ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଦରପୁର କଲେଜରେ ‘ନୂଆ- ଓ’ କାର୍ଯ୍ୟକ୍ରମ 

କନ୍ଦରପୁର କଲେଜରେ ‘ନୂଆ- ଓ’ କାର୍ଯ୍ୟକ୍ରମ 

 କଟକ : ରାଜ୍ୟ ସରକାରଙ୍କ ‘ନୂଆ – ଓ’ କାର୍ଯ୍ୟକ୍ରମ ଆଧାରରେ କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର କଲେଜର ଓଡ଼ିଆ ବିଭାଗ ପକ୍ଷରୁ “ଓଡ଼ିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି” ଶୀର୍ଷକ ଆଲୋଚନଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ପ୍ରଫୁଲ୍ଲ କୁମାର ଦାସ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଓଡ଼ିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ବିଷ୍ଣୁପ୍ରିୟା ରାଉତରାୟଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ କଲେଜ ଅଧ୍ୟକ୍ଷା ପ୍ରାଧ୍ୟାପିକା ପ୍ରଣତି ପଟ୍ଟନାୟକ, ପ୍ରଶାସନିକ ଅଧିକାରୀ ଡକ୍ଟର ସ୍ମିତା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ସାହିତ୍ୟ ଓ ଜଗନ୍ନାଥ ସଂସ୍କୃତି ଉପରେ ଆଲୋକପାତ କରିଥିଲେ। ଏହି ଆଲୋଚନା ଚକ୍ର ସଭାକୁ ଅଧ୍ୟାପିକା ଡକ୍ଟର ନମିତା ପଟ୍ଟନାୟକ ପରିଚାଳନା କରିଥିବା ବେଳେ, ଅଧ୍ୟାପିକା ଶୁଭସ୍ମିତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ନୋଡାଲ ଅଫିସର ଅଧ୍ୟାପିକା ବିଶ୍ୱକଲ୍ୟଣୀ ବେହେରା, ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ବେଉରିଆ, ଅଧ୍ୟାପିକା ଦିପାଳି ରାଉତ, ଅଧ୍ୟାପିକା ରଜେଶ୍ୱରୀ ସେଠୀ, ଅଧ୍ୟାପକ ଏସ. ଚକ୍ରବର୍ତ୍ତୀ, ଅଧ୍ୟାପକ ସିଦ୍ଧାନ୍ତ ଶେଖର ବିଷୋୟୀ, ଦିବ୍ୟଜ୍ୟୋତି ସାହୁ, ସଂଗ୍ରାମ ବେହେରା, ଜିିତେନ୍ଦ୍ର ସାହୁ, ସଞ୍ଜୟ ସାହୁଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଉକ୍ତଳଗୌରବ ମଧୁବାବୁଙ୍କ ଜୟନ୍ତୀପାଳନ ଓ ପ୍ରତିମୂର୍ତ୍ତି ଉନ୍ମୋଚନ

Sunil Chandra Nayak

ଖଟିଲେ କିନ୍ତୁ ପାଉଣା ମିଳିଲାନି, ୩୪୦ ସ୍ବେଛାସେବୀଙ୍କ ଲକ୍ଷାଧିକ ଟଙ୍କା ବାଟମାରଣା ଅଭିଯୋଗ

masiha

Meet Renowned First lady artist of Odisha Smt “Basant Kumari Samanta”.

masiha

Leave a Comment

error: Content is protected !!