ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରାପଡ଼ାର ଅଗ୍ରଣୀ ମହୁ ଚାଷୀ ରାଜ୍ୟ ଓ ଜିଲ୍ଲା ସ୍ତରରେ ପୁରସ୍କୃତ

କେନ୍ଦ୍ରାପଡ଼ାର ଅଗ୍ରଣୀ ମହୁ ଚାଷୀ ରାଜ୍ୟ ଓ ଜିଲ୍ଲା ସ୍ତରରେ ପୁରସ୍କୃତ

କେନ୍ଦ୍ରାପଡ଼ା ,ମାର୍ଶାଘାଇ ବ୍ଳକ ଅନ୍ତର୍ଗତ ପ୍ରଖଟ ଗ୍ରାମର ପ୍ରମୋଦ କୁମାର ବିଶ୍ଵାଳ ,ପିତା – ନିତ୍ୟାନନ୍ଦ ବିଶ୍ଵାଳ,ଙ୍କୁ ରାଜ୍ୟସ୍ତରରେ ପୁରସ୍କୃତ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ଓୟୁଏଟି ପରିସରରେ ଥିବା ବିଜୁ ପଟ୍ଟନାୟକ କନଫରେନ୍ସ ହଲରେ ଆୟୋଜିତ ସମ୍ବର୍ଧନା ଉତ୍ସବରେ ପ୍ରମୋଦ ବିଶ୍ଵାଳଙ୍କ ସମେତ କମ୍ ହନି ପ୍ରଡକ୍ସନ ପାଇଁ ରାଜ୍ୟର ଅନ୍ୟ 16 ଜଣ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓୟୁଏଟି କୁଳପତି ପ୍ରଭାତ କୁମାର ରାଉଳ, ପ୍ରଫେସର୍ ସଂଗ୍ରାମ କେଶରୀ ସ୍ୱାଇଁ, ପ୍ରସଂଜିତ୍ ମିଶ୍ର,ଚିତ୍ତରଞ୍ଜନ ଶତପଥୀ,ଓ ପ୍ରଭାସିନୀ ବେହେରା ପ୍ରମୁଖ ସମସ୍ତ ମହୁମାଛି ଚାଷୀଙ୍କୁ ମାନପତ୍ର ଓ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉପସ୍ଥିତ ଥିବା ବି ଟ୍ରଷ୍ଟ ଓଡ଼ିଶାର ସମସ୍ତ ଚାଷୀଙ୍କୁ ପରିଚୟ ପତ୍ର ପ୍ରଦାନ ସହ ମହୁଚାସ ର ନୂଆ ନୂଆ ରକ୍ଷଣା ବେକ୍ଷଣ ଅଧିକ ମହୁ ଅମଳ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ରାଜ୍ୟ ସ୍ତରରେ ସମ୍ମାନୀତ ହୋଇଥିବାରୁ ପ୍ରମୋଦ ବିଶ୍ବାଳଙ୍କୁ additional director horticulture ଓ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡକ୍ଟର ଅରବିନ୍ଦ ଦାସ ଶୁଭେଚ୍ଛା ଜଣାଇଥିଲେ। ପ୍ରମୋଦ କୁମାର ବିଶ୍ଵାଳ ଜଣେ ଆଗୁଆ ଚାଷୀ ସେ ଜିଲ୍ଲାରେ ବିଭିନ୍ନ ବ୍ଲକ୍ ଓ ପଞ୍ଚାୟତରେ ବିଭିନ୍ନ ଚାଷୀ ମାନଙ୍କୁ ତାଲିମ ପ୍ରଦାନ କରନ୍ତି। ଖାଲି ମହୁ ଚାଷ ନୁହେଁ ମହୁ ଚାଷ ସହିତ ନିଜ ବାଡ଼ିରେ ବିଭିନ୍ନ ପନିପରିବା ଚାଷ କରନ୍ତି। ସେ ଜଣେ ଜିଲ୍ଲାର ସଫଳ ଚାଷୀ ଭାବରେ ପରିଚିତ। କୃଷି ବିଜ୍ଞାନ କେନ୍ଦ୍ର କେନ୍ଦ୍ରାପଡ଼ା ଉନ୍ନତ ଚାଷୀ ହିସାବରେ ଜିଲ୍ଲା କୃଷି କାର୍ଯ୍ୟାଳୟରେ ତାଙ୍କୁ ମୃତ୍ତିକା ସଂରକ୍ଷଣ ଦିବସରେ କୃଷି ବିଜ୍ଞାନ କେନ୍ଦ୍ର ର ମୁଖ୍ୟ ଅରବିନ୍ଦ ଦାସ ତାଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନଙ୍କ ରିପୋର୍ଟ ମସିହା ନ୍ୟୁଜ୍

Related posts

୪୨ମୌଜା ପ୍ରତିଭା ବିକାଶ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ

ନବଯୁଗ ଜନକଲ୍ୟାଣ ପରିଷଦ ପକ୍ଷରୁ କନିକା ପ୍ରଜାଆନ୍ଦୋଳନର ଅନ୍ୟତମ ନେତା କୃଷ୍ଣଚନ୍ଦ୍ର ପରିଡା ଙ୍କ ୧୪୧ ତମ ଜନ୍ମ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

ଓକିଲ ସଂଘ ପକ୍ଷରୁ ମଧୁବାବୁ ଙ୍କ ଜନ୍ମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!