାରତ 2047 ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା

masiha

ଜିଲ୍ଲା ସ୍ତରୀୟ ପଡୋଶୀ ଯୁବ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବର୍ଷେ ହେଲା ଅଙ୍ଗନବାଡି କର୍ମୀ ଅନୁପସ୍ଥିତି ଥିବାରୁ ଅନ୍ଧାରରେ ଛୁଆଙ୍କ ଭବିଷ୍ୟତ

masiha

Leave a Comment

error: Content is protected !!