ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା କୃଷକ ସେବାଙ୍କ ୭ ଗୋଟି ଦାବିକୁ ନେଉ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଜଣାଇଲେ

ଓଡିଶା କୃଷକ ସେବାଙ୍କ ୭ ଗୋଟି ଦାବିକୁ ନେଉ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଜଣାଇଲେ 

ବନ୍ଧୁଗାଁ ତ,୧୧/୧/୨୩, କୃଷଙ୍କ ସଙ୍ଘ ତରଫୋରୁ ଆଜି କପିଳାସ  ହୋଟେଲ ଛକ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଲୟ ପର୍ଯ୍ୟନ୍ତ ପଦଯାତ୍ରାର ଏକ ମହାରାଲି ସହ ୭ ଗୋଟି ଦାବିକୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟେଶରେ ରାୟଗଡା ଉପଜିଲ୍ଲା ପାଳ ଶ୍ରୀ ଭାସ୍କର ରୋହିତଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ I ଉକ୍ତ ଲିଖିତ ଅଭିଯୋଗକୁ ମେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଚିଠି କରି ଆପଣଙ୍କର ୭ ଟି ଦଫାର କାର୍ଯ୍ୟକୁ ଜଣାଇବି ବଲି ଶ୍ରୀ ରହିତ କହିଥିଲେ I ରାୟଗଡ଼ା ଜିଲ୍ଲାର କୃଷକ ସଙ୍ଘର ସଭାପତି ଲାଚିଗା ଜାକାକା ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଏକ ରାଲି କରାଯାଇଥିଲା I ରାୟଗଡା ଜ଼ିଲ୍ଲା  ଓଡିଶା ର ଅନ୍ୟତମ ମୁଖ୍ୟ କପା ଉତ୍ପାଦନ କାରି ଜ଼ିଲ୍ଲା ଭାବେ ପରିଚିତ l କିନ୍ତୁ, ବିହନ, ସାର,କୀଟ ନାଶକ ଔଷଧ ଆଦିର ଦାମ ହୁ ହୁ ହୋଇ ବଢ଼ି ଚାଲି ଥିବାବେଳେ ଉତ୍ପାଦିତ କପା ବିକ୍ରି ବେଳେ ଉପଯୁକ୍ତ ଦର ପାଉନଥିବା ଯୋଗୁଁ  ଚାଷୀ  ବହୁ କ୍ଷତିର ସମ୍ମୁଖୀନ ହେଉଛି l ସରକାରୀ କ୍ରୟ କେନ୍ଦ୍ର ଓ ୠଣର ଅଭାବ ହେତୁ କପା ଚାଷୀ ମାନେ ଚଢ଼ା ସୁଧରେ ସାହୁକାର ମାନଙ୍କ ଠାରୁ ୠଣ ଆଣିବାକୁ ବାଧ୍ୟ ହେଉଛନ୍ତି l ସୁଧ ସୁଝି ସୁଝି ଚାଷୀ ହତାଶ l ଚାଷୀ ଅଭାବୀ ଦରରେ କପା ବିକ୍ରି ପାଇଁ ବାଧ୍ୟ ହେଉଛି l

ଏହି ପରିସ୍ଥିତି କପା ଚାଷୀ ମାନଙ୍କ ସ୍ୱାର୍ଥରେ ଆମ୍ଭେ  ରାୟଗଡା କୃଷକ ସଭା ତରଫରୁ ଆମ ଜ଼ିଲ୍ଲାର କପା ଚାଷୀ ମାନଙ୍କୁ ରକ୍ଷା କରିବାକୁ ନିମ୍ନ ଦାବି ଗୁଡିକ ପୂରଣ ପାଇଁ ରାୟଗଡା ଜିଲ୍ଲାପାଳ ଙ୍କ ଜରିଆରେ ଆପଣଙ୍କ ସଦୟ ଦୃଷ୍ଟି ଆକର୍ଷଣ କରୁଛୁ l

