ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଓକିଲ ସଂଘର ବନ୍ଧୁ ମିଳନ 

ନବରଙ୍ଗପୁର ଓକିଲ ସଂଘର ବନ୍ଧୁ ମିଳନ 

ନବରଙ୍ଗପୁର(୨୩|୧) ନବରଙ୍ଗପୁର ବାର ଆସୋସିଏସନ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଡୋକରା ଦୋରା ଠାରେ ମହାସମାରୋହରେ ଅନୁଷ୍ଠିତ ହେଇଯାଇଛି। ଡୋକରା ଦୋରା ଜଳପ୍ରପାତ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓକିଲ ସଙ୍ଘ ସଭାପତି ନରସିଂହ ତ୍ରୀପାଠୀ, ଉପସଭାପତି ହରି ନାରାୟଣ ବେହେରା, ସମ୍ପାଦକ ତପନ ସିଂ, ସହ ସମ୍ପାଦକ ସନ୍ଦୀପ ମିଶ୍ର, କୋଷାଧ୍ୟକ୍ଷ ଅନିଲ ଦୀନବନ୍ଧୁ, କାର୍ଯ୍ୟକାରୀ ସଦସ୍ୟ ସତୀଶ ନାୟକ, ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ କୌତୁକ ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକମ ଅନୁଷ୍ଠିତ ହୋଇଥିଲା। ଏଥିରେ ସଙ୍ଘର ସଭ୍ୟ ସଭ୍ୟା ମାନେ ଅଂଶ ଗ୍ରହଣ କରିଥିଲେ। ଏହାର ଆୟୋଜକ ଆଇନଜୀବୀ ସୁବୋଧ ବେନିୟା ପରିଚାଳନା କରିଥିବା ବେଳେ ବରିଷ୍ଠ ଆଇନଜୀବୀ ମାନେ କୃତି ପ୍ରତିଯୋଗୀଙ୍କୁ ଉପହାର ଦେଇ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ଅନ୍ତିମ ପର୍ଯ୍ୟାୟରେ ସମସ୍ତେ ସଙ୍ଗୀତର ତାଳେ ତାଳେ ନାଚ ଗୀତରେ ଝୁମିଥିଲେ। ଏହି ଅବସରରେ ସଙ୍ଘର ବରିଷ୍ଠ ସଦସ୍ୟ ସ୍ଵାଧୀନ ପଟ୍ଟନାୟକ, ଦିଲ୍ଲୀପ ବେହେରା, ରାମ ବାବୁ ପଟ୍ଟନାୟକ, ରାମା ରାଓ ମାନଙ୍କୁ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା। ବାର କାଉନସିଲ ସଦସ୍ୟ ରମେଶ ପାତ୍ରଙ୍କୁ ବରିଷ୍ଠ ଆଇନଜୀବୀ ମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ଯକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ସମରେଶ ଗନ୍ତାୟତ, ପ୍ରସନ୍ନ ପଟ୍ଟନାୟକ, ଶସିଗିରି ରାଓ,ସନ୍ତୋଷ ମିଶ୍ର, ସିରାଜୁଦ୍ଦିନ ଅହମଦ, ନରେନ୍ଦ୍ର ମହାପାତ୍ର, ସୁକାନ୍ତ ଶତପଥି, ସିମାଞ୍ଚଳ ପାତ୍ର, ତାରିଣୀ ଦାଶ, ପ୍ରଦୀପ ସାହୁ,କିଶୋର ପଟ୍ଟନାୟକ, ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଏ ସତୀଶ, ମିନାକ୍ଷୀ ପାଢୀ, ଶର୍ମିଷ୍ଠା ରଥ, ରାକ୍ଷୀ ଜୈନ, ଶତାବ୍ଦୀ ପାଳ, ପ୍ରୀତି ଚୌଧୁରୀ, ନିକିତା ତ୍ରିପାଠୀ, ଅଜିତା ଦାଶ, ପ୍ରତାପ ପଣ୍ଡା,ସିଲୁ ପାତ୍ର, ଶ୍ରୀକାନ୍ତ ପଣ୍ଡା, ପ୍ରଫୁଲ୍ଲ ସିଂ, ଗୋପାଳ ଶତପଥୀ, ଗୋପାଳ ପାଣିଗ୍ରାହୀ, ମୁନା ମାଝୀ, ଶ୍ରୀନିବାସ ପାତ୍ର, ଗୋପାଳ ନାୟକ, ସୁରଜ ସାହୁ, ବିଧୁ ଶେଖର ତ୍ରିପାଠୀ, ଚନ୍ଦ୍ର ଶେଖର ରାଓ, ରାମ ନାୟକ, ଜାହିର ସଂଗ୍ରାମ ପଟ୍ଟନାୟକ ସମେତ ବହୁ ଆଇନଜୀବୀ ମାନେ ଉପସ୍ଥିତ ରହିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଆଦିବାସୀ ଅଧିକାର, ଜଙ୍ଗଲ ଆଇନ ଓ ସାଂବିଧାନିକ ସୁରକ୍ଷା ଉଲ୍ଲଂଘନର ଅଭିଯୋଗ ରେ କୁଟ୍ରୁମାଲି ବକ୍ସାଇଟ ଖଣି ଅନୁମତି ତୁରନ୍ତ ବାତିଲ ପାଇଁ ଦାବି 

Sunil Chandra Nayak

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର 

masiha

ଜିଲ୍ଲାସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ 

masiha

Leave a Comment

error: Content is protected !!