ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ବିଜୁ ଯୁବ ଜନତା ୨୭ ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ କାର୍ଯ୍ୟକ୍ରମରେ ୯୧ ୟୁନିଟ ରକ୍ତ ସଂଗୃହୀତ 

ରାଇରଙ୍ଗପୁରରେ ବିଜୁ ଯୁବ ଜନତା ୨୭ ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ କାର୍ଯ୍ୟକ୍ରମରେ ୯୧ ୟୁନିଟ ରକ୍ତ ସଂଗୃହୀତ 

 ମୟୂରଭଞ୍ଜ -୨୬/୧୨ ( ମସିହା) ଆଜି ଭାରତର ଶ୍ରେଷ୍ଠ ଆଂଚଳିକ ଦଳ ବିଜେଡ଼ିର ୨୭ ତମ ତମ ପ୍ରତିଷ୍ଠା ଦିବସ ଅବସରରେ ରାଇରଙ୍ଗପୁର ପିସିଏମ କଲ୍ୟାଣ ଭବନ ପରିସରରେ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ପକ୍ଷରୁ ଆୟୋଜକ ବିଜୁ ଯୁବ ଜନତା ଓ ଛାତ୍ର ଜନତାଙ୍କ ଦ୍ୱାରା ବିଶାଳ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ମୟୂରଭଞ୍ଜ (୨) ବିଜୁ ଯୁଵଜନତା ସଭାପତି ଅଭିଷେକ ପଟନାୟକଙ୍କ ପ୍ରତ୍ଯକ୍ଷତତ୍ବାଵଧାନରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଲୋକପ୍ରିୟ ଜନ ନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଯେମିତି ଓଡ଼ିଶାର ଜଣେ ବି କେହି ରକ୍ତ ପାଇଁ ଡହଳ ବିକଳ, ହନ୍ତସନ୍ତ ନ ହୋଇ ମୃତ୍ୟୁ ମୁଖରେ ନ ପଡନ୍ତୁ ସେଥିପାଇଁ ଯୁଵ ଓ ଛାତ୍ର ଜନତା ଦଳର ସଦସ୍ୟ/ ସଦସ୍ଯାଵୃନ୍ଦ ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଛନ୍ତି । ରକ୍ତଦାନ ଏକ ମହତ କାମ । ସମସ୍ତଙ୍କ ଜୀବନ ମୂଲ୍ୟବାନ । ତାଙ୍କରି ନିର୍ଦ୍ଦେଶକ୍ରମେ ବିଜୁ ଯୁବ ଓ ଛାତ୍ର ଜନତା ର ୨୭ ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ୯୧ ୟୁନିଟ୍ ରକ୍ତଦାତା ରକ୍ତଦାନ କରି ନିଜକୁ ଧନ୍ୟ ମଣିଛନ୍ତି ।କାର୍ଯ୍ୟକ୍ରମରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜୁ ଯୁବ ଜନତା ଅଧ୍ୟକ୍ଷ ରାହୁଲ ଯାଦଵ,ବିଜୁ ଛାତ୍ର ଜନତା ସଂପାଦକ ବିକାଶ ମହାନ୍ତ, ଯାଦବ,ପଞ୍ଚୁ ଲୋହାର,ନରେଶ ବେହେରା, ରବୀନ୍ଦ୍ର ମାର୍ଣ୍ଡୀ, ବାବୁଲା ପାତ୍ର, ସୁଧାଂଶୁ ଵେହେରା ଏବଂ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିବା ସହ ଉତ୍ସାହିତ କରିଥିଲେ ।ପରେ ଦଳୀୟ ନେତୃବୃନ୍ଦ ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ବିଜେଡି ଯୁବନେତା ତଥା ସମାଜସେବୀ ରାଇସେନ ମୁର୍ମୁ,ବିଜୁ ଶକ୍ତି ଉପଦେଷ୍ଟା ଦୀପ୍ତିମାନ ଵଳ,ବିଜୁ ସେତୁ ଉପଦେଷ୍ଟା ରତିକାନ୍ତ ପରୀକ୍ଷା, ନାରୀ ନେତ୍ରୀ ତନୁଜା ମହାନ୍ତ,ପୌର ଉପାଧ୍ୟକ୍ଷଙ୍କ ମମିତା ଚୌଧୁରୀ , ଜିଲ୍ଲା ବିଜେଡ଼ି ଉପସଭାପତି ପାର୍ଥ ସାରଥି କବି, ଉପସଭାପତି ସୁବାସ ମଣ୍ଡଳ, ଉପସଭାପତି ସ୍ବରୂପ ବେହେରା,ଉପ ସଭାପତି ସଚିନ ଦାସ,ଵହଳଦା ବ୍ଳକ ବିଜେଡି ସଭାପତି ହରେକୃଷ୍ଣ ମଣ୍ଡଳ,ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ, ଜିଲ୍ଲାପରିଷଦ ସଦସ୍ଯ ସଚିନ ଦାସଙ୍କ ସମେତ ବିଜୁ ସମର୍ଥିତ ଜନପ୍ରତିନିଧି ଓ କର୍ମୀ ସାମିଲ ହୋଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ସାପକୁ ଧରି ମେଡିକାଲରେ ଯୁବକ, ରୋଗୀ ଏବଂ ଡାକ୍ତର ଛାନିଆଁ 

Sunil Chandra Nayak

ନବରଙ୍ଗପୁର ଯୁବ ବିଧାୟକ ଶ୍ରୀ ମାଝୀ ଙ୍କୁ ଜିଲ୍ଲା ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ତରଫରୁ ସୌଜନ୍ୟମୂଳକ ସାକ୍ଷାତ 

masiha

ନୂଆପଡ଼ା ଅବକାରୀ ବିଭାଗ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ l ଚୋରା ନିଶା କାରବାରିଙ୍କୁ ଅଦାଲତରେ ପେଶ୍ କରିବା ଶତକଡା ହାରରେ ଜିଲ୍ଲା ରାଜ୍ୟରେ ପ୍ରଥମ 

Sunil Chandra Nayak

Leave a Comment

error: Content is protected !!