ଆମ ଦାବି:-

୧. ସରକାର କପା ମଣ୍ଡି ଜରିଆରେ କ୍ରୟ ଦର କ୍ୟୁଣ୍ଟଲ  ପ୍ରତି ୧୫.୦୦୦ ଟଙ୍କା ଦରରେ  ସମସ୍ତ ଚାଷୀଙ୍କ ଠାରୁ କିଣନ୍ତୁ ଏବଂ ବିକ୍ରିର ଏକ ସପ୍ତାହ ମଧରେ ଚାଷୀକୁ ବିକ୍ରିଧନ ପ୍ରଦାନ କରାଯାଉ l

୨. ସାର, ବିହନ, କୀଟ ନାଶକ ଔଷଧ ଆଦି ରିହାତି ଦରରେ ଯୋଗାଇ ଦିଆଯାଉ l ଚଢା ଦରରେ ବିକ୍ରି କରୁଥିବା ଓ ସାର କଳାବଜାରୀ  କରୁଥିବା ବ୍ୟବସାୟୀ ମାନଙ୍କୁ କଠୋର ଦଣ୍ଡ ଦିଆଯାଉ l

୩. କପା ବ୍ୟବସାୟ ରେ ଥିବା ଦଲାଲ ଓ ମଧ୍ୟସ୍ଥି ମାନଙ୍କୁ ଦଣ୍ଡ ଦିଆଯାଉ l

୪. କପା କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ କ୍ଷତିପୂରଣ ଓ ୠଣ ଛାଡ଼ କରାଯାଉ ଏବଂ ଚାଷୀ ମାନଙ୍କୁ ସ୍ୱଳ୍ପ ସୁଧ ରେ ଦୀର୍ଘମିଆଦି ସରକାରୀ ୠଣ ପ୍ରଦାନ କରାଯାଉ l୫.ଚାଷ ଜମି ର ଜଳସେଚନ ନିମନ୍ତେ ବ୍ୟବସ୍ଥା କରାଯାଉ l

୬.ବଢ଼ି  ମରୁଡି ର ପ୍ରତିକାର ସହିତ ବାରହା ଓ ଅନ୍ୟ ବନ୍ୟଜନ୍ତୁ ଆକ୍ରମଣ ଯୋଗୁଁ କ୍ଷତିଗ୍ରସ୍ତ ଫସଲ ର କ୍ଷତିପୂରଣ ଦିଆଯାଉ l  ୭. ବର୍ଷ ବର୍ଷ ଧରି ଚାଷ କରୁଥିବା ଦାଖଲ ଜମିପଟ୍ଟା ଦିଆଯାଉ ଏବଂ ସରକାରୀ ମଣ୍ଡି ରେ କପା କ୍ରୟ କରାଯାଉ ବଲି ଜୋର ଧରିଥିବାର ଦେଖିବାକୁ ମିଳିଛି I କୃଷକ ସଙ୍ଘର ଉପ ସଭାପତି ମୂର୍ତ୍ତିକା ମାଣ୍ଡିଆକା,ସମ୍ଫାଦକ କୈଳାଶ ମାଣ୍ଡିଆକା,ରାଜେନ୍ଦ୍ରହୁଇକା, ମାନୁ ଶିକାକା,ଓ ଅନ୍ୟାନ୍ୟ ଚାଷୀ ମାନେ ଉପସ୍ଥିତ ରହିଥିଲେ I 

Iବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

   

Related posts

ଆମ୍ବ ପଳାଶ ମୁଣ୍ଡିଆ ରଗଡି ସାହିରେ ବଜ୍ରାପାତ ଘଟି ୬ ଗୋରୁ ମୃତ 

masiha

ଦୁଇ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର 

masiha

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ଅବସରରେ ଗୀତିନାଟ୍ୟ କାଞ୍ଚିକାବେରୀ ମଞ୍ଚସ୍ଥ

masiha

Leave a Comment

error: Content is protected !!