ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଜମିସ୍ତ୍ରୀ କୁ ନିର୍ମମ ହତ୍ୟା ଘଟଣା : ତିନିଦିନ ପରେ ମଧ୍ୟ ପୁଲିସ ର ହାତ ଖାଲି 

ରାଜମିସ୍ତ୍ରୀ କୁ ନିର୍ମମ ହତ୍ୟା ଘଟଣା : ତିନିଦିନ ପରେ ମଧ୍ୟ ପୁଲିସ ର ହାତ ଖାଲି 

କନ୍ଧମାଳ:ତା,୨୩/୦୧/୨୪:(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପଣସପଡ଼ି ସାହିର ପ୍ରଶାନ୍ତ ପୂଜାରୀ ନାମକ ଜଣେ ରାଜମିସ୍ତ୍ରୀ କୁ ଏକ ନିର୍ମାଣାଧୀନ କୋଠା ମଧ୍ୟରେ ନିର୍ମମ ଭାବେ ହତ୍ୟା କରାଯିବା ଘଟଣା କୁ ମଙ୍ଗଳବାର ତିନିଦିନ ବିତିଥିବା ବେଳେ ପୁଲିସ ର ହାତ ଖାଲି ରହିଛି.। ପ୍ରଶାନ୍ତ କୁ ଶନିବାର ରାତିରେ ନିର୍ମାଣ କୋଠା କୁ ଡାକି ମୁହଁ, ବେକ ଓ ନାକକୁ ଧାରୁଆ କାତିରେ ହଣାଯାଇ ବେକରେ ଶାବଳ ଭୁସି ହତ୍ୟା କରିଦିଆଯାଇଥିଲା ଏହାକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ବାଲିଗୁଡା ସହର ମଧ୍ୟରେ ଏଭଳି ବିବତ୍ସ ହତ୍ୟା ଘଟଣା ସମସ୍ତଙ୍କୁ ସ୍ତବଧ କରିଦେଇଥିଲା । ଏହି ଘଟଣା ରେ ବାଲିଗୁଡ଼ା ଥାନାଧିକାରୀ ସୁଶାନ୍ତ କୁମାର ସାହୁ ତଦନ୍ତ ଭାର ନେଇଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା । ତେବେ ପ୍ରଶାନ୍ତଙ୍କୁ କିଏ ଓ କାହିଁକି ଏଭଳି ନିର୍ମମ ଭାବେ ହତ୍ୟା କଲା ଏନେଇ ଘଟଣା ର ତିନି ଦିନ ବିତିଥିବା ବେଳେ ବର୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାହିଁ। ପୂର୍ବ ଶତ୍ରୁତା କିମ୍ବା ବଚସାରୁ ତାଙ୍କୁ ଏଭଳି ସଂଘବଦ୍ଧ ଭାବେ ହତ୍ୟା କରାଯାଇଥାଇପାରେ ବୋଲି ପାରିପାର୍ଶ୍ଵକ ସ୍ଥିତିରୁ ଅନୁମାନ କରାଯାଉଥିବା ପୁଲିସ କହିଥିଲା । ଏ ସମ୍ପର୍କ ରେ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ କହିଛନ୍ତି ଯେ, ତଦନ୍ତ ଚାଲିଛି, ଏହି ଘଟଣା ରେ କାହାକୁ ମଧ୍ୟ ଗିରଫ କରାଯାଇ ନାହିଁ ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ବିଶୋଇ ବ୍ଳକ!ଭିଜିଲାନ୍ସ ଯନ୍ତାରେ ଦୁଇ କର୍ମଚାରୀ ଲକ୍ଷ୍ମଣ ବିଶ୍ବାଳ ଏବଂ ପ୍ରଦ୍ୟୁମ୍ନ ରଂଜନ ଭୂୟାଁ

masiha

ବାଘ ଛାଲ ସହ ପାଞ୍ଚ ଅଭିଯୁକ୍ତ ଗିରଫ 

masiha

ଭବାନୀପାଟଣା ରାମନଗରପଡ଼ାରେ ସେକ୍ସ ରକେଟ ଠାବ:୨ବାଙ୍ଗୀୟ ଯୁବତୀ ସହ ଯୁବକ ଅଟକ , ପୂର୍ବତନ ପୋଲିସ ଅଧିକାରୀଙ୍କ ଘରେ ଚାଲୁଥିଲା ସେକ୍ସ ରାକେଟ

masiha

Leave a Comment

error: Content is protected !!