ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ

ଲାଞ୍ଜିଗଡ,୨୧/୧୨(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ମହାସମାରୋହରେ ଉଦଯାପିତ ହୋଇଯାଇଛି। ଦୁଇଦିନ ବ୍ୟାପି ଚାଲିଥିବା ଏହି କ୍ରୀଡାର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ମଧୁପୁର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡା. ରାଜେଶ ମହାରଣା ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଆୟୁଷ ଡାକ୍ତର ସୁପ୍ରିୟା ରାଉତରାୟ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗନ୍ନାଥ ରଣା ଯୋଗ ଦେଇଥିଲେ। ପ୍ରଧାନଶିକ୍ଷକ ବେଦବ୍ୟାସ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କ୍ରୀଡ଼ା ଶିକ୍ଷକ କାମସେନ ଭୋଇଙ୍କ ସମେତ ସସ୍ମିତା ସାହୁ, ନମିତା ମାଝୀ, ସତ୍ୟବାଦୀ ନାଏକ, ମାମିନା ସାହୁ, ପାର୍ଥ ଶବର, ସୁଧାଂଶୁ ଶେଖର ସାସମଲ, ବସନ୍ତ ପାଣ୍ଡେ, ସାରିକା ପଣ୍ଡା, ସୋନାଲିକା ପାଢୀ ପ୍ରମୁଖ ପରିଚାଳନା କରିଥିଲେ।

ଲାଞ୍ଜିଗଡ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ରିଙ୍ଗରୋଡ଼ ଛେଣ୍ଡ ଭି. ଏସ. ଏସ ମାର୍କେଟ ଛକ ନିକଟରେ “ବ୍ୟାସବାଟିକା” ନିର୍ମାଣ ତଥା ଛକର ନାମ “ବ୍ୟାସଛକ” ହେଉ…

masiha

ୟୁନିଭର୍ସାଲ୍ ଓଡିଶା ପକ୍ଷରୁ ୨୦୨୬ ଜୁନ୍ ୨୭ ଓ ୨୮ରେ ରାଉରକେଲା ଭଞ୍ଜ ଭବନରେ ଅଲ୍-ଓଡିଶା ପ୍ରିମିୟର ସୌନ୍ଦର୍ଯ୍ୟ ପ୍ରତିଯୋଗିତା

Sunil Chandra Nayak

ଗ୍ରାମୀଣ ଓଡ଼ିଶାରେ କ୍ୟାନସରର ପ୍ରତିକାର ତଥା ହ୍ରାସ ଉପରେ ସଚେତନତା ସୃଷ୍ଟି କରିଛି ବେଦାନ୍ତ 

masiha

Leave a Comment

error: Content is protected !!