ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଦମଡିହି ଗ୍ରାମରେ ଭୂମିଜ ସଂପ୍ରଦାୟ ତରଫରୁ କରମ ପୂଜା

କଦମଡିହି ଗ୍ରାମରେ ଭୂମିଜ ସଂପ୍ରଦାୟ ତରଫରୁ କରମ ପୂଜା

 ମୟୂରଭଞ୍ଜ -୨୩/୧୨ ( ମସିହା)  ମୟୂରଭଞ୍ଜ ଜିଲ୍ଲାର ବହଳଦା ବ୍ଳକର ଵାସିଙ୍ଗୀ ପଞ୍ଚାୟତର କଦମଡିହି ଗ୍ରାମର ଭୂମିଜ ସଂପ୍ରଦାୟ ତରଫରୁ ପାରଂପରିକ କରମ ପୂଜା ମହା ଧୂମଧାମରେ ପାଳିତ ହୋଇଯାଇଛି । ଭୂମିଜ ସଂପ୍ରଦାୟର ବିଭିନ୍ନ ପର୍ବପର୍ବାଣୀ ଏଵଂ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ କରମ ପରବ ଅନନ୍ୟ ଅଟେ । ଏହାକୁ ନେଇ ଗ୍ରାମରେ କର୍ମ ପୂଜା ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଧୁମଧାମରେ ପାଳିଛନ୍ତି । ରୀତିନୀତି ଅନୁସାରେ ପାରଂପରିକ ବେଶଭୂଷରେ ସଂପ୍ରଦାୟର ଆବାଳବୃଦ୍ଧବନିତା ନବ ବସ୍ତ୍ର ପରିଧାନ କରି ପୂଜାର୍ଚନା ,ନାଚ ଗୀତ କରିଥିଲେ ।ଏହି କରମ ପୂଜାରେ ମୁଖ୍ୟ ଅତିଥି ଭାବେ ନରେନ୍ଦ୍ର ସର୍ଦ୍ଦାର ଯୋଗ ଦେଇଥିଲେ ‌ ।

ଭାରତୀୟ ଆଦିବାସୀ ଭୂମିଜ ସମାଜ କଦମଡଇହଇ ଗ୍ରାମର ସଭାପତି ବାବୁଲାଲ ସର୍ଦ୍ଦାର, ସଂପାଦକ ଚମ୍ପାଇ ସର୍ଦ୍ଦାର,, ଉପସଭାପତି ମହେନ୍ଦ୍ର ସର୍ଦ୍ଦାର,ସହ ସଂପାଦକ ପଙ୍କଜ ସର୍ଦ୍ଦାର,ଦାଦା ଉମ୍ବଲ ପ୍ରଡକ୍ସନ ର ପ୍ରଯୋଜକ ଦେଵସିଂ ସର୍ଦ୍ଦାର,ଦୁଃଖିଆ ସର୍ଦ୍ଦାର, ଡାକ୍ତର ସର୍ଦ୍ଦାର,ପାଣ୍ଡୁ ସର୍ଦ୍ଦାର,ନାରୁ ସର୍ଦ୍ଦାର,ଦାମ ସର୍ଦ୍ଦାର,ଚମ୍ପୁ ମୁଣ୍ଡା,ମିଣ୍ଟୁ ସର୍ଦ୍ଦାର,ରାଜ ସର୍ଦ୍ଦାର, ବାହାଦୁର ସର୍ଦ୍ଦାର,କଳା ସର୍ଦ୍ଦାର,ଲସୋ ସର୍ଦ୍ଦାର,କଦମଡିହି ଗ୍ରାମର ଦେହୁରୀ ଶିବ ସର୍ଦ୍ଦାର, ସମାଜସେବୀ ମସୋ ସର୍ଦ୍ଦାର, ମଦନମୋହନ ସର୍ଦ୍ଦାର,ଶୁଶେଣ ସର୍ଦ୍ଦାର,ଡମ୍ପୁ ସର୍ଦ୍ଦାର, କାହ୍ନୁ ସର୍ଦାର ଏବଂ ଅନ୍ୟମାନେ ଯୋଗ ଦେଇଥିଲେ ।ଏହି ପର୍ବରେ ସମସ୍ତେ ଏକାଠି ହୋଇ ବଂଧୁ ମିଳନ ସହ ଭାଇଚାରା, ଭାତୃତ୍ବ ଏବଂ ଭାବରେ ଆଦାନ ପ୍ରଦାନ ହୋଇଥିଲା ।ନିଜ ସମାଜର ଲୋକେ କେମିତି ଆଗକୁ ବଢିବା ସେଥିପାଇଁ ସମସ୍ତେ ମିଳିତ ଚେଷ୍ଟା କରିବେ ବୋଲି ଆଲୋଚନା ହୋଇଥିଲା । ଆଗାମୀ ନବ ବର୍ଷ ସମସ୍ତଙ୍କୁ ସୁଖ, ସମୃଦ୍ଧି,ଆଣିଦେଉ ବୋଲି କାମନା କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ନୂତନ ଆଦର୍ଶ ଥାନା ଉଦ୍ଘାଟିତ

masiha

କ୍ଲିନ୍ ଆଣ୍ଡ ଗ୍ରୀନ୍ ର ସ୍ବଚ୍ଛତା କାର୍ଯ୍ୟକ୍ରମ 

Sunil Chandra Nayak

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ପାଳନ

masiha

Leave a Comment

error: Content is protected !